Tender: ୫ ମାସ ତଳୁ ଟେଣ୍ଡର କଲେଣି ମାଟି ମୁଠେ ପଡ଼ିଲାନି

Jun 28, 2026 - 04:21
Tender: ୫ ମାସ ତଳୁ ଟେଣ୍ଡର କଲେଣି ମାଟି ମୁଠେ ପଡ଼ିଲାନି

"ଭୁବନେଶ୍ବର: ରାସ୍ତା ତିଆରି କରିବାକୁ ସର୍ଭେ ହେଲା ଓ ସେହି ଅନୁସାରେ ବିଏମ୍‌ସି ଟେଣ୍ଡର ଡାକିଲା।

ପ୍ରାୟ ୩୧ ଲକ୍ଷ ଟଙ୍କାର ଟେଣ୍ଡର ବି ଚୂଡ଼ାନ୍ତ ହେଲା।

କାର୍ଯ୍ୟାଦେଶ ମିଳିବା ୫ ମାସ ଗଡ଼ିଗଲାଣି, ରାସ୍ତା କାମ ସରିବା ଅବଧି ବି ଦେଢ଼ ମାସ ତଳୁ ସରିଗଲାଣି।

କିନ୍ତୁ ରାସ୍ତା ପାଇଁ ମାଟି ମୁଠେ ବି ପଡ଼ିଲାନି।

ଜବରଦଖଲ ହଟାଇଲେ କାମ କରିବି ବୋଲି ଠିକାଦାର ଜିଦ୍‌ ଧରିଥିବାବେଳେ ବିଏମ୍‌ସି କର୍ତ୍ତୃପକ୍ଷ ନା ଏ ଅଞ୍ଚଳ ମାଡ଼ୁଛନ୍ତି, ନା ଜବରଦଖଲ ହଟାଉଛନ୍ତି।

ଏଣୁ ଟଙ୍କା ମଞ୍ଜୁର ସରିଥିଲେ ବି କାମ ହୋଇପାରୁନି କି ଲୋକେ ସୁଫଳ ପାଇପାରୁନାହାନ୍ତି।

ଏଭଳି ସମସ୍ୟା ଦେଖାଦେଇଛି ବିଏମ୍‌ସିର ୧୩ ନମ୍ବର ୱାର୍ଡ ଅନ୍ତର୍ଗତ ଅନନ୍ତ ବିଜୁ ଆଦର୍ଶ କଲୋନିରୁ କେୟାର ହସ୍ପିଟାଲ୍‌କୁ ସଂଯୋଗ କରୁଥିବା ରାସ୍ତାରେ।Advertisment AI digital: ପ୍ରଯୁକ୍ତି ଓ ଏଆଇକୁ ସୁଯୋଗ ଭାବେ ଗ୍ରହଣ କରିବା ଉଚିତ: ଉପରାଷ୍ଟ୍ରପତି ଅନନ୍ତ ବିଜୁ ଆଦର୍ଶ କଲୋନିରୁ କେୟାର ହସ୍ପିଟାଲ୍‌ ରାସ୍ତା ଅଞ୍ଚଳବାସୀଙ୍କ ବହୁଦିନର ଦାବି ପରେ ବିଏମ୍‌ସି ଅନନ୍ତ ବିଜୁ ଆଦର୍ଶ କଲୋନିରୁ କେୟାର ହସ୍ପିଟାଲ୍‌କୁ ନୂଆ ରାସ୍ତା ନିର୍ମାଣକୁ ମଞ୍ଜୁରି ଦେଇଥିଲା।

ଏହି ରାସ୍ତା ମଝିରୁ ନାବାର୍ଡ କଲୋନି, ବସ୍ତିବାସିନ୍ଦାଙ୍କ ପାଇଁ ନିର୍ମିତ ନୀଳମାଧବ ଆବାସ ପ୍ରକଳ୍ପକୁ ବି ରାସ୍ତା ସଂଯୋଗୀକରଣ ହେବାର ଥିଲା।

ସେହି ଅନୁସାରେ ବିଏମ୍‌ସି ଡିଭିଜନ୍‌-୧ ନିର୍ବାହୀ ଯନ୍ତ୍ରୀଙ୍କ ପକ୍ଷରୁ ଟେଣ୍ଡର ଆହ୍ବାନ କରାଗଲା।

୩୧ଲକ୍ଷ ୧ହଜାର ୨୪୧ ଟଙ୍କାରେ ଏହି ରାସ୍ତାର ଟେଣ୍ଡର ଚୂଡ଼ାନ୍ତ ପରେ ଗତ ଫେବ୍ରୁଆରି ୧୬ରେ ରାସ୍ତା କାମର କାର୍ଯ୍ୟାଦେଶ(ଚିଠି ନମ୍ବର-୧୬୭୧/୧୬.୨.୨୬) ପ୍ରଦାନ କରାଗଲା।

ମେ ୧୭ ସୁଦ୍ଧା ରାସ୍ତା କାମ ସରିବାର ଥିଲା।

କିନ୍ତୁ ଏ ଭିତରେ କାର୍ଯ୍ୟାଦେଶ ଅବଧି ଶେଷ ହେବା ଦେଢ଼ ମାସ ଗଡ଼ିଗଲାଣି, କାମ ଆରମ୍ଭ ହୋଇନି।

Murder: ଅଭିଯୁକ୍ତର ନାବାଳିକା ଝିଅ ସମେତ ଛଅ ଜଣଙ୍କୁ ପଚରାଉଚୁରା ୧୩ ନମ୍ବର ୱାର୍ଡ କର୍ପୋରେଟର ଇତିଶ୍ରୀ ଦାସ କହିଛନ୍ତି, ଏହି ରାସ୍ତା ପାଇଁ ବିଏମ୍‌ସି ଅଧିକାରୀମାନେ ଆସି ସର୍ଭେ କରି ଯାଇଥିଲେ।

ସେହି ଅନୁସାରେ ରାସ୍ତା କାମକୁ ମଞ୍ଜୁରି ମିଳିଲା।

ପ୍ରାୟ ୫୦ ମିଟରର ୨୦ ଫୁଟିଆ ରାସ୍ତା ନିର୍ମାଣ ହୋଇଥାନ୍ତା।

ସେହି ଅନୁସାରେ ରାସ୍ତା ସମତୁଲ ହେଲା ଓ ମାପଚୁପ କରାଗଲା।

କିନ୍ତୁ ରାସ୍ତା ପାଇଁ ମଞ୍ଜୁରି ପରେ କିଛି ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ଏହି ରାସ୍ତାକୁ ଜବରଦଖଲ କରି ରଖିଛନ୍ତି।

ବିଏମ୍‌ସି ଦିନକରେ ଏହି ଜବରଦଖଲ ହଟାଇ ରାସ୍ତା ନିର୍ମାଣକୁ ଆଗେଇ ନେଇପାରନ୍ତା।

କିନ୍ତୁ ଅଧିକାରୀଙ୍କ ଆନ୍ତରିକତା ନ ଥିବାରୁ ଜବରଦଖଲ ହଟୁନି କି ରାସ୍ତା କାମ ହେଉନି।

ଫଳସ୍ବରୂପ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସେପଟେ ଠିକାଦାର ବି ଜବରଦଖଲ ନ ହଟିଲେ କାମ କରିବିନି ବୋଲି କହୁଛି।"