Terrifying situation: ଛାତିଥରା ସ୍ଥିତି: ୧୩ ନିଖୋଜ, ୧୧ ବର୍ତ୍ତିଲେ
ଘୁ.ଉଦୟଗିରି/ଭଞ୍ଜନଗର: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଅବିଶ୍ରାନ୍ତ ବର୍ଷା ଯୋଗୁଁ ଗଞ୍ଜାମଜିଲ୍ଲାଭଞ୍ଜନଗର ବ୍ଲକ୍ ବାଇବାଲି ପଞ୍ଚାୟତ ଅନ୍ତର୍ଗତ ଗିଡ଼ିପାବାଲି ଗ୍ରାମରେ ବୁଧବାର ବିଳମ୍ବିତ ରାତି ୩ଟାରେ ଭୟଙ୍କର ଭୂସ୍ଖଳନ ହୋଇଛି। ପାହାଡ଼ରୁ ମାଟିପଥର, ଗଛ ଓ ପାଣି ମାଡ଼ି ଆସିବାରୁ ସମ୍ପୂର୍ଣ୍ଣ ଗ୍ରାମ ଧ୍ୱଂସସ୍ତୂପରେ ପରିଣତ ହୋଇଛି। ଭୂସ୍ଖଳନ ପରେ ୧୩ ଜଣ ନିଖୋଜ ହୋଇଯାଇଥିବା ବେଳେ ୧୧ ଜଣ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଯାଇଛନ୍ତି। ଉଦ୍ଧାର ହୋଇଥିବା ଦୁଇ ମହିଳା ସମିତା ମଲ୍ଲିକ ଓ ମନିମା ପ୍ରଧାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଘୁ.ଉଦୟଗିରି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ନିଖୋଜଙ୍କ ମଧ୍ୟରେ ଗ୍ରାମର ରବି ମଲ୍ଲିକ, ସନମନ ପ୍ରଧାନ, ବଳଦେବ ପ୍ରଧାନ, ବିଜୟ ପ୍ରଧାନ, ପ୍ରତାପ ପ୍ରଧାନ, ଜୟନ୍ତୀ ପ୍ରଧାନ, ପଦ୍ମା ପ୍ରଧାନ, ଦୁର୍ଗାସିନୀ ପ୍ରଧାନ, ବିଜୟଲକ୍ଷ୍ମୀ ପ୍ରଧାନ, ରାଜଲକ୍ଷ୍ମୀ ପ୍ରଧାନ, ଚିମ୍ପୁ ପ୍ରଧାନ, ତାରାବତୀ ପ୍ରଧାନ ଓ ସୁମିତ୍ରା ପ୍ରଧାନ ରହିଛନ୍ତି। ଖବର ଲେଖାଯିବା ସୁଦ୍ଧା ସେମାନଙ୍କ କୌଣସି ପତ୍ତା ମିଳିନାହିଁ।
Delhi traders: ଇଣ୍ଡିମେଣ୍ଟର ସମାବେଶ ଘୁଞ୍ଚାଇବାକୁ ବ୍ୟବସାୟୀଙ୍କ ନିବେଦନ
ଭୂସ୍ଖଳନ: ଗଞ୍ଜାମ-କନ୍ଧମାଳ ସୀମାନ୍ତ ଗିଡ଼ିପାବାଲି ଧ୍ବଂସସ୍ତୂପ
ଗିଡ଼ିପାବାଲି ଗ୍ରାମରେ ୯ଟି ପରିବାରର ପ୍ରାୟ ୨୬ ଜଣ ବସବାସ କରୁଛନ୍ତି। ପ୍ରତ୍ୟକ୍ଷଦର୍ଶୀ ରିନିମା ମଲ୍ଲିକଙ୍କ କହିବା ଅନୁଯାୟୀ, ବୁଧବାର ରାତିରେ ସମସ୍ତେ ଶୋଇଥିବା ବେଳେ ହଠାତ୍ ଘୋଘୋ ଶଦ୍ଦ ଶୁଣାଗଲା। କିଏ କିଛି ଜାଣିବା ଆଗରୁ ପାହାଡ଼ ଉପରୁ ମାଟି, ପଥର, ଗଛ ଓ ପାଣିର ବିଶାଳ ସ୍ରୋତ ଗ୍ରାମ ଭିତରକୁ ମାଡ଼ି ଆସି ଘରଗୁଡ଼ିକୁ ପୋତି ଦେଇଥିଲା। ଆଖିପିଛୁଳାକେ ମାଟି ତଳେ ଦବିଯାଇଥିଲା ଗାଁ। ବିଭୀଷିକା ମଧ୍ୟରେ ୧୧ ଜଣ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ। ସେମାନଙ୍କ ମଧ୍ୟରେ ୧ ବର୍ଷ ତିନିମାସର ଯମଜ ସନ୍ତାନ ଓ ୮ ବର୍ଷର ଜଣେ ନାବାଳକ ଅଛନ୍ତି। ୧୩ ଜଣ ନିଖୋଜ ରହିଛନ୍ତି।
ଭୂସ୍ଖଳନ ପରେ ଘରଦ୍ୱାର ହରାଇଥିବା ଗ୍ରାମବାସୀ ଗତକାଲିଠାରୁ ଭୋକ ଓ ଶୋଷରେ ପାହାଡ଼ ମଧ୍ୟରେ ଆଶ୍ରୟ ନେଇଥିଲେ। ଦୀର୍ଘ ସମୟର ସଂଘର୍ଷ ପରେ ଆଜି ଅପରାହ୍ଣ ପ୍ରାୟ ୨ଟାରେ ଘୁ.ଉଦୟଗିରି ବ୍ଲକ୍ କତିଙ୍ଗିଆ ପଞ୍ଚାୟତର କିଲାପାଙ୍ଗା ପ୍ରାଥମିକ ବିଦ୍ୟାଳୟରେ ଖୋଲାଯାଇଥିବା ଅସ୍ଥାୟୀ ଆଶ୍ରୟସ୍ଥଳରେ ପହଞ୍ଚି ଲୋମଟାଙ୍କୁରା ଅନୁଭୂତି ବଖାଣିଥିଲେ। ସମିତା ଓ ମନିମା ମାଟିପଥର ତଳେ ପୋତି ହୋଇ ରହିଥିବା ବେଳେ କୌଣସିମତେ ଜୀବନ ବଞ୍ଚାଇ ବଲିଙ୍ଗିଆ ରାସ୍ତା ଦେଇ ବାହାରକୁ ଆସୁଥିବା ସମୟରେ ଘୁ.ଉଦୟଗିରିର ଭାରପ୍ରାପ୍ତ ବିଡିଓ ସତ୍ୟନାରାୟଣ ମିଶ୍ରଙ୍କ ନଜରରେ ପଡ଼ିଥିଲେ। ବିଡିଓ ବଲିଙ୍ଗିଆ ଭୂସ୍ଖଳନ ଅଞ୍ଚଳ ପରିଦର୍ଶନରେ ଯାଇଥିବା ବେଳେ ଅସୁସ୍ଥ ଅବସ୍ଥାରେ ଥିବା ଏହି ଦୁଇ ମହିଳାଙ୍କୁ ଠାବ କରି ତୁରନ୍ତ ଘୁ. ଉଦୟଗିରି ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ଉଦ୍ଧାର ୧୧ ଜଣ ଗ୍ରାମବାସୀ କିଲାପାଙ୍ଗା ପ୍ରାଥମିକ ବିଦ୍ୟାଳୟର ଅସ୍ଥାୟୀ ଆଶ୍ରୟସ୍ଥଳରେ ଆଶ୍ରୟ ନେଇଛନ୍ତି।
Ban liquor sales: ୪୫୦ ଲିଟର ଦେଶୀ ମଦ ଜବତ ସହ ୩ ଗିରଫ; ୨୧୦୦ ଲିଟର ପୋଚ ନଷ୍ଟ
ଖବର ମିଳିବା ସୁଦ୍ଧା ଜଣେ ନିଖୋଜଙ୍କ ସଂପର୍କୀୟ ଭଞ୍ଜନଗର କିଲାପାଙ୍ଗା ଗ୍ରାମର ବେଲାର୍ସନ ପ୍ରଧାନଙ୍କ ନେତୃତ୍ୱରେ ୮ ଜଣ ଗ୍ରାମବାସୀ ଗିଡ଼ିପାବାଲି ଅଞ୍ଚଳକୁ ଯାଇ ଖୋଜାଖୋଜି କରିଥିଲେ। ମାତ୍ର କାହାରି ସନ୍ଧାନ ମିଳିନଥିବା ସେମାନେ କହିଛନ୍ତି। ଭୂସ୍ଖଳନରେ ସର୍ବସ୍ୱ ହରାଇଥିବା ଏହି ପରିବାରଗୁଡ଼ିକ ପାଖରେ ଏବେ କେବଳ ପିନ୍ଧିଥିବା ଲୁଗାପଟାକୁ ଛାଡ଼ିଦେଲେ ଆଉ କିଛି ନାହିଁ। ଅନ୍ୟପକ୍ଷରେ ଘୁ.ଉଦୟଗିରି ବ୍ଲକ୍ ଅଧୀନ ଗତିଙ୍ଗିଆ ପଞ୍ଚାୟତ ନିକଟ ଗଞ୍ଜାମ-କନ୍ଧମାଳ ସୀମାନ୍ତ ୬ଟି ସ୍ଥାନରେ ଭୂସ୍ଖଳନ ହୋଇଥିବା ସୂଚନା ମିଳିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
