TestMatch: ରାହୁଲ, ଗିଲ୍ଙ୍କ ଶତକ: ଭାରତ ୩୬୮/୩
"ନ୍ୟୁ ଚଣ୍ଡିଗଡ଼: କେଏଲ୍ ରାହୁଲ୍ ଓ ଶୁବମନ ଗିଲ୍ଙ୍କ ଶତକ ବଳରେ ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ୍ର ପ୍ରଥମ ଦିନରେ ଭାରତ ନିଜର ସ୍ଥିତି ସୁଦୃଢ କରିଛି।
ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଘରୋଇ ଦଳ ୩ ଓ୍ବିକେଟ୍ ହରାଇ ୩୬୮ ରନ୍ କରିବା ସହ ଏକ ବଡ଼ ସ୍କୋର୍ ଆଡ଼କୁ ଅଗ୍ରସର ହେଉଛି।Advertisment ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତର ଦୁଇ ଓପନର୍ ଯଶସ୍ବୀ ଜୟସ୍ବାଲ ଓ କେଏଲ୍ ରାହୁଲ ଭଲ ଆରମ୍ଭ କରିଥିଲେ ବି ଜୟସ୍ବାଲ ୨୪ ରନ୍ କରି ପ୍ୟାଭିଲିୟନ ଫେରିଥିଲେ।
ଏହା ପରେ ରାହୁଲ୍ ଓ ସାଇ ସୁଦର୍ଶନଙ୍କ ମଧ୍ୟରେ ୧୩୯ ରନ୍ର ଏକ ବଡ଼ ଭାଗୀଦାର ଦେଖିବାକୁ ମିଳିଥିଲା।
ସୁଦର୍ଶନ ୮୧ ରନ୍ କରି ମହମ୍ମଦ ସଲିମ୍ ସାଫିଙ୍କ ଶିକାର ହୋଇଥିବାବେଳେ ରାହୁଲ ନିଜର ଶତକ ପୂରଣ କରିଥିଲେ।
ଏହା ପରେ ଅଧିନାୟକ ଶୁବମନ ଗିଲ୍ ଓ ଋଷଭ ପନ୍ତଙ୍କ ୧୨୧ରନ୍ର ଭାଗୀଦାର ବଳରେ ପ୍ରଥମ ଦିନରେ ହିଁ ଭାରତର ସ୍କୋର୍ ୩୫୦ ଟପିଯାଇଥିଲା।
ଗିଲ୍ ଶତକ (୧୦୩*) ଓ ପନ୍ତ ଅର୍ଦ୍ଧଶତକ (୫୦*) ପୂରଣ କରି ଅପରାଜିତ ଅଛନ୍ତି।
ଆଫଗାନିସ୍ତାନ ପକ୍ଷରୁ ମହମ୍ମଦ ସଲିମ୍ ସାଫି ୨ ଓ ଜିଆ ଉର୍ ରେହମାନ ସରିଫି ଗୋଟିଏ ଓ୍ବିକେଟ୍ ନେଇଥିଲେ।
ଗିଲ୍ ଭାରତର ଏକାଦଶ ଅଧିନାୟକ ଏବଂ ସୁନୀଲ ଗାଭାସ୍କରଙ୍କ ପରେ ଦ୍ବିତୀୟ ଦ୍ରୁତତମ ଅଧିନାୟକ ଭାବେ ଟେଷ୍ଟ କ୍ରିକେଟ୍ରେ ୧,୦୦୦ ରନ୍ ପୂରଣ କରିଛନ୍ତି।
ସଂକ୍ଷିପ୍ତ ସ୍କୋର୍: ଭାରତ ପ୍ରଥମ ପାଳି ୮୫ ଓଭରରେ-୩୬୮/୩ ( ଶୁବମନ ଗିଲ୍ ୧୦୩*, କେଏଲ୍ ରାହୁଲ ୧୦୦, ସାଇ ସୁଦର୍ଶନ ୮୧, ମହମ୍ମଦ ସଲିମ୍ ସାଫି ୨/୬୭, ଜିଆ ଉର୍ ରହମାନ ସରିଫି ୧/୬୧) "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।