Test Series: ଗୁରୁବାରଠୁ ଟେଷ୍ଟ ଶୃଙ୍ଖଳା: ବିଜୟ ଲକ୍ଷ୍ୟରେ ଗିଲ୍ ବାହିନୀ
ୱେଲିଂଟନ୍: ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ଭାରତୀୟ ଦଳ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳା ଗୁରୁବାରଠୁ ବେସିନ୍ ରିଜର୍ଭ ଷ୍ଟାଡିୟମ୍ରେ ଖେଳିବ।
ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ (ଡବ୍ଲ୍ୟୁଟିସି) ଫାଇନାଲ୍ ଦୌଡ଼ ଲାଗି ଏହି ଶୃଙ୍ଖଳା ଭାରତ ପାଇଁ ଗୁରତ୍ବପୂର୍ଣ୍ଣ ଥିବାରୁ ଶୁବମନ ଗିଲ୍ ବାହିନୀ ବିଜୟ ଲକ୍ଷ୍ୟରେ ରହିଛି।
Advertisment ଏହି ଗସ୍ତରେ ଭାରତ ଉଭୟ ଟ୍ବେଣ୍ଟି-୨୦ ଓ ଦିନିକିଆ ଶୃଙ୍ଖଳା ଜିତିଥିବାରୁ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟେଷ୍ଟ୍ ଶୃଙ୍ଖଳା କବ୍ଜା କରିବା ସହ ଡବ୍ଲ୍ୟୁଟିସି ଫାଇନାଲ୍ ସ୍ଥାନ ଦୌଡ଼ରେ ରହିବା ଆଶାରେ ରହିଛି।
ହେଲେ ଘାସଭରା ପିଚ୍ ସହ ଘରୋଇ ଦଳର ଶକ୍ତିଶାଳୀ ଦ୍ରୁତ ବୋଲିଂ ବାହିନୀ ଭାରତ ପାଇଁ ଏହା ଏତେ ସହଜ ହେବନି।
ଘରୋଇ ଦ୍ରୁତ ବୋଲର କାଇଲ ଜାମିସନ, ଜାକବ ଡଫି ଓ ମ୍ୟାଟ୍ ହେନରି ବିପକ୍ଷରେ ଭାରତୀୟ ବ୍ୟାଟର୍ଙ୍କୁ କୌଶଳ, ଧୈର୍ଯ୍ୟ ଓ ଦୃଢ଼ ମନୋବଳ ସହ ଖେଳିବାକୁ ପଡ଼ିବ।
ଅଧିନାୟକ ଗିଲ୍ଙ୍କ ସହ ଯଶସ୍ୱୀ ଜୟସ୍ୱାଲ, କେଏଲ୍ ରାହୁଲ, ଦେବଦତ୍ତ ପଡିକଲ ଓ ଋଷଭ ପନ୍ତଙ୍କ ଉପରେ ଦଳର ବ୍ୟାଟିଂ ଲାଇନ୍ ନିର୍ଭର କରିବ।
ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବା ସନ୍ଦେହ ଭାରତୀୟ ଅଧିନାୟକ ୭ ଜଣ ବିଶେଷଜ୍ଞ ବ୍ୟାଟର୍ଙ୍କ ସହ ୪ ଦ୍ରୁତ ବୋଲରଙ୍କୁ ଖେଳାଇବାକୁ ସଙ୍କେତ ଦେଇଥିବାରୁ ଅଲ୍ରାଉଣ୍ଡର ନୀତୀଶ କୁମାର ରେଡ୍ଡୀ ବେଞ୍ଚ୍ରେ ବସିପାରିନ୍ତି।
ସେହିପରି ମହମ୍ମଦ ସିରାଜଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବା ସନ୍ଦେହରେ ରହିଛି।
ବୋଲିଂ ସହ ଅଂଶୁଲ କମ୍ବୋଜ, ଆକାଶ ଦୀପ ଭଲ ବ୍ୟାଟିଂ କରୁଥିବାରୁ, ଯଶପ୍ରୀତ ବୁମ୍ରାଙ୍କ ସହ ଏହି ଦୁହେଁ ଖେଳିପାରନ୍ତି।
ଅନ୍ୟ ଗୋଟିଏ ସ୍ଥାନ ଲାଗି ସିରାଜ, ପ୍ରସିଦ୍ଧ କୃଷ୍ଣ ଓ ଗୁରନୂର ବ୍ରାରଙ୍କ ମଧ୍ୟରୁ ଜଣେ ଖେଳିବେ।
ଏହା ଗତ କାଲି ଟସ୍ ପଡ଼ିବା ପୂର୍ବରୁ ନିଶ୍ଚିତ ହେବ।
ଭାରତ ଚତୁର୍ଥରେ ଅଛି ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଘରୋଇ ମାଟିରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ୍ ଶୃଙ୍ଖଳା ଜିତିଥିବାରୁ ଦୃଢ଼ ମନୋବଳରେ ରହିଛି।
ଏପରିକି ଡବ୍ଲ୍ୟୁଟିସି ଫାଇନାଲ୍ ଦୌଡ଼ ଟେବୁଲରେ ଏହି ଦଳ ୭୨.୨୨ ପିସିଟି ସହ ଶୀର୍ଷରେ ଥିଲା ବେଳେ ଭାରତ (୫୧.୫୨) ଚତୁର୍ଥରେ ଅଛି।
ଆହତ ଯୋଗୁଁ ଦଳଠୁ ଦୂରେଇ ରହିଥିବା ଡେଭନ କନୱେ, ରାଚିନ ରବୀନ୍ଦ୍ର ଓ ଟମ୍ ବ୍ଲଣ୍ଡେଲ ଫେରିବା ଟମ୍ ଲାଥମଙ୍କୁ ଆଶ୍ବସ୍ତ କରିଛି।
ତେବେ ମିଚେଲ ସାଣ୍ଟନର ଆହତ ଯୋଗୁଁ ବାଦ୍ ପଡ଼ିଥିବାରୁ ଅଲ୍ରାଉଣ୍ଡର ଗ୍ଲେନ୍ ଫିଲିପ୍ସ ଓ ଡାରିଲ ମିଚେଲ୍ ସ୍ପିନ୍ ଦାୟିତ୍ବ ସମ୍ଭାଳିବେ।
Cricket: ସୟଦ ମୁସ୍ତାକ ଅଲୀ ଟ୍ବେଣ୍ଟି-୨୦: ଓଡ଼ିଶାର ହ୍ୟାଟ୍ରିକ୍ ପରାଜୟ ଭାରତ (ସମ୍ଭାବ୍ୟ ୧୧): ଶୁବମନ ଗିଲ (ଅଧିନାୟକ), ଯଶସ୍ବୀ ଜୟସ୍ବାଲ, କେଏଲ୍ ରାହୁଲ, ଦେବଦତ୍ତ ପଡ଼ିକଲ, ଋଷଭ ପନ୍ତ (ୱିକେଟ୍କିପର), ଧ୍ରୁବ ଜୁରେଲ, ରବୀନ୍ଦ୍ର ଜାଦେଜା, ଅଂଶୁଲ କମ୍ବୋଜ, ଆକାଶ ଦୀପ, ଯଶପ୍ରୀତ ବୁମ୍ରା, ପ୍ରସିଦ୍ଧ କୃଷ୍ଣ/ଗୁରନୂର ବ୍ରାର/ମହମ୍ମଦ ସିରାଜ।
ନ୍ୟୁଜିଲାଣ୍ଡ (ସମ୍ଭାବ୍ୟ ୧୧): ଟମ୍ ଲାଥମ (ଅଧିନାୟକ), ଡେଭନ କନୱେ, ହେନରି ନିକୋଲ୍ସ, ରାଚିନ ରବୀନ୍ଦ୍ର, ଡାରିଲ ମିଚେଲ, ଟମ ବ୍ଲଣ୍ଡେଲ (ୱିକେଟ୍କିପର), ଗ୍ଲେନ୍ ଫିଲିପ୍ସ, ନାଥନ ସ୍ମିଥ୍, କାଇଲ ଜାମିସନ, ମ୍ୟାଟ୍ ହେନରି, ଜାକବ ଡଫି/ବ୍ଲେୟର ଟିକନର।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
