Accident: ମର୍ସିଡିଜ୍ ଧକ୍କାରେ ବାଇକ୍ଚାଳକ ମୃତ: ଘଟଣାସ୍ଥଳରେ ଉତ୍ତେଜନା, ଭିଡ଼ହିଂସାକୁ ଏଡ଼ାଇଲା ପୁଲିସ
"ଭୁବନେଶ୍ବର: ଶାସ୍ତ୍ରୀନଗର ଛକ ନିକଟରେ ଏକ ଦ୍ରୁତଗାମୀ ବିଳାସପୂର୍ଣ୍ଣ ମର୍ସିଡିଜ୍ କାର୍ ଧକ୍କାରେ ଜଣେ ବାଇକ୍ଚାଳକଙ୍କ ମୃତ୍ୟୁଘଟିଛି।
ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳ ରଣକ୍ଷେତ୍ରରେ ପରିଣତ ହୋଇଥିବା ବେଳେ ବ୍ୟାପକ ଉତ୍ତେଜନା ପ୍ରକାଶ ପାଇଛି।
ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସକୁ ନାକେଦମ୍ ହେବାକୁ ପଡ଼ିଛି ଏବଂ ସେଠାରେ ୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି।
ଦୁର୍ଘଟଣା ଘଟାଇବା ପରେ କାର୍ଚାଳକ ସେଠାରୁ ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ଉତ୍ୟକ୍ତ ଲୋକେ ଗାଡ଼ିକୁ ଅଟକାଇ ଦେଇଥିଲେ।
ଗାଡ଼ି ଭିତରେ ଥିବା ଚାଳକ ଏବଂ ଜଣେ ମହିଳାଙ୍କୁ ଲୋକେ କାବୁ କରିବା ସହ ମାଡ଼ ମାରିବାକୁ ଉଦ୍ୟମ କରିଥିଲେ।
ଖବର ପାଇ ଖାରବେଳନଗର ଥାନା ପୁଲିସ ତୁରନ୍ତ ଏକ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚିଥିଲା।
ପୁଲିସ କୌଶଳକ୍ରମେ ଉଭୟ ଡ୍ରାଇଭର ଓ ମହିଳାଙ୍କୁ ଲୋକଙ୍କ କବଳରୁ ଉଦ୍ଧାର କରି ଥାନାକୁ ନେଇ ଅଟକ ରଖିଛି।
ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଉଦ୍ଧାର କରି ନେଇଯିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଆହୁରି ବଢ଼ିଯାଇଥିଲା।
ଧନୀ ଏବଂ ପ୍ରଭାବଶାଳୀ ହୋଇଥିବାରୁ ପୁଲିସ ଡ୍ରାଇଭରକୁ ଛାଡ଼ିଦେବ ବୋଲି ସନ୍ଦେହ କରି ଲୋକେ ପ୍ରବଳ ପାଟିତୁଣ୍ଡ କରିଥିଲେ।
ଉତ୍ୟକ୍ତ ଲୋକେ ସେହି ଦାମୀ ଗାଡ଼ିକୁ ବାଡ଼େଇ ଭାଙ୍ଗିବା ସହ ନିଆଁ ଲଗାଇ ଦେବାକୁ ଚେଷ୍ଟା କରିବା ସହ ରାସ୍ତା ଅବରୋଧ କରିଥିଲେ, ଫଳରେ ପ୍ରାୟ ଏକ ଘଣ୍ଟା ଧରି ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା।Advertisment Women Opposed Wine: ଦିନରେ ଧାନରୁଆ, ସଂଧ୍ୟାରେ ମଦୁଆ ଧରା ଅଭିଯାନ ସୂଚନା ଅନୁଯାୟୀ, ସୋମବାର ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ନିକୋ ପାର୍କ ପଟୁ ଅତି ଦ୍ରୁତ ଗତିରେ ଆସୁଥିବା ଏକ ଦାମୀ ମର୍ସିଡିଜ କାର୍ (ଡବ୍ଲ୍ୟୁବି ୨୪ଏଟି୭୮୭୭) ଶାସ୍ତ୍ରୀନଗର ଛକ ନିକଟରେ (ଓଡି୨୧ସି୬୪୧୬) ନମ୍ବର ବିଶିଷ୍ଟ ବାଇକ୍କୁ ସାମ୍ନାପଟୁ ଧକ୍କା ଦେଇଥିଲା।
ଧକ୍କା ଏତେ ଜୋରଦାର ଥିଲା ଯେ ବାଇକ୍ଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବା ବେଳେ ମର୍ସିଡିଜ କାର୍ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ତୁରନ୍ତ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ।
ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଗୁରୁତର ବାଇକ୍ ଚାଳକଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ।
ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
ଘଟଣାସ୍ଥଳରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାରୁ ସେଠାରେ ୨ ପ୍ଲାଟୁନ୍ ପୁଲିସ ମୁତୟନ କରାଯାଇଛି।
ପୁଲିସର ବରିଷ୍ଠ ଅଧିକାରୀମାନେ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ସାମାନ୍ୟ ଶାନ୍ତ ପଡ଼ିଛି।
ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦ୍ୱୟକୁ ଜବତ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।
Indigo: ଲେହ ବିମାନବନ୍ଦରରେ ହେରୋଇନ ସହ ଗିରଫ ହେଲେ ଇଣ୍ଡିଗୋ ବିମାନ ଯନ୍ତ୍ରୀ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।