Complaint filed: ଶରଣକୁଳ ଥାନା ଅଧିକାରୀଙ୍କ ନାମରେ ସଙ୍ଗିନ ଅଭିଯୋଗ

Jun 18, 2026 - 15:06
Complaint filed: ଶରଣକୁଳ ଥାନା ଅଧିକାରୀଙ୍କ ନାମରେ ସଙ୍ଗିନ ଅଭିଯୋଗ

"ଓଡ଼ଗାଁ: ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅଧିକାରୀ ସୁଜିତ୍ କୁମାର ଦାଶଙ୍କ ନାମରେ ଆସିଛି ସଙ୍ଗିନ ଅଭିଯୋଗ।

ଥାନା ଅଧିକାରୀ ଜଣେ ମହିଳାଙ୍କୁ ନ୍ୟାୟ ଦେବାକୁ ଯାଇ ତାଙ୍କ ସହିତ ଅନ୍ୟାୟ କରିଥିବା ଜଣେ ମହିଳା ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ଥାନା ଅଧିକାରୀ ଖୋଲା ଦେହରେ ଭିଡିଓ କଲ୍‌ କରିବା ସହିତ ଘରକୁ ଡାକି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଏ ନେଇ ମହିଳାଜଣଙ୍କ ଆଜି ଏସ୍‌ପିଙ୍କ ଦ୍ବାରସ୍ଥ ହୋଇଛନ୍ତି।Advertisment The lander will remain: ଚନ୍ଦ୍ରପୃଷ୍ଠରେ ୨୦୦ ଦିନ କାର୍ଯ୍ୟକ୍ଷମ ରହିବ ଲ୍ୟାଣ୍ଡର୍‌ Planes to fly: ଗୋବରରୁ ପ୍ରସ୍ତୁତ ଇନ୍ଧନରେ ଉଡ଼ିବ ବିମାନ  ମହିଳାଙ୍କ ଅଭିଯୋଗ ଅନୁଯାୟୀ, ମହିଳାଙ୍କ ପରିବାରକୁ ଗାଁରେ ବାସନ୍ଦ କରାଯାଇଛି।

ଗାଁ ଲୋକ ତାଙ୍କୁ ଓ ତାଙ୍କ ପରିବାରକୁ ମାଡ଼ ମାରିବା ସହିତ ନିର୍ଯାତନା ଦିଅନ୍ତି।

ଏପରିକି ପୁଲିସ ଉପସ୍ଥିତିରେ ତାଙ୍କୁ ମାଡ଼ ମରାଯାଇଛି।

ନିର୍ଯାତନା ଅସହ୍ୟ ହେବାରୁ ସେ ଶରଣକୁଳ ଥାନାକୁ ଯାଇଥିଲେ।

ଥାନା ଅଧିକାରୀ ଶ୍ରୀ ଦାଶ ନ୍ୟାୟ ମିଳିବ କହି ତାଙ୍କୁ ବାରମ୍ବାର ଫୋନ୍‌ କରୁଥିଲେ।

ରାତିଅଧରେ ତାଙ୍କୁ ଖୋଲାଦେହରେ ଭିଡିଓ କଲ୍‌ କରୁଥିଲେ।

ପୁଲିସ ଗାଡ଼ିରେ ନେଇ ନୟାଗଡ଼ ସହରର ଏକ ହୋଟେଲ୍‌ରେ ରଖୁଥିଲେ।

ଏପରିକି ବାଉଁଶିଆରେ ଥିବା ଭଡ଼ାଘରକୁ ନେଇ ତାଙ୍କ ସହିତ ଦୁଷ୍କର୍ମ କରିଥିବା ମହିଳା ଜଣଙ୍କ ଅଭିଯୋଗରେ ଦର୍ଶାଇଛନ୍ତି।

ତେବେ ପୁଲିସ ତାଙ୍କୁ ନ୍ୟାୟ ଦେବ, ସେ ଗାଁରେ ଚିରସ୍ଥାୟୀ ହୋଇ ରହିବେ ବୋଲି ଚୁପ୍‌ ରହୁଥିଲେ।

ହେଲେ ଥାନା ଅଧିକାରୀ ତାଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଥିବା ସେ ଅଭିଯୋଗ କରିଛନ୍ତି।

ମହିଳା ଜଣଙ୍କ ସବୁକଥା ଗଣମାଧ୍ୟମରେ କହିଦେବେ ବୋଲି କହିବାରୁ ଥାନାବାବୁ ତାଙ୍କ ଫୋନ୍ ନେଇ ଭାଙ୍ଗି ଦେଇଛନ୍ତି।

ସବୁ ରେକର୍ଡିଂ,  ଫଟୋ କାଟି ଦେଇଛନ୍ତି।

ପୂର୍ବରୁ ଥାନାବାବୁଙ୍କ କଳାକାରନାମା ମୋବାଇଲକୁ ମୋବାଇଲ୍ଘୂରି ବୁଲୁଛି।

ଥାନାବାବୁ ଛୁଟିରୁ ଆସି କାର୍ଯ୍ୟରେ ଯୋଗ ଦେବା ପରେ ତାଙ୍କୁ ଘୋଷାରି ଘୋଷାରି ଥାନା ଭିତରକୁ ନେଇ ଆସିଥିଲେ।

ସେ ଏକ ବ୍ୟାଙ୍କ କାମରେ ଆସିଥିଲେ ମଧ୍ୟ ତାଙ୍କ କଥା ଶୁଣି ନଥିଲେ।

ଥାନା ଭିତରେ ଥାର୍ଡ ଡିଗ୍ରି ଦେଇ ମିଥ୍ୟା ମାମଲାରେ ଜେଲ୍‌ରେ ପୂରାଇ ଦେଇଥିଲେ ବୋଲି ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି।

ଥାନା ସିସିଟିଭି ଯାଞ୍ଚ କଲେ ଘଟଣା ସଂପର୍କରେ ଜଣାପଡ଼ିବ ବୋଲି ମହିଳା ଜଣଙ୍କ କହିଛନ୍ତି।

ସେ କହିଛନ୍ତି, ଥାନାବାବୁଙ୍କ ମୋବାଇଲ୍ ଫୋନ୍ ଯାଞ୍ଚ କରିବା ସହିତ ସିସିଟିଭି ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯାଉ।

ଆଜି ପୀଡ଼ିତା ଏସ୍‌ପିଙ୍କ ଅଫିସରେ ପହଞ୍ଚିବା ପରେ ଆଇଆଇସି ଶ୍ରୀ ଦାଶ ସେଠାରେ ପହଞ୍ଚିଥିଲେ।

ଖବରପାଇ ଆଇଆଇସିଙ୍କ ପତ୍ନୀ ମଧ୍ୟ ପୀଡ଼ିତାଙ୍କୁ ଭେଟିବାକୁ ଚେଷ୍ଟା କରିଥିଲେ।

ଅନ୍ୟପକ୍ଷରେ ନୟାଗଡ଼ ଏସ୍‌ପି ଶୁଭେନ୍ଦୁ ପାତ୍ର ଘଟଣାକୁ ଗୁରୁତ୍ବର ସହ ନେଇଛନ୍ତି।

ସେ ଅତିରିକ୍ତ ଏସ୍‌ପି ସୁବାସ ପଣ୍ଡାଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏ ନେଇ ଆଇଆଇସି ଶ୍ରୀ ଦାଶଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ଫୋନ୍ ବନ୍ଦ ଥିବାରୁ ମତାମତ ନେବା ସମ୍ଭବ ହୋଇନାହିଁ।

ଏ ନେଇ ଆରକ୍ଷୀ ଅଧୀକ୍ଷକ ଶ୍ରୀ ପାତ୍ର କହିଛନ୍ତି, ଅଭିଯୋଗ ପାଇଛୁ।

ଅଭିଯୋଗକାରିଣୀ ପୂର୍ବରୁ କୌଣସି ଏକ ମାମଲାରେ କୋର୍ଟଚାଲାଣ ହୋଇଥିଲେ।

ବର୍ତ୍ତମାନ ଯେଉଁ ଅଭିଯୋଗ ହୋଇଛି ତାହାର ତଦନ୍ତ ଭାର ଜଣେ ବରିଷ୍ଠ ଅଧିକାରୀଙ୍କୁ ଦିଆଯାଇଛି।

ରିପୋର୍ଟ ଆଧାରରେ ନିଷ୍ପତ୍ତି ନିଆଯିବ।"