Pakistan: ପାକିସ୍ତାନ: ସିରିଜ୍ ଆକ୍ରମଣରେ ୯ ପୁଲିସଙ୍କ ମୃତ୍ୟୁ, ୩୧ ଆହତ

Jul 16, 2026 - 10:48
Pakistan: ପାକିସ୍ତାନ: ସିରିଜ୍ ଆକ୍ରମଣରେ ୯ ପୁଲିସଙ୍କ ମୃତ୍ୟୁ, ୩୧ ଆହତ

"ଇସଲାମାବାଦ: ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶରେ ତେହେରିକ-ଏ-ତାଲିବାନ ପାକିସ୍ତାନ(ଟିଟିପି) ଦ୍ୱାରା ହୋଇଥିବା ସିରିଜ୍ ଆକ୍ରମଣରେ ନଅ ଜଣ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି।

ଏହି ଆକ୍ରମଣରେ ୯ ପୁଲିସଙ୍କ ମୃତ୍ୟୁ ଘଟିବା ସହିତ ୩୧ ଆହତ ହୋଇଛନ୍ତି।Advertisment ପ୍ରଥମ ଘଟଣାରେ ଟିଟିପି ଆତଙ୍କବାଦୀମାନେ ବାନୁର ମାରିଅନ୍ ପୁଲିସ ଷ୍ଟେସନ ଉପରେ ଆକ୍ରମଣ କରିଥିଲେ।

ଏହି ଘଟଣାରେ ଛଅ ଜଣ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା ଏବଂ ୧୨ ଆହତ ହୋଇଥିଲେ।

ଆତଙ୍କବାଦୀମାନେ ବିସ୍ଫୋରକ ଭର୍ତ୍ତି ଏକ ଟ୍ରକ୍ ପୁଲିସ ଷ୍ଟେସନ ସହ ଧକ୍କା କରି ବିସ୍ଫୋରଣ କରିଥିଲେ।

ଟିଟିପି ଆତଙ୍କବାଦୀମାନେ ଆକ୍ରମଣ ମଧ୍ୟ କରିଥିଲେ।

ରଥଯାତ୍ରା ପୂର୍ବରୁ ବିଳମ୍ବିତ ରାତିରେ ପୁରୀରେ ସମୀକ୍ଷା କଲେ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣ ଚନ୍ଦ୍ର ମହାପାତ୍ର  ଯାହା ଫଳରେ ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।

ସେହିପରି ଦ୍ବିତୀୟ ଘଟଣାରେ ଲୋୟର ଦିର୍ ଜିଲ୍ଲାରେ ଏକ ପୁଲିସ କନଭୟ ଉପରେ ହୋଇଥିବା ଆକ୍ରମଣରେ ତିନି ଜଣ ପୁଲିସ କର୍ମଚାରୀ ନିହତ ହୋଇଛନ୍ତି।

ଆତଙ୍କବାଦୀମାନେ ହାତ ଗ୍ରେନେଡ ଫିଙ୍ଗିବା ସହିତ ଗୁଳି ଚାଳନା କରିଥିଲେ।

ଏଥିରେ ତିନି ଜଣ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବାବେଳେ ୧୯ ଜଣ ଆହତ ହୋଇଥିଲେ।

ହାଇଦର ନିକଟସ୍ଥ ଲାଡାମ ଟପ୍‌ରେ ଏହି ଆକ୍ରମଣ ହୋଇଥିଲା।

ବିସ୍ଫୋରକ ଭର୍ତ୍ତି ଟ୍ରକ୍ ପୁଲିସ ଷ୍ଟେସନରେ ଧକ୍କା କଲେ ଉଭୟ ଘଟଣାରେ ଆହତ ପୁଲିସ କର୍ମଚାରୀଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପୁଲିସ କହିଛି ଯେ, ସୁରକ୍ଷା ବାହିନୀ ଅଞ୍ଚଳକୁ ଘେରାବନ୍ଦୀ କରିଛି ଏବଂ ଆକ୍ରମଣକାରୀଙ୍କ ସନ୍ଧାନ ପାଇଁ ତଲାସୀ ଅଭିଯାନ ଚାଲିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।