Textbook: ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗ: ଏସ୍‌ସିଇଆର୍‌ଟି ଅଧିକାରୀଙ୍କୁ ଜେରା

Jul 16, 2026 - 05:56
Textbook: ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗ: ଏସ୍‌ସିଇଆର୍‌ଟି ଅଧିକାରୀଙ୍କୁ ଜେରା

"କଟକ: ପାଠ୍ୟପୁସ୍ତକ ତ୍ରୁଟିର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଗତକାଲି ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏସ୍‌ସିଇଆର୍‌ଟି)ର ପୂର୍ବତନ ନିର୍ଦ୍ଦେଶକ ମନୋଜ କୁମାର ପାଢ଼ୀଙ୍କୁ ଗିରଫ କରିଥିଲା।

ଆଜି ମାମଲାର ତଦନ୍ତକାରୀ ଅଧିକାରୀ (ଆଇଓ) ନରେନ୍ଦ୍ର କୁମାର ବେହେରାଙ୍କ ନେତୃତ୍ବରେ ୫ଜଣିଆ ଟିମ୍‌ ଭୁବନେଶ୍ବର ଏସ୍‌ସିଇଆର୍‌ଟି ଅଫିସରେ ପହଞ୍ଚି ଖୋଳତାଡ଼ କରିଛି।

ଏସ୍‌ସିଇଆର୍‌ଟି ନିର୍ଦ୍ଦେଶିକା ମଧୁସ୍ମିତା ସାହୁଙ୍କ ସମେତ ବହି ଛାପିବା ଦାୟିତ୍ବରେ ଥିବା ସମସ୍ତ ବିଭାଗର ଅଧିକାରୀଙ୍କୁ ପଚରାଉଚରା କରିବା ସହ କାଗଜପତ୍ର ଜବତ କରିଥିବା ସୂଚନା ମିଳିଛି।

ଅଧିକାରୀମାନେ ଏସ୍‌ସିଇଆର୍‌ଟି କାର୍ଯ୍ୟାଳୟରୁ ୫୫ଟି ବହି ଜବତ କରିଛନ୍ତି।

କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି ଯେ ପୂର୍ବରୁ ବହିରେ ୧୭୦୩ ତ୍ରୁଟି ଥିବା ରିପୋର୍ଟ ହୋଇଛି।

ତେବେ ଜବତ ହୋଇଥିବା ୫୫ଟି ବହି ଯାଞ୍ଚ କରିବା ପରେ ଏହି ସଂଖ୍ୟା ବଢ଼ିବ ବୋଲି ଆଶଙ୍କା କରାଯାଉଛି।

କେଉଁ ଅଧିକାରୀ କେଉଁ ବହି ଦାୟିତ୍ବରେ ଥିଲେ ଓ ପୁସ୍ତକ ପ୍ରକାଶନ ଦାୟିତ୍ବରେ କିଏ ଥିଲେ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି।Advertisment Rath Yatra:  ରାଇରଂଗପୁର ରଥଯାତ୍ରାରେ ଦିନେ ଲେଖାଁଏ ରଥ ଟାଣନ୍ତି ପୁରୁଷ ଓ ମହିଳା ୫୫ ବହି ଜବତ, ଦୁଇ ପ୍ରକାଶନୀ ସଂସ୍ଥାରେ ଛାନ୍‌ଭିନ୍‌ ସୂଚନା ଥାଉକି, ଏସ୍‌ସିଇଆର୍‌ଟି ନିର୍ଦ୍ଦେଶିକା ମଧୁସ୍ମିତା ସାହୁଙ୍କ ଅଭିଯୋଗ କ୍ରମେ ଏସ୍‌ସିଇଆର୍‌ଟିର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀ, ସହକାରୀ ନିର୍ଦ୍ଦେଶକ ପ୍ରଲିପ୍ତା ଦାସ, ଦିଲ୍ଲୀପ ସାହୁ, ଭାରତୀ ଟୁଡ଼ୁଙ୍କ  ନାଁରେ କ୍ରାଇମବ୍ରାଞ୍ଚ ପକ୍ଷରୁ ମାମଲା ରୁଜୁ ହୋଇଛି।

ଅନ୍ୟପଟେ କଟକ ଡଗରପଡ଼ାସ୍ଥିତ ଜଗନ୍ନାଥ ପ୍ରୋସେସ୍‌ ଓ ବିଡ଼ାନାସୀସ୍ଥିତ ନୀଳକଣ୍ଠ ପ୍ରିଣ୍ଟର ବିରୋଧରେ ବି ମାମଲା ହୋଇଛି।

ବହି ପ୍ରକାଶନ ପାଇଁ ଜଗନ୍ନାଥ ପ୍ରୋସେସ୍‌ ଏପ୍ରିଲରେ ୩ କୋଟି ଟଙ୍କାର ଟେଣ୍ଡର ନେଇଥିଲା ଏବଂ ନୀଳକଣ୍ଠ ପ୍ରିଣ୍ଟର୍‌ ବି ଟେଣ୍ଡର ନେଇଥିଲା।

କ୍ରାଇମବ୍ରାଞ୍ଚ ଏସ୍‌ସିଇଆର୍‌ଟିର ପୂର୍ବତନ ନିର୍ଦ୍ଦେଶକ ଶ୍ରୀ ପାଢ଼ୀଙ୍କୁ ମଙ୍ଗଳବାର ଗିରଫ କରିବା ପୂର୍ବରୁ ବହୁସମୟ ଧରି ଜେରା କରିଥିଲା।

ମୁଦ୍ରଣଗତ ତ୍ରୁଟି ତାଙ୍କ ଜାଣତରେ ଥିବା ସତ୍ତ୍ବେ ସେ ଏଥିପ୍ରତି ସମ୍ପୂର୍ଣ୍ଣ ଆଖିବୁଜି ଦେଇଥିଲେ ବୋଲି  କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଥିଲା।

Development Project: ୪୦ କୋଟିରୁ ଅଧିକ ପ୍ରକଳ୍ପର ଶିଳାନ୍ୟାସ, ଉଦ୍‌ଘାଟନ କଲେ ବିଧାୟକ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।