The lander will remain: ଚନ୍ଦ୍ରପୃଷ୍ଠରେ ୨୦୦ ଦିନ କାର୍ଯ୍ୟକ୍ଷମ ରହିବ ଲ୍ୟାଣ୍ଡର୍‌

Jun 18, 2026 - 15:06
The lander will remain: ଚନ୍ଦ୍ରପୃଷ୍ଠରେ ୨୦୦ ଦିନ କାର୍ଯ୍ୟକ୍ଷମ ରହିବ ଲ୍ୟାଣ୍ଡର୍‌

"ଚନ୍ଦ୍ରପୃଷ୍ଠରେ ୨୦୦ ଦିନ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିବା ଭଳି ଏକ ଉନ୍ନତ ଧରଣର ମୁନ୍‌ ଲ୍ୟାଣ୍ଡର୍‌ ନିର୍ମାଣ କରୁଛି ଭାରତ।

ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) ଓ ଆଣବିକ ଶକ୍ତି ବିଭାଗ ମିଳିତ ଭାବେ ଏହି ଲ୍ୟାଣ୍ଡର୍‌ ନିର୍ମାଣ କରୁଛନ୍ତି।

ଚନ୍ଦ୍ରପୃଷ୍ଠର ପ୍ରବଳ ଥଣ୍ଡା ସହ୍ୟ କରି ସଚଳ ରହିବା ପାଇଁ ଏଥିରେ ହିଟର୍‌ ଲଗାଯାଉଛି।

ପୂର୍ବରୁ ଚନ୍ଦ୍ରଯାନ-୩ ଅଭିଯାନରେ ପଠାଯାଇଥିବା ଲ୍ୟାଣ୍ଡର୍‌ଟିର କାର୍ଯ୍ୟ କରିବା ସାମର୍ଥ୍ୟ ଥିଲା ୧୪ ଦିନ।

ଏବେ ଲ୍ୟାଣ୍ଡର୍‌ର ପରମାୟୁ ୧୪ ଦିନରୁ ଏକାବେଳକେ ୨୦୦ ଦିନ ପର୍ଯ୍ୟନ୍ତ ବୃଦ୍ଧି କରିବା ଉଲ୍ଲେଖନୀୟ ସଫଳତା ବୋଲି ଇସ୍ରୋର ଅଧ୍ୟକ୍ଷ ଭି.

ନାରାୟଣନ୍‌ କହିଛନ୍ତି।

ଆଗାମୀ ଦିନରେ ଚନ୍ଦ୍ର ଅଭିମୁଖେ ଯିବାକୁ ଥିବା ଲ୍ୟାଣ୍ଡର୍‌ଗୁଡ଼ିକ ଦିନରାତି ସୁଚାରୁ ଭାବେ କାର୍ଯ୍ୟ କରିବାକୁ ବୈଜ୍ଞାନିକମାନେ ବିଶେଷ ଧରଣର ପ୍ରଯୁକ୍ତି ପ୍ରୟୋଗ କରୁଛନ୍ତି।

ଯଦି ସେମାନେ ଏଥିରେ ସଫଳ ହୁଅନ୍ତି, ତେବେ ଚନ୍ଦ୍ରପୃଷ୍ଠରେ ଭାରତର ବୈଜ୍ଞାନିକ ସାମର୍ଥ୍ୟ ବିଶେଷ ବୃଦ୍ଧି ପାଇବ।

ଏହାଛଡ଼ା, ଭବିଷ୍ୟତରେ ଅଧିକ ଜଟିଳ ଅଭିଯାନର ମାର୍ଗ ବି ଖୋଲିଯିବ।Advertisment Planes to fly: ଗୋବରରୁ ପ୍ରସ୍ତୁତ ଇନ୍ଧନରେ ଉଡ଼ିବ ବିମାନ ଚନ୍ଦ୍ରପୃଷ୍ଠର ଅଭିନବ ପରିବେଶ ହିଁ ଲ୍ୟାଣ୍ଡର୍‌ ନିର୍ମାଣ କ୍ଷେତ୍ରରେ ଅସୁବିଧା ସୃଷ୍ଟି କରେ।

କାରଣ ପୃଥିବୀ ପୃଷ୍ଠରେ ୧୪ ଦିନର ଅବଧି ଯେତେ, ଚନ୍ଦ୍ରପୃଷ୍ଠରେ ମାତ୍ର ଗୋଟିଏ ଦିନର ଅବଧି ଠିକ୍‌ ସେତିକି।

ତା"ଛଡ଼ା ସେଠାକାର ରାତ୍ରିର ଅବଧି ମଧ୍ୟ ଊଣା ଅଧିକେ ସେତିକି।

ଚନ୍ଦ୍ରପୃଷ୍ଠରେ ଦିନବେଳା ବିଜୁଳି ଶକ୍ତି ଲାଗି ମହାକାଶ ଯାନଟି ସୋଲାର୍‌ ପ୍ୟାନେଲ୍‌ ବା ସୂର୍ଯ୍ୟ ଫଳକ ଉପରେ ନିର୍ଭର କରିବ।

କିନ୍ତୁ ଚନ୍ଦ୍ରପୃଷ୍ଠ ଅନ୍ଧକାର ହୋଇଗଲେ ସେଠାକାର କେତେକ ପ୍ରାନ୍ତରେ ତାପମାତ୍ରା ବିଯୁକ୍ତ ୧୮୦ ଡିଗ୍ରିକୁ ଖସିଆସେ।

ଫଳରେ ସୋଲାର୍‌ ପ୍ୟାନେଲ୍‌ ସମ୍ପୂର୍ଣ୍ଣ ଅଚଳ ହୋଇଯାଏ।

୨୦୨୩ ଅଗଷ୍ଟ ୨୩ ତାରିଖ ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ସଫଳ ଅବତରଣ କରିଥିଲା।

ଚନ୍ଦ୍ରପୃଷ୍ଠର ଦୀର୍ଘ ରାତି ଏଥିରେ ଯାଇଥିବା ଲ୍ୟାଣ୍ଡର୍‌ ବିକ୍ରମ କ୍ଷେତ୍ରରେ ବାଧା ସୃଷ୍ଟି କରିଥିଲା।

The world's first: ବିଶ୍ୱର ପ୍ରଥମ ୱେବ୍‌ସାଇଟ୍‌ ଚନ୍ଦ୍ରପୃଷ୍ଠରେ ଦିନ ହୋଇଥିବା ବେଳେ ଏହି ଅଭିଯାନ ଆଶାଠାରୁ ଅଧିକ ସଫଳ ହୋଇଥିଲା ସତ, କିନ୍ତୁ ସେଠାରେ ରାତିର ଆଗମନ ଯୋଗୁଁ ବିଜୁଳି ଶକ୍ତି ଅଭାବରୁ ଲ୍ୟାଣ୍ଡର୍‌ ନିଷ୍କ୍ରିୟ ହୋଇଗଲା ଓ ଅବଶେଷରେ ଅଭିଯାନର ଅବସାନ ଘଟିଲା।

ଏ ଧରଣର ବାଧା ଅତିକ୍ରମ କରିବା ଲାଗି ଇସ୍ରୋ ଏବଂ ଡିଏଇ ଲ୍ୟାଣ୍ଡର୍‌ ପାଇଁ କୃତ୍ରିମ ଉତ୍ତାପ ସୃଷ୍ଟିକାରୀ ବ୍ୟବସ୍ଥା ବିକଶିତ କରୁଛନ୍ତି।

ଏହାଦ୍ବାରା ମହାକାଶ ଯାନର ଇଲେକ୍ଟ୍ରୋନିକ୍‌ସ୍‌, ବ୍ୟାଟେରି ଓ ବୈଜ୍ଞାନିକ ଉପକରଣ ଯଥେଷ୍ଟ ଉଷୁମ ରହିବା ସହ ସେଠାକାର ଅତ୍ୟଧିକ ଥଣ୍ଡା ସତ୍ତ୍ବେ ସଚଳ ରହିବ।ଚନ୍ଦ୍ରପୃଷ୍ଠ‌ର ଦୀର୍ଘ ରାତିରେ ତିଷ୍ଠି ରହିବା ସାମର୍ଥ୍ୟ ଭାରତୀୟ ମହାକାଶ କାର୍ଯ୍ୟକ୍ରମ ଲାଗି ତାତ୍ପର୍ଯ୍ୟପୂର୍ଣ୍ଣ ହେବ।

ଏହା ଫଳରେ ଲ୍ୟାଣ୍ଡର୍‌ ଓ ରୋଭର୍‌ ଅଧିକ ବୈଜ୍ଞାନିକ ତଥ୍ୟ ସଂଗ୍ରହ କରିପାରିବେ।

ସେହିପରି ଚନ୍ଦ୍ରର ପ୍ରତିକୂଳ ପରିବେଶରେ ସମ୍ପ୍ରସାରିତ ପରୀକ୍ଷା ନିରୀକ୍ଷା କରିହେବ।

ବୈଜ୍ଞାନିକଙ୍କ ନିର୍ମିତ ଏହି ଲ୍ୟାଣ୍ଡର୍‌ ଆଶାନୁରୂପ କାମ କଲେ ପରବର୍ତ୍ତୀ ଚନ୍ଦ୍ରାଭିଯାନ ଭାରତର ସ୍ମରଣୀୟ ସଫଳତା ହେବ ନିଶ୍ଚୟ।"