The fastest spider: କିମାଶ୍ଚର୍ଯ୍ୟମ୍: ପୃଥିବୀର ଦ୍ରୁତତମ ବୁଢ଼ିଆଣୀ
"ଅନେକ କାଳ ଧରି ମରୋକ୍କାନ୍ ଫ୍ଲିକ୍-ଫ୍ଲାକ୍ ବୁଢ଼ିଆଣୀକୁ ପୃଥିବୀର ଦ୍ରୁତତମ ଅଷ୍ଟପଦୀ ଭାବେ ବିଚାର କରାଯାଉଥିଲା।
ତେବେ ଅନେକ ବୈଜ୍ଞାନିକ ଏଥି ସହିତ ସହମତ ନଥିଲେ।
ତେଣୁ ୟୁନାଇଟେଡ୍ କିଙ୍ଗଡମ୍ ଓ ଜର୍ମାନିର ଗବେଷକମାନେ ଅସଲ ଦ୍ରୁତତମ ଧାବକ କିଏ ତାହା ପ୍ରମାଣ କରିବା ପାଇଁ ୨୫୮ଟି ବୁଢ଼ିଆଣୀଙ୍କ ଗତିବିଧିକୁ ପରୀକ୍ଷାଗାରରେ ଅଧ୍ୟୟନ କରିଥିଲେ।
ସେମାନେ ନିରୂପଣ କରିଛନ୍ତି ଯେ ଅଷ୍ଟ୍ରେଲିଆର କ୍ବିନ୍ସଲ୍ୟାଣ୍ଡ୍ରେ ବାସ କରୁଥିବା ହଣ୍ଟ୍ସମ୍ୟାନ୍ (ବୈଜ୍ଞାନିକ ନାମ "ହେଟେରୋପୋଡା ଜୁଗୁଲାନ୍ସ") ନାମକ ବୁଢ଼ିଆଣୀ ସବୁଠାରୁ ତୀବ୍ର ବେଗରେ ଦୌଡ଼ିପାରେ।
Advertisment Curfew in OMC: ଓଏମସିରେ କର୍ଫ୍ୟୁ, ୧୬୩ ଧାରା ଲାଗୁ ଏହି ବିଶାଳ ବୁଢ଼ିଆଣୀଟି ସେକେଣ୍ଡକୁ ୩.୬ ମିଟର ବା ଘଣ୍ଟା ପ୍ରତି ୧୩ କିଲୋମିଟର୍ ବେଗରେ ଗତି କରିବାକୁ ସକ୍ଷମ।
ହଣ୍ଟ୍ସମ୍ୟାନ୍ ବୁଢ଼ିଆଣୀକୁ ତଥାପି ପୃଥିବୀର ଦ୍ରୁତତମ ବୋଲି କହିବା କଷ୍ଟ।
କାରଣ ଏହି ଅଧ୍ୟୟନରେ ୫୩,୦୦୦ ବୁଢ଼ିଆଣୀ ପ୍ରଜାତି ମଧ୍ୟରୁ ମାତ୍ର ୨୫୮ଟିକୁ ସାମିଲ କରାଯାଇଥିଲା।
ତେଣୁ ଭବିଷ୍ୟତରେ ଆହୁରି ଜୋର୍ ଦୌଡୁଥିବା ବୁଢ଼ିଆଣୀ ଆବିଷ୍କାର ହେବାର ସମ୍ଭାବନା ରହିଛି।
Indigo: ଲେହ ବିମାନବନ୍ଦରରେ ହେରୋଇନ ସହ ଗିରଫ ହେଲେ ଇଣ୍ଡିଗୋ ବିମାନ ଯନ୍ତ୍ରୀ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।