31 OCTOBER 2026

Welcome!

Unlock your personalized experience.
Sign Up

The route to Andhra: ୨୪ ଘଣ୍ଟା ପରେ ଆନ୍ଧ୍ରକୁ ବାଟ ଫିଟିଲା: ଏନଏଚ୧୬ରେ ଅଟକିଥିଲା ହଜାର ହଜାର ଗାଡ଼ି

Oct 31, 2026 - 02:13
The route to Andhra: ୨୪ ଘଣ୍ଟା ପରେ ଆନ୍ଧ୍ରକୁ ବାଟ ଫିଟିଲା: ଏନଏଚ୧୬ରେ ଅଟକିଥିଲା ହଜାର ହଜାର ଗାଡ଼ି

ବ୍ରହ୍ମପୁର: ‘ଅର୍ଣ୍ଣବ’ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ହାୱଡ଼ା-ଚେନ୍ନାଇ ୧୬ ନମ୍ବର ଜାତୀୟ ରାଜପଥ ଦେଇ ଓଡ଼ିଶା-ଆନ୍ଧ୍ରପ୍ରଦେଶ ମଧ୍ୟରେ ଯୋଗାଯୋଗ ସଂପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଯାଇଥିଲା। ଆନ୍ଧ୍ରପ୍ରଦେଶ ଇଚ୍ଛାପୁରରେ ବାହୁଦା ନଦୀର ପାଣି ବିପଦ ସଙ୍କେତ ଡେଇଁ ରାସ୍ତା ଉପରେ ଚାଲିବାରୁ ଗତକାଲି ୧୨ଟାରୁ ରାଜପଥରେ ଯାତାୟାତ ବନ୍ଦ କରିଦିଆଯାଇଥିଲା। ଫଳରେ ଉଭୟ ରାଜ୍ୟ ପଟୁ ହଜାର ହଜାର ଯାନବାହନ ଅଟକିଥିଲା। ରାଜ୍ୟ ଓ ରାଜ୍ୟ ବାହାରୁ ଆସୁଥିବା ବସ୍‌ ଯାତ୍ରୀମାନେ ଫସିରହିଥିବା ବେଳେ ବିଭିନ୍ନ ସ୍ଥାନରେ ସ୍ବେଚ୍ଛାସେବୀ ଖାଦ୍ୟ ବଣ୍ଟନ କରିଥିଲେ। ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ସୁରକ୍ଷାକର୍ମୀ ଓ ରିଲିଫ୍ ଟିମ୍ ନିୟୋଜିତ ରହି ସ୍ଥିତି ଉପରେ ନଜର ରଖିଥିଲେ। ସେହିପରି ରେଳଧାରଣା ଉପରେ ଚାଲିଥିବା ପାଣି ଖସିବାରୁ ଗତକାଲି ମଧ୍ୟାହ୍ନରୁ ବନ୍ଦ ରହିଥିବା ଟ୍ରେନ୍‌ ଚଳାଚଳ ସ୍ବାଭାବିକ ହୋଇଥିବା ରେଳବିଭାଗ ପକ୍ଷରୁ ସୂଚନା ମିଳିଛି।

Delhi traders: ଇଣ୍ଡିମେଣ୍ଟର ସମାବେଶ ଘୁଞ୍ଚାଇବାକୁ ବ୍ୟବସାୟୀଙ୍କ ନିବେଦନ

ଏନଏଚ୧୬ରେ ଅଟକିଥିଲା ହଜାର ହଜାର ଗାଡ଼ି 
କେବଳ ଭାରୀଯାନକୁ ଅନୁମତି, ଟ୍ରେନ୍‌ ବି ଚାଲିଲା

ତେବେ ଆଜି ମଧ୍ୟାହ୍ନ ୧୨ଟାରେ ରାସ୍ତା ଉପରେ ଜଳସ୍ତର କମିଥିଲା। ୨୪ ଘଣ୍ଟା ପରେ ମାଲବାହୀ ଗାଡ଼ି ଓ ବସ୍‌ ଗୁଡ଼ିକୁ ସୁରକ୍ଷିତ ଅବସ୍ଥାରେ ଯାତାୟାତ ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି। କିନ୍ତୁ ବ୍ୟକ୍ତିଗତ ହାଲୁକାଯାନ ଯାତାୟାତ ଉପରେ କଟକଣା ଜାରି ରହିଛି। ବ୍ୟାରିକେଡିଂ ଜରିଆରେ ଚାଳକମାନଙ୍କୁ ସମ୍ପୂର୍ଣ୍ଣ ସତର୍କତା ଅବଲମ୍ବନ କରିବା ଏବଂ ସ୍ଥାନୀୟ ପ୍ରଶାସନର ନିର୍ଦ୍ଦେଶାବଳୀ କଡ଼ାକଡ଼ି ଭାବେ ପାଳନ କରିବାକୁ ଅନୁରୋଧ କରାଯାଇଛି। ତେବେ ଘରୋଇ ବସ୍‌ ସେବାରେ ସୁଧାର ଆସିପାରିନି। କେବଳ ଭୁବନେଶ୍ବର ଓ କଟକ ରୁଟ୍‌କୁ ବାଦ୍‌ ଦେଲେ ଅନ୍ୟ କୌଣସି ରୁଟ୍‌ରେ ବସ୍‌ ଗଡ଼ୁ ନଥିବା ବସ୍‌ ମାଲିକ ସଂଘ ପକ୍ଷରୁ ସୂଚନା ମିଳିଛି। ଆସିକା ରୁଟ୍‌ରେ ଶ୍ୟାମଳାଇ ବ୍ରିଜ୍‌ କ୍ଷତିଗ୍ରସ୍ତ ହେବାରୁ ବସ୍‌ ସେବା ବାଧାପ୍ରାପ୍ତ ହୋଇଛି। ଲୁହାଗୁଡ଼ିରୁ ମୋହନା ରାସ୍ତା ବନ୍ଦ ହୋଇଯାଇଛି। କୌଣସି ବସ୍‌ ଯିବାଆସିବା କରିବା ବର୍ତ୍ତମାନ ସୁଦ୍ଧା ସମ୍ଭବପର ହୋଇପାରିନାହିଁ।

Ban liquor sales: ୪୫୦ ଲିଟର ଦେଶୀ ମଦ ଜବତ ସହ ୩ ଗିରଫ; ୨୧୦୦ ଲିଟର ପୋଚ ନଷ୍ଟ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)