Tennis: ଆଲ୍କାରାଜଙ୍କୁ ଏଟିପି ଫାଇନାଲ୍ସ ମୁକୁଟ
ତୁରିନ: ଚଳିତ ବର୍ଷର ଶେଷ ପୁରୁଷ ବିଶ୍ବ ଟେନିସ୍ ପ୍ରତିଯୋଗିତା ଏଟିପି ଫାଇନାଲ୍ସରେ ୯ ଗ୍ରାଣ୍ଡ ସ୍ଲାମ୍ ବିଜେତା କାର୍ଲୋସ ଆଲ୍କାରାଜ ବିଜେତା ହୋଇଛନ୍ତି।
ସୋମବାର ଫାଇନାଲ୍ରେ ଏହି ୨୩ ବର୍ଷୀୟ ସ୍ପେନ୍ ଖେଳାଳି ୬-୨, ୯-୭ ସେଟ୍ରେ ବିଶ୍ବର ଏକ ନମ୍ବର ଜର୍ମାନୀ ତାରକା ଆଲେକ୍ଜାଣ୍ଡର ଭେରେଭଙ୍କୁ ପରାସ୍ତ କରିଥିଲେ।
ଏହି ବିଜୟ ସହ ସେ ସମସ୍ତ ୪ ଗ୍ରାଣ୍ଡ ସ୍ଲାମ୍ (ଥରେ ଅଷ୍ଟ୍ରେଲିଆନ୍ ଓପନ୍, ୨ ଥର ଲେଖାଏଁ ଫ୍ରେଞ୍ଚ ଓପନ୍, ୱିମ୍ବଲଡନ୍, ୟୁଏସ୍ ଓପନ୍) ଓ ଏଟିପି ଫାଇନାଲ୍ସ ଟ୍ରଫି ଜିତିବାରେ ବିଶ୍ବର ଚତୁର୍ଥ ଖେଳାଳି ହୋଇଛନ୍ତି।
Advertisment କାର୍ଲୋସ ଆଲ୍କାରାଜ ବିଜେତା ପୂର୍ବରୁ ଏହି ସଫଳତା ସ୍ବିଜରଲାଣ୍ଡ କିଂବଦନ୍ତି ରୋଜର ଫେଡେରର୍, ଆମେରିକାର ଆନ୍ଦ୍ରେ ଆଗାସି ଓ ସର୍ବିୟାର ନୋଭକ ଜୋକୋଭିକଙ୍କ କ୍ଲବ୍ରେ ସମକକ୍ଷ ହୋଇଛନ୍ତି।
ଏଥିସହ ଆଲ୍କାରାଜ ମଧ୍ୟ ଏଟିପି ଫାଇନାଲ୍ସ ମୁକୁଟ କରାୟତ୍ତ କରିବାରେ ଆଲେକ୍ସ କୋରେତ୍ଜା (୧୯୯୮)ଙ୍କ ପରେ ପ୍ରଥମ ସ୍ପେନ୍ ଖେଳାଳି ହୋଇଛନ୍ତି।
ୱେଲିଂଟନରେ ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
