The Fastest Soft Robot: କିମାଶ୍ଚର୍ଯ୍ୟମ୍: ଦ୍ରୁତତମ ନରମ ରୋବଟ୍
ଆମେରିକାର କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟର ଇଞ୍ଜିନିୟର୍ ମାନେ ସମ୍ପୂର୍ଣ୍ଣ ନରମ ସାମଗ୍ରୀରେ ଏକ ଛଅଗୋଡ଼ିଆ ରୋବଟ୍ ତିଆରି କରିଛନ୍ତି, ଯାହା ସେକେଣ୍ଡକୁ ୧୫.୫ ଫୁଟ୍ ବା ଘଣ୍ଟାପ୍ରତି ୧୭ କିଲୋମିଟର ବେଗରେ ଦୌଡ଼ି ପାରୁଛି।
ଏଥିସହିତ ଏହା ପୃଥିବୀର ଦ୍ରୁତତମ ନରମ ରୋବଟ୍ ପାଲଟିଛି।
କେବଳ ଏତିକି ନୁହେଁ, ଏ ରୋବଟ୍ ବାଲି, ଗୋଡ଼ି ଓ କଙ୍କ୍ରିଟ୍ରେ ବି ଧାଇଁ ପାରୁଛି।
ପାହାଚ ଚଢ଼ି ଘରର ଉପର ମହଲାକୁ ଯାଇ ପାରୁଛି ଏବଂ ଓହ୍ଲାଇ ପାରୁଛି।
ଦରକାର ବେଳେ ଜଳାଶୟରେ ପହଁରି ବି ପାରୁଛି।
ଗୁରୁତ୍ବପୂର୍ଣ୍ଣ କଥାଟି ହେଉଛି ସମ୍ପୂର୍ଣ୍ଣ ରୋବଟ୍ଟି ଥ୍ରି-ଡି ପ୍ରିଣ୍ଟିଂ ପଦ୍ଧତିରେ ଗୋଟିଏ ମାତ୍ର ଉପାଦାନରେ ନିର୍ମାଣ କରାଯାଇଛି।
ଚଳପ୍ରଚଳ କରିବା ପାଇଁ ଏହା କୌଣସି ଇଲେକ୍ଟ୍ରୋନିକ୍ସ ସରଞ୍ଜାମ ମଧ୍ୟ ଦରକାର କରୁନାହିଁ।
Advertisment Constitution Day: ଏମ୍ସ ଭୁବନେଶ୍ୱରରେ 'ପ୍ରସ୍ତାବନା ପାଠ' ମାଧ୍ୟମରେ ସମ୍ବିଧାନ ଦିବସ ପାଳିତ 'ସାଇନ୍ସ ରୋବଟିକ୍' ପତ୍ରିକା ଲେଖିଛି ଯେ ଶହ ଶହ ବର୍ଷ ତଳେ ଉଦ୍ଭାବିତ ଷ୍ଟିମ୍ ଇଞ୍ଜିନ୍ ଦ୍ବାରା ଅନୁପ୍ରାଣିତ ହୋଇ ଏହି ରୋବଟ୍ ତିଆରି କରାଯାଇଛି।
ଷ୍ଟିମ୍ ଇଞ୍ଜିନ୍ ଯେମିତି ବାଷ୍ପ-ଚାପ ବଳରେ ଚାଲୁଛି ଏହି ରୋବଟ୍ଟିକୁ ବାୟୁଚାପ ବଳରେ ଇଞ୍ଜିନିୟର୍ମାନେ ଚଳାଉଛନ୍ତି।
୨୦୨୨ରେ ପ୍ରଥମକରି ଉକ୍ତ ବିଶ୍ବବିଦ୍ୟାଳୟରେ ଥିବା ଜେକୋବ୍ସ ସ୍କୁଲ୍ ଅଫ୍ ଇଞ୍ଜିନିୟରିଙ୍ଗ୍ରେ ଏହି ରୋବଟ୍ର ଆଦ୍ୟ ରୂପ ଥ୍ରି-ଡି ପ୍ରିଣ୍ଟର୍ରେ ଗଢ଼ା ଯାଇଥିଲା।
ବାୟୁଚାପ ବଳରେ ଏହା ସେତେବେଳେ ସେକେଣ୍ଡ୍ ପ୍ରତି ମାତ୍ର ୪ ସେଣ୍ଟିମିଟର ଚାଲୁଥିଲା।
ମାତ୍ର ଏବେ ଯେଉଁ ନରମ ରୋବଟ୍ ତିଆରି କରାଯାଇଛି ତାହା ପ୍ରଥମ ରୋବଟ୍ଠାରୁ ୧୦୦ ଗୁଣ ବେଗବାନ୍।
Judgement: ହାଇକୋର୍ଟରେ ହାଜର ହେବେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ ଅଧିକାରୀ ଇଲେକ୍ଟ୍ରୋନିକ୍ସ୍ ବିନା ଚାଲୁଥିଲେ ବି ଏହି ରୋବଟ୍ରେ ଗୋଟିଏ ସମସ୍ୟା ଅଛି।
ଚାଲିବା ପାଇଁ ଏହା ଏୟାର୍ କମ୍ପ୍ରେସର୍ ଭଳି ଏକ ବାହ୍ୟ ଉପକରଣ ଉପରେ ନିର୍ଭର କରୁଛି।
ଆଗକୁ କେମିତି ଏହା କମ୍ ପବନରେ ଅଧିକ ସମୟ କାର୍ଯ୍ୟକ୍ଷମ ରହିପାରିବ ସେଥିପାଇଁ ଗବେଷଣା ଚାଲିଛି।
ତାହା ସମ୍ଭବ ହେଲେ, ଏକ ଛୋଟ ଏୟାର୍ କମ୍ପ୍ରେସର୍ ଖଞ୍ଜିଦେଲେ ଏହି ରୋବଟ୍ଟି ଅନାୟାସରେ ଚଳପ୍ରଚଳ କରିପାରିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
