The world's first: ବିଶ୍ୱର ପ୍ରଥମ ୱେବ୍‌ସାଇଟ୍‌

Jun 18, 2026 - 15:06
The world's first: ବିଶ୍ୱର ପ୍ରଥମ ୱେବ୍‌ସାଇଟ୍‌

"ବ୍ରିଟିସ୍‌ କମ୍ପ୍ୟୁଟର ବୈଜ୍ଞାନିକ ଟିମ୍ ବର୍ଣ୍ଣର୍ସ ଲି ବିଶ୍ୱର ପ୍ରଥମ ୱେବ୍‌ସାଇଟ୍ ପ୍ରସ୍ତୁତ କରିଥିଲେ।

୧୯୯୧ରେ info.cern.ch ନାମକ ଏହି ୱେବ୍‌ସାଇଟ୍ ଲାଇଭ୍ ହୋଇଥିଲା।

ଆଜିର ଇଣ୍ଟର୍‌ନେଟ୍‌ ମାଳ ମାଳ ୱେବ୍‌ସାଇଟ୍‌ରେ ଭର୍ତ୍ତି।

ପ୍ରତ୍ୟେକ କମ୍ପାନି, ବିଶ୍ୱବିଦ୍ୟାଳୟ, ବିମାନ ସେବା, ସରକାରୀ ବିଭାଗ ଓ ବ୍ୟକ୍ତିବିଶେଷ ନିଜ ନିଜ ବ୍ୟକ୍ତିଗତ ୱେବ୍‌ସାଇଟ୍‌ ବ୍ୟବହାର କରୁଛନ୍ତି।

ହେଲେ ଆଗରୁ ଏମିତି ନଥିଲା।

ୱେବ୍‌ସାଇଟ୍‌ର ଯାତ୍ରା କିଛିବର୍ଷ ପୂର୍ବରୁ ହିଁ ଆରମ୍ଭ ହୋଇଥିଲା।

ପ୍ରଥମ ୱେବ୍‌ସାଇଟ୍‌ ୧୯୯୧ ମସିହା ଅଗଷ୍ଟ ୬ରେ ଆସିଥିଲା।

ଆଜିର ସମୟରେ ୱେବ୍‌ସାଇଟ୍‌ର ସମ୍ପୂର୍ଣ୍ଣ ଫର୍ମାଟ୍‌ରେ ପରିବର୍ତ୍ତନ ଘଟିଛି।

ଏଥିରେ ଫଟୋ, ଭିଡିଓ ଓ ବିଭିନ୍ନ ବିଷୟବସ୍ତୁ ବ୍ୟବହୃତ ହେଉଛି।

କିନ୍ତୁ ପ୍ରଥମ ୱେବ୍‌ସାଇଟ୍‌ ଏପରି ନଥିଲା।

ଏହାର ସମ୍ପୂର୍ଣ୍ଣ ବିଷୟବସ୍ତୁ ଟେକ୍ସଟ୍‌ ଆକାରରେ ଥିଲା ଏବଂ ଆଜିର ମାନଦଣ୍ଡ ଅନୁସାରେ, ଏହା ସାଧାରଣ ଥିଲା।Advertisment Vigilance: ୨ଟି ମୋବାଇଲ୍ ଫୋନ୍ ଫେରାଇବା ପାଇଁ ୫୦,୦୦୦ ଟଙ୍କା ଲାଞ୍ଚ ନେଉଥିବାବେଳେ ଏଏସଆଇ ଏବଂ ହୋମଗାର୍ଡ ଚାଳକଙ୍କୁ ଗିରଫ କଲା ଭିଜିଲାନ୍ସ ଏହି ୱେବ୍‌ସାଇଟ୍‌ ୟୁରୋପୀୟ ନ୍ୟୁକ୍ଲିୟର୍‌ ରିସର୍ଚ୍ଚ ସଙ୍ଗଠନ ସିଇଆର୍‌ଏନ୍‌ରେ ଆରମ୍ଭ ହୋଇଥିଲା।

ଏଥିରେ ୱାର୍ଲଡ୍‌ ୱାଇଡ୍‌ ୱେବ୍ ପ୍ରୋଜେକ୍ଟ୍‌ ବିଷୟରେ ସୂଚନା ଥିଲା।

ଏଥିରେ ୱେବ୍‌ ପେଜ୍‌ ତିଆରି କରିବା ଓ ହାଇପର୍‌ଟେକ୍ସଟ୍‌ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଥିଲା।

କିଛି ସମୟ ପରେ ଆର୍କାଇଭ୍‌ ଅଭାବରୁ, ୱେବ୍‌ସାଇଟ୍‌ଟି ଅଦୃଶ୍ୟ ହୋଇଗଲା।

ପରେ ୨୦୧୩ରେ ସିଇଆର୍‌ଏନ୍‌ ୱେବ୍‌ସାଇଟ୍‌ର ପୁନଃସ୍ଥାପନ ପାଇଁ ଏକ ପ୍ରୋଜେକ୍ଟ ଆରମ୍ଭ କରିଥିଲା ଏବଂ ଏହା ଆଜି ମଧ୍ୟ ସକ୍ରିୟ ରହିଛି।ବିଶ୍ୱର ପ୍ରଥମ ୱେବ୍‌ସାଇଟ୍‌ ୧୯୯୧ରେ ଲାଇଭ୍‌ ହୋଇଥିଲା, କିନ୍ତୁ ଏହାର ଯାତ୍ରା ୨ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା।

ସେହି ସମୟରେ, ବିଭିନ୍ନ ଡିଭାଇସ୍‌ ମଧ୍ୟରେ ସୂଚନା ବାଣ୍ଟିବାର କୌଣସି ଉପାୟ ନଥିଲା।

ଏହି ସମସ୍ୟାର ସମାଧାନ ପାଇଁ, ବର୍ଣ୍ଣର୍ସ ଲି ୧୯୮୯ରେ ତାଙ୍କ ମ୍ୟାନେଜର୍‌ଙ୍କୁ ଏକ ନୂଆ ପରିକଳ୍ପନା ବିଷୟରେ କହିଲେ।

ସେ ଏକ ଇନ୍‌ଫର୍‌ମେସନ୍‌ ମ୍ୟାନେଜ୍‌ମେଣ୍ଟ୍‌ ସିଷ୍ଟମ୍‌ ତିଆରି କରିବାକୁ ଚାହାନ୍ତି, ଯାହା ହାଇପର୍‌ଟେକ୍ସଟ୍‌ ବ୍ୟବହାର କରି ଇଣ୍ଟର୍‌ନେଟ୍‌ ସହ ସଂଯୁକ୍ତ କମ୍ପ୍ୟୁଟର୍‌ରେ ଡକ୍ୟୁମେଣ୍ଟଗୁଡ଼ିକୁ ସଂଯୋଗ କରିବ ବୋଲି ଲି କହିଥିଲେ।

Thousands of errors: "ପାଠ୍ୟପୁସ୍ତକରେ ସହସ୍ରାଧିକ ତ୍ରୁଟି, ଓଡ଼ିଶା ଶିକ୍ଷା ଇତିହାସରେ ବିରଳ"  ପ୍ରାରମ୍ଭରେ, ତାଙ୍କ ମ୍ୟାନେଜର୍‌ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ।

ସେହିବର୍ଷ ବର୍ଣ୍ଣର୍ସ ଲି ପୁଣି ଏକ ନୂଆ ଚିନ୍ତାଧାରା ସହ ତାଙ୍କ ମ୍ୟାନେଜର୍‌ଙ୍କ ପାଖକୁ ଗଲେ ଏବଂ ସବୁଜ ସଙ୍କେତ ପାଇଗଲେ।

୨ ବର୍ଷ ପରେ ୧୯୯୧ରେ ପ୍ରକଳ୍ପଟି ପ୍ରସ୍ତୁତ ହୋଇଥିଲା।

ଲି ୱେବ୍‌ସାଇଟ୍‌ ତିଆରି କରିବା ପାଇଁ ଆବଶ୍ୟକ HTML, HTTP ଓ URL ଗୁଡ଼ିକୁ ଷ୍ଟିଭ୍‌ ଜବସ୍‌ଙ୍କ ଦ୍ୱାରା ଡିଜାଇନ୍‌ କରାଯାଇଥିବା ଏକ NeXT କମ୍ପ୍ୟୁଟର୍‌ରେ ବିକଶିତ କରିଥିଲେ।

ବିଶ୍ୱର ପ୍ରଥମ ୱେବ୍‌ସାଇଟ୍‌ ଏବେ ବି ଚାଲୁ ଅଛି।

ଯଦି ଆପଣ ଗୁଗଲ୍‌ରେ info.cern.ch ଖୋଜନ୍ତି, ତେବେ ଆପଣ ୪ଟି ବିକଳ୍ପ ଦେଖିବେ।

ପ୍ରଥମ ଅପ୍‌ସନ୍‌ ଉପରେ କ୍ଲିକ୍‌ କଲେ ଆପଣ ବିଶ୍ୱର ପ୍ରଥମ ୱେବ୍‌ସାଇଟ୍ ପାଇଯିବେ।

ଏହି ପେଜ୍‌ରେ ଆପଣ ୱେବ୍‌ର ପ୍ରତିଷ୍ଠା ସମ୍ପର୍କରେ ମଧ୍ୟ ସୂଚନା ପାଇପାରିବେ।"