The big story: ଛୋଟିଆ ପାବି ବ୍ୟାଗ୍‌ର ବଡ଼ କାହାଣୀ

Aug 24, 2026 - 04:17
The big story: ଛୋଟିଆ ପାବି ବ୍ୟାଗ୍‌ର ବଡ଼ କାହାଣୀ

"କେବେକେବେ ଏକ ଛୋଟ ପରିବର୍ତ୍ତନ କେବଳ ଜଣେ ମଣିଷର ଜୀବନକୁ ନୁହେଁ, ସମଗ୍ର ଏକ ସମୁଦାୟର ଭବିଷ୍ୟତକୁ ବଦଳାଇଦିଏ।

କଳା, ପରମ୍ପରା ଓ ଜୀବିକାକୁ ଏକାଠି କରି ଏଭଳି ଏକ ପରିବର୍ତ୍ତନର ଉଦାହରଣ ସୃଷ୍ଟି କରିଛନ୍ତି ଗୁଜରାଟ ଅନ୍ତର୍ଗତ କଚ୍ଛର ପାବିବେନ୍ ରାବାରୀ।

ଲୋପ ପାଇବାକୁ ବସିଥିବା ଏକ ପାରମ୍ପରିକ ହସ୍ତଶିଳ୍ପକୁ ସେ ସୃଜନଶୀଳତା ଓ ଉଦ୍ୟମିତା ମାଧ୍ୟମରେ ନୂଆ ପରିଚୟ ଦେଇଛନ୍ତି।Advertisment Demand: ମୟୂରଭଂଜର ୩ଟି ରେଳ ପ୍ରକଳ୍ପର ଭୂମି ଅଧିଗ୍ରହଣ ତ୍ୱରାନ୍ୱିତ କରିବାକୁ ଦାବି କଚ୍ଛର କୁକାଡସର ଗାଁରେ ପାବିବେନଙ୍କ ଶୈଶବ କଟିଥିଲା।

ଆର୍ଥିକ ଅନଟନ ଯୋଗୁଁ ତାଙ୍କୁ ଅଳ୍ପ ବୟସରେ ପାଠପଢ଼ା ଛାଡ଼ି ନିଜ ବିଧବା ମାଆଙ୍କୁ ସହଯୋଗ କରିବା ପାଇଁ କାମ କରିବାକୁ ପଡ଼ିଥିଲା।

୧୯୯୮ ମସିହାରେ ସେ ଏକ ମହିଳା ଗୋଷ୍ଠୀରେ ଯୋଗଦେଇ ହସ୍ତଶିଳ୍ପ କାମ ଶିଖିଥିଲେ।

ଏହି ତାଲିମ ହିଁ ପରେ ତାଙ୍କ ଜୀବନର ନୂଆ ଦିଗ ଖୋଲିଦେଇଥିଲା।

ସେହି ସମୟରେ ରାବାରୀ ସମ୍ପ୍ରଦାୟର ପାରମ୍ପରିକ ଏମ୍ବ୍ରୟଡେରି ଏକ ବଡ଼ ସଙ୍କଟ ଦେଇ ଗତି କରୁଥିଲା।

ଧେବାରିଆ ରାବାରୀ ସମ୍ପ୍ରଦାୟରେ ମହିଳାମାନଙ୍କୁ ପାରମ୍ପରିକ ବିବାହ ଏମ୍ବ୍ରୟଡେରି କରିବା ଉପରେ ନିଷେଧ ଲାଗିଥିଲା।

ମାସ ମାସ ଧରି ଚାଲୁଥିବା ଏହି କାମ ବିବାହରେ ବିଳମ୍ବ ସୃଷ୍ଟି କରୁଛି ବୋଲି ଧାରଣା ଥିଲା।

ଫଳରେ ପିଢ଼ି ପରେ ପିଢ଼ି ଚାଲିଆସିଥିବା ଏକ ମୂଲ୍ୟବାନ କଳା ଧୀରେ ଧୀରେ ହଜିଯିବାର ଆଶଙ୍କା ଦେଖାଦେଇଥିଲା।

କିନ୍ତୁ ପାବିବେନ୍ ଓ ଅନ୍ୟ ମହିଳାମାନେ ହାର୍‌ ମାନିଲେ ନାହିଁ।

ସେମାନେ ପାରମ୍ପରିକ କଳାକୁ ସମୟର ଆବଶ୍ୟକତା ସହିତ ଯୋଡ଼ିବାର ନୂଆ ଉପାୟ ଖୋଜିଲେ।

ରିବନ୍, ବିଭିନ୍ନ ଲେସ୍‌ ଓ ମେସିନ୍ ଆପ୍ଲିକ୍‌ର ବ୍ୟବହାର କରି ସେମାନେ ପାରମ୍ପରିକ ରଙ୍ଗ, କଳାତ୍ମକ ସ୍ପର୍ଶ ଦେଇ ଡିଜାଇନ୍‌କୁ ଏକ ନୂଆ ରୂପ ଦେଲେ।

ଏହି ନୂଆ କୌଶଳ ପରେ "ହରି ଜାରି" ଭାବେ ପରିଚିତ ହେଲା।

ଏହା ଥିଲା ପରମ୍ପରାକୁ ତ୍ୟାଗ ନକରି, ତାହାକୁ ଅଧୁନିକ ନୂଆ ରୂପରେ ବଞ୍ଚାଇ ରଖିବାର ଏକ ସୃଜନଶୀଳ ପ୍ରୟାସ।

ପାବିବେନ୍ ଏଠାରେ ମଧ୍ୟ ଅଟକି ରହିଲେ ନାହିଁ।

ତାଙ୍କ ଚିନ୍ତା ଥିଲା ଏହି କଳାକୁ ଯଦି ଦୈନନ୍ଦିନ ଜୀବନର ଉପଯୋଗୀ ଉତ୍ପାଦରେ ପରିଣତ କରାଯାଇପାରେ, ତେବେ ଏହା କେବଳ ବଞ୍ଚିବ ନୁହେଁ, ବରଂ ନୂଆ ବଜାର ମଧ୍ୟ ପାଇପାରିବ।

ଏହି ଚିନ୍ତାରୁ ସେ କପଡ଼ାରେ ରିବନ୍ ଲଗାଇ ଏକ ସୁନ୍ଦର ରଙ୍ଗୀନ ବ୍ୟାଗ୍ ତିଆରି କଲେ।

ଏହି ବ୍ୟାଗ୍ ପରେ "ପାବି ବ୍ୟାଗ୍" ନାମରେ ପରିଚିତ ହେଲା।

Rain in Bhadrak: ଲଗାଣ ବର୍ଷାରେ ପୁଣି ବଢ଼ିଲା ବୈତରଣୀ, ସାଳନ୍ଦୀର ଜଳସ୍ତର ଏକ ଛୋଟ ବ୍ୟାଗ୍‌ରୁ ଆରମ୍ଭ ହୋଇଥିବା ଏହି ପ୍ରୟାସ ଧୀରେ ଧୀରେ ଏକ ବଡ଼ ସ୍ୱପ୍ନରେ ପରିଣତ ହେଲା।

୨୦୧୫ ମସିହାରେ ପାବିବେନ୍ ନିଜ ଉଦ୍ୟମ ପାବିବେନ୍ ଡଟ୍‌ କମ୍‌ ଆରମ୍ଭ କଲେ।

ବ୍ୟାଗ୍‌ରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ପରେ ପର୍ସ, କୁଶନ୍ କଭର, କ୍ୱିଲ୍ଟ, ଫାଇଲ୍, ଟଏଲେଟ୍ କିଟ୍ ଓ ବିଭିନ୍ନ ଲାଇଫ୍‌ଷ୍ଟାଇଲ୍ ଉତ୍ପାଦ ପର୍ଯ୍ୟନ୍ତ ବିସ୍ତାରିତ ହେଲା।

ତାଙ୍କ ହସ୍ତଶିଳ୍ପ ଉତ୍ପାଦ ଭାରତର ସୀମା ଟପି ଚଳଚ୍ଚିତ୍ର ଜଗତରେ ମଧ୍ୟ ନିଜର ଛାପ ଛାଡ଼ିଲା।

ତଥାପି ପାବିବେନଙ୍କ ସଫଳତାର ସବୁଠାରୁ ବଡ଼ ଅର୍ଥ ତାଙ୍କ ବ୍ୟାଗ୍‌ର ଲୋକପ୍ରିୟତାରେ ନୁହେଁ।

ତାଙ୍କ ଉଦ୍ୟମ ଆଜି ୩୦୦ରୁ ଅଧିକ ମହିଳା କାରିଗରଙ୍କୁ କାମ ଓ ଆୟର ସୁଯୋଗ ଦେଉଛି।

ଅର୍ଥାତ୍‌, ଦି‌ନେ ହଜିଯିବାକୁ ବସିଥିବା ଏକ ପାରମ୍ପରିକ କଳା ଆଜି ଅନେକ ପରିବାରର ଜୀବିକାର ଆଧାର ହୋଇଛି।

ଏହାସହିତ ମହିଳାମାନେ ଆର୍ଥିକ ଭାବେ ସଶକ୍ତ ହେବାସହ ନିଜ କଳା ଓ ପରିଶ୍ରମର ମୂଲ୍ୟ ମଧ୍ୟ ପାଇପାରୁଛନ୍ତି।

ପାବିବେନଙ୍କ ପରିସ୍ଥିତି ଆମ ସ୍ୱପ୍ନର ପଥରେ ବାଧା ସୃଷ୍ଟି କରିପାରେ, କିନ୍ତୁ ଚିନ୍ତାଶକ୍ତି, ସୃଜନଶୀଳତା ଓ ସାହସ ଆମ ପାଇଁ ନୂଆ ଦିଗ ଖୋଲିପାରେ।

ପରମ୍ପରାକୁ ରକ୍ଷା କରିବାର ଅର୍ଥ ସବୁବେଳେ ତାହାକୁ ଅପରିବର୍ତ୍ତିତ ରଖିବା ନୁହେଁ।

ବରଂ, ସମୟର ଆବଶ୍ୟକତା ଅନୁଯାୟୀ ପରମ୍ପରାକୁ ନୂଆ ରୂପ ଦେବା, ତାହା ପାଇଁ ନୂଆ ବଜାର ସୃଷ୍ଟି କରିବା ଏବଂ ନୂଆ ପିଢ଼ିର ହାତରେ ଏହାର ଦାୟିତ୍ୱ ତୋଳିଦେବା ହିଁ ତାହାକୁ ଜୀବନ୍ତ ଓ ସମୃଦ୍ଧ ରଖିବାର ସର୍ବୋତ୍ତମ ଉପାୟ।‌"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)