Kani River Flood: କାଣୀ ନଦୀର ୩ଫୁଟ ଉଚ୍ଚତାରେ ବନ୍ୟା ଜଳ: ୭୦ ପରିବାର ଜଳବନ୍ଦୀ
"ଦଶରଥପୁର: ଦଶରଥପୁର ବ୍ଲକ ତରପଦା ପଞ୍ଚାୟତ ଡୋଭାବିଲଠାରେ କାଣୀ ନଦୀର ୩ଫୁଟ ଉଚ୍ଚତାରେ ବନ୍ୟା ଜଳ ଗାଁକୁ ପ୍ରବେଶ କରୁଛି।
ଜିଲ୍ଲା ଏବଂ ବ୍ଲକ ପ୍ରଶାସନ ଉପସ୍ଥିତିରେ ବାଲି ବସ୍ତା ପକାଯାଉଥିବାବେଳେ ପାଣିକୁ ଅଟକାଇବା ସମ୍ଭବ ହେଉନାହିଁ।Advertisment ଏନଡିଆରଏଫ ଟିମ ଉଦ୍ଧାର ଜାରି ଖାଲି ଏହି ସ୍ଥାନ ନୁହେଁ, କାଣୀ ନଦୀର ବ୍ରହ୍ମଚାରୀପାଟଣା, ତରପଦା, ଡୋଭାବିଲ, ଜଙ୍ଗିଲିସାହି, ପାଟଣା, ବୈତରଣୀର କଟିକଟା ଠାରେ ନଦୀବନ୍ଧ ବୁଡି ବନ୍ୟା ଜଳ ପ୍ରବାହିତ ହେଉଛି।
ଏହାଛଡା କାଣୀର କଣ୍ଟପଡା ଠାରେ ପ୍ରଥମ ବନ୍ୟାରେ ହୋଇଥିବା ମୁକୁଳା ଘାଇ ଦ୍ୱାରା ବନ୍ୟା ଜଳ ପ୍ରବେଶ କରୁଛି।
କଟିକଟା ତରାଇସାହି, ମାଝୀସାହି, ସାହୁ ସାହିର ୭୦ ପରିବାର ଜଳ ବନ୍ଦୀରେ ଥିବା ଲୋକଙ୍କୁ ଓଡ୍ରାଫ ଏବଂ ଏନଡିଆରଏଫ ଟିମ ଉଦ୍ଧାର କରୁଛନ୍ତି।
AI Programme: ଟ୍ରାଇଡେଣ୍ଟ ଏକାଡେମିର ଫାକଲ୍ଟି ଡେଭେଲପ୍ମେଣ୍ଟ୍ କାର୍ଯ୍ୟକ୍ରମ କାଣୀ ନଦୀ କସପା ପଞ୍ଚାୟତ ଜଂଗିଳିସାହି ଠାରେ ଏକ ବଡ଼ ଘଳିଆ ସୃଷ୍ଟି ହୋଇଛି ଚାହୁଁ ଚାହୁଁ ଧସିଗଲା ନଦୀବନ୍ଧ।
ଲୋକେ ମରାମତି କରୁଥିବା ଦେଖାଯାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।