Smart city: ବିଗିଡ଼ିଗଲାଣି ଜନପଥର ସ୍ମାର୍ଟ ଚେହେରା

Jul 16, 2026 - 08:50
Smart city: ବିଗିଡ଼ିଗଲାଣି ଜନପଥର ସ୍ମାର୍ଟ ଚେହେରା

"ଭୁବନେଶ୍ବର: କେନ୍ଦ୍ର ସରକାର ଭୁବନେଶ୍ବରକୁ ସ୍ମାର୍ଟ ସହର ଘୋଷଣା ପରେ "ସ୍ମାର୍ଟ ଜନପଥ" ଥିଲା ସହରର ପ୍ରଥମ ସ୍ମାର୍ଟ ପ୍ରକଳ୍ପ।

ପ୍ରାୟ ୧୦୩.୪୫ କୋଟି ଟଙ୍କା ଖର୍ଚ୍ଚ କରି ରାଜ୍ୟ ସରକାର ଏହାକୁ ଅଗ୍ରାଧିକାର ଭିତ୍ତିରେ ପୂର୍ଣ୍ଣ ରୂପ ଦେଇଥିଲେ।

ବାହାର ଦେଶର ଉନ୍ନତ ସହରର ରାସ୍ତାଘାଟ ଭଳି ଏହାକୁ ସଜାଯାଇଥିଲା।

କିନ୍ତୁ ଦିନ ଗଡ଼ିବା ସହ ଏହି ପ୍ରକଳ୍ପର ଅସ୍ତିତ୍ବ ସଂକଟ ଦେଖାଗଲାଣି।

ବିଗିଡ଼ିଗଲାଣି ସ୍ମାର୍ଟ ଜନପଥର ସ୍ମାର୍ଟ ଚେହେରା।Advertisment Development Project: ୪୦ କୋଟିରୁ ଅଧିକ ପ୍ରକଳ୍ପର ଶିଳାନ୍ୟାସ, ଉଦ୍‌ଘାଟନ କଲେ ବିଧାୟକ ସ୍ମାର୍ଟ ଜନପଥର ବ୍ୟାପ୍ତି ଶିଶୁ ଭବନ ଛକରୁ ବାଣୀବିହାର ଛକ ପର୍ଯ୍ୟନ୍ତ ପ୍ରାୟ ୫.୫ କିଲୋମିଟର।

ସ୍ମାର୍ଟ ସିଟିର ଦ୍ବିତୀୟ ସର୍ବାଧିକ ଖର୍ଚ୍ଚ ହୋଇଥିବା ପ୍ରକଳ୍ପ ଥିଲା ସ୍ମାର୍ଟ ଜନପଥ।

ଅନେକ ପ୍ରତିବନ୍ଧକ ଭିତରେ ପୂର୍ବର ଜବରଦଖଲ, ବିକ୍ଷିପ୍ତ ତାର, ଅଣଓସାରିଆ ରାସ୍ତା, ଅଣସଂଗଠିତ ପାର୍କିଂ ଆଦିକୁ ହଟାଇ ରାସ୍ତାର ପୂର୍ଣ୍ଣବିକାଶ କରାଯାଇଥିଲା।

ଭିଡ଼ ନିୟନ୍ତ୍ରଣ ପାଇଁ ଚଉଡ଼ା ରାସ୍ତା, ଦୁଇପାର୍ଶ୍ବରେ ଗଛ ଛାଇରେ ବିଶ୍ରାମ ପାଇଁ ୨.୧ ମିଟରର ବିକଶିତ ଅଞ୍ଚଳ, ପଥଚାରୀ ରାସ୍ତା, ୨.୪ ମିଟରର ସାଇକେଲ୍ ଟ୍ରାକ୍, ରାସ୍ତା ଉପରେ ୪.୫ ମିଟରର ବ୍ୟବସ୍ଥିତ ପାର୍କିଂ, ୯ ମିଟରର ଟ୍ରାଭେଲ୍ ଲେନ୍, ୨ ମିଟରର ମେଡିଆନ୍, ଅତ୍ୟାଧୁନିକ ଭେଣ୍ଡିଂ କିଓସ୍କ, ଷ୍ଟଡି ଜୋନ୍, ରାସ୍ତାପାର୍ଶ୍ବ ସୌନ୍ଦର୍ଯ୍ୟୀକରଣ ସହ ଅନ୍ୟାନ୍ୟ ବିକାଶ କରାଯାଇଥିଲା।

ଅଣ୍ଡରଗ୍ରାଉଣ୍ଡ୍‌ କେବଲିଂ କରାଯାଇଥିଲା।

ଆର୍‌କେଡି କନ୍‌ଷ୍ଟ୍ରକ୍‌ସନ୍‌ କାମର ଟେଣ୍ଡର୍‌ ନେଇଥିଲା।

୨୦୨୨ରେ ଏହା ପୂର୍ଣ୍ଣାଙ୍ଗ ରୂପ ନେଇଥିଲା।

ପ୍ରକଳ୍ପ ଏତେ ଆକର୍ଷଣୀୟ ଥିଲା ଯେ ବିଦେଶର ପ୍ରତିନିଧି ଦଳ ଆସି ପ୍ରକଳ୍ପ ବୁଲି ଦେଖିବା ସହ ପ୍ରଶଂସା କରିଥିଲେ।

ଟେଣ୍ଡର ଚୁକ୍ତି ଅନୁଯାୟୀ, ୨୦୨୨ରୁ ୨୦୨୫ ପର୍ଯ୍ୟନ୍ତ ୩ ବର୍ଷ ଆର୍‌କେଡି କନ୍‌ଷ୍ଟ୍ରକ୍‌ସନ୍‌ ସ୍ମାର୍ଟ ଜନପଥ ପ୍ରକଳ୍ପର ରକ୍ଷଣାବେକ୍ଷଣ କରିଥିଲା।

ଗତ ଜାନୁଆରିରୁ ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ୍‌ ଏବେ ଜନପଥ କଥା ବୁଝୁଛି।

କିନ୍ତୁ ଯେଉଁ ଢଙ୍ଗରେ ଓ ଯେଉଁ ଲକ୍ଷ୍ୟରେ ଜନପଥ ବିକାଶ କରାଯାଇଥିଲା, ତାହା କାମରେ ଲାଗୁନି।

ସେତେବେଳର ଜନପଥ ଓ ଏବେର ଜନପଥ ଭିତରେ ଆକାଶପାତଳ ଫରକ ଦେଖାଦେଇଛି।

Rath Yatra 2026: ଭକ୍ତିରେ ଉଛୁଳିଲା ବଡଦାଣ୍ଡ; ସାଆନ୍ତଙ୍କ ଅପେକ୍ଷାରେ ଭକ୍ତ ସାଇକେଲ୍‌ ଟ୍ରାକ୍‌, ପାଦଚଲା ରାସ୍ତାରେ ଛାଇଦେଲେଣି ହୋର୍ଡିଂପ୍ରାତଃ ଓ ସାଂଧ୍ୟକାଳୀନ ଭ୍ରମଣ ସହ ପଥଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ ଜନପଥରେ ସ୍ବତନ୍ତ୍ର ସାଇକେଲ୍‌ ଟ୍ରାକ୍‌, ପଥଚାରୀ ଚାଲିବା ଜୋନ୍‌ କରାଯାଇଥିଲା।

କିନ୍ତୁ ଏହି ଜୋନ୍‌ ସବୁ ସରକାରୀ ଓ ବେସରକାରୀ ହୋର୍ଡିଂ ଦ୍ବାରା ଅବରୋଧ ହୋଇ ସାରିଲାଣି।

ହୋର୍ଡିଂ ସବୁ ଏଭଳି ଲଗାଯାଇଛି ଯେ ଚାଲିକରି ଅବା ସାଇକେଲ୍‌ରେ ଗଲେ, ମୁଣ୍ଡରେ ବାଜି ଖଣ୍ଡିଆଖାବରା ହେବାର ଭୟ ରହୁଛି।

ଏଣୁ ଲୋ‌କେ ପୁଣି ରାସ୍ତାକୁ ଫେରିଲେଣି।

ସେପେଟେ ମେଡିଆନ୍‌କୁ ବି ବିକୃତ କରି ଦିଆଗଲାଣି।

ହୋର୍ଡିଂ ପାଇଁ ମେଡିଆନ୍‌ ଗଛ ସବୁକୁ ତାଡ଼ି ଦିଆଯାଇଛି।

ପୂର୍ବରୁ ଜନପଥ ନୋ ହୋର୍ଡିଂ ଜୋନ୍‌ ଥିଲା।

ଜନପଥର ଦୁଇପାର୍ଶ୍ବ କୋଠା ପର୍ଯ୍ୟନ୍ତ ରାସ୍ତା ନୋ ହୋର୍ଡିଂ ଜୋନ୍‌ ଥିଲା।

ବିଧାନସଭାରେ ବି ଏହି ପ୍ରସଙ୍ଗ ବିଧାୟକ ଅନନ୍ତ ନାରାୟଣ ଜେନା ଉଠାଇଥିଲେ।

ଜନପଥ ସହ ଅନ୍ୟାନ୍ୟ ସ୍ଥାନ ନୋ ହୋର୍ଡିଂ ଜୋନ୍‌ରେ ରହିଛି ବୋଲି ବିଧାନସଭାରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଉତ୍ତର ଦେଇଥିଲେ।

କିନ୍ତୁ ଏବେ ସ୍ଥିତି ସଂପୂର୍ଣ୍ଣ ଓଲଟା।

ଯେବେଠୁ ରକ୍ଷଣାବେକ୍ଷଣ ଓ ପରିଚାଳନା କାମ ସ୍ମାର୍ଟ ସିଟି ନିଜେ ବୁଝୁଛି, ସେବେଠୁ ବିଏମ୍‌ସି ଏଠାରେ ହୋର୍ଡିଂ ଲଗାଇ ବେପାର ଆରମ୍ଭ କରି ଦେଇଛି।

ଏହା ଦେଖି ଜନପଥର ଦୁଇପାର୍ଶ୍ବରେ ବେପାର କରୁଥିବା ସଂସ୍ଥାମାନେ ସେମାନଙ୍କ ହୋର୍ଡିଂ ଆଣି ରାସ୍ତା ଉପରେ ରଖିଲେଣି।

ଜନପଥରେ ହୋର୍ଡିଂ ଲଗାଇବାକୁ ବିଏମ୍‌ସି ଟେଣ୍ଡର ଦେଇଛି ବୋଲି ବିଏମ୍‌ସି ଡେପୁଟି କମିସନର ଅଜୟ କୁମାର ମହାନ୍ତି କହିଛନ୍ତି।

ଦିବ୍ୟାଙ୍ଗ ପାର୍କିଂ ମାଡ଼ି ବସିଲେଣିସ୍ମାର୍ଟ ଜନପଥକୁ ସରକାର ଦିବ୍ୟାଙ୍ଗ ଅନୁକୂଳ ବି କରିଥିଲେ।

ଦିବ୍ୟାଙ୍ଗମାନେ ସୁବିଧାରେ ପାର୍କିଂ ପାଇଁ ସ୍ବତନ୍ତ୍ର ଦିବ୍ୟାଙ୍ଗ ପାର୍କିଂ ସ୍ଥାନ ଚିହ୍ନଟ କରାଯାଇଥିଲା ଓ ସେହି ଅନୁସାରେ ଏହି ସ୍ଥାନ ଦିବ୍ୟାଙ୍ଗଙ୍କ ପାଇଁ ସଂରକ୍ଷିତ ରଖାଯାଇଥିଲା।

କିନ୍ତୁ ପାର୍କିଂ ଟେଣ୍ଡର ନେଇଥିବା ସଂସ୍ଥାମାନେ ଏହାକୁ ମାନୁନାହାନ୍ତି।

ଏଠାରେ ବି ସର୍ବସାଧାରଣଙ୍କ ଗାଡ଼ି ପାର୍କିଂ ଅନୁମତି ଦେଇ ଟଙ୍କା ରୋଜଗାର କରୁଛନ୍ତି।

ଏଣୁ ଦିବ୍ୟାଙ୍ଗମାନେ ଆସିଲେ, ଗାଡ଼ି ରଖିବାକୁ କଲବଲ ହେଉଛନ୍ତି।

ବିଡିଏ ଅଧିକାରୀ ଦେବାଶିଷ ରାଉତ କହିଛନ୍ତି, ପାର୍କିଂ କଥା ବିଏମ୍‌ସି ବୁଝୁଛି।

ତଥାପି ଏଭଳି ସମସ୍ୟା ଥିଲେ, ବିଏମ୍‌ସିର ଦୃଷ୍ଟି ଆକର୍ଷଣ କରି ସମାଧାନ କରିବୁ।

ଜନପଥରେ ଗର୍ତ୍ତସ୍ମାର୍ଟ ଜନପଥରେ ବଡ଼ ବଡ଼ ଗର୍ତ୍ତ ସବୁ ଦେଖିବାକୁ ମିଳିଛି।

ମାଷ୍ଟରକ୍ୟାଣ୍ଟିନ ଛକ, ଶ୍ରୀୟା, ସ୍ତୁତି ଓ ଅନ୍ୟ ଛକରେ ଏଭଳି ଗର୍ତ୍ତ ଦେଖିବାକୁ ମିଳିଛି।

ନିକଟରେ ସ୍ମାର୍ଟ ଜନପଥରେ ନୂଆ ପିଚୁ ପଡ଼ିଥିଲା।

କିନ୍ତୁ ଅଳ୍ପ ଦିନରେ ଏସବୁ ଉଠିଯାଇଛି।

ସେପଟେ ମାଷ୍ଟରକ୍ୟାଣ୍ଟିନ୍‌ ପାର୍ଶ୍ବରୁ ଶ୍ରୀୟା-ସ୍ତୁତି ଛକ ପାର୍ଶ୍ବକୁ ଆସିବାବେଳେ ବିରାଟ ଗର୍ତ୍ତ ଏଠାରେ ଥିଲା।

ପ୍ରାୟ ୩ ଫୁଟ ଗଭୀର ଓ ୩ ଫୁଟ ବ୍ୟାସାର୍ଦ୍ଧର ଏହି ଗର୍ତ୍ତ ଚାଳକଙ୍କ ପାଇଁ ବିପଦସଂକୁଳ ଭାବେ ରହିଥିଲା।

ଏହାକୁ ପିଚୁ କରିବା ବଦଳରେ ବାଲି ପକାଇ ଗର୍ତ୍ତକୁ ବନ୍ଦ କରି ଦିଆଯାଇଛି।

ଯାହା ପୁଣିଥରେ ବିପଦ ସୃଷ୍ଟି କରିବା ଆଶଙ୍କା ସୃଷ୍ଟି କରିଛି।

ସେପଟେ ଜନପାଥର ଦୁଇ ପାର୍ଶ୍ବରେ ଥିବା ପଥଚାରୀଙ୍କ ଚଲାବୁଲା ବାଟରୁ ବି ପେଭର୍‌ ବ୍ଲକ୍‌ ତାଡ଼ି ଦିଆଯାଇଛି।

Neglect: ୧୦ ଦିନରେ ୩ ମୃତ୍ୟୁ, ବର୍ଷକରେ ୨୫ ମୃତ କାଟିନେଲେ ସୌନ୍ଦର୍ଯ୍ୟୀକରଣ ଲାଇଟ୍‌ରାତିରେ ସ୍ମାର୍ଟ ଜନପଥକୁ ସ୍ମାର୍ଟ ରୂପ ଦେବାକୁ ରାସ୍ତା ଦୁଇପାର୍ଶ୍ବରେ ନାନାଦି ସୌନ୍ଦର୍ଯ୍ୟୀକରଣ ଲାଇଟ୍‌ ଲଗାଯାଇଥିଲା।

କିନ୍ତୁ ଏ ଭିତରେ ଅନେକ ଭାଙ୍ଗିଯାଇଛି ଓ ଅନେକକୁ ଚୋର କାଟି ନେଇ ପଳାଇଛନ୍ତି।

ଭୁବନେଶ୍ବର ମହାନଗର ନିଗମ ମୁଖ୍ୟାଳୟ ଆଗରେ ବି ଏଭଳି ସ୍ଥିତି ଦେଖିବାକୁ ମିଳିଛି।

ଏ ଭିତରେ ସୌନ୍ଦର୍ଯ୍ୟୀକରଣ ଲାଇଟ୍‌ କାଟି ନେଇଥିବା ଚୋର ଗିରଫ ହୋଇ ସାରିଲେଣି।

କିନ୍ତୁ କାଟି ନିଆଯାଇଥିବା ଓ ଭାଙ୍ଗିଯାଇଥିବା ଲାଇଟ୍‌ ସବୁ ସେହିଭଳି ଭଙ୍ଗା ଅବସ୍ଥାରେ ରହିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।