Temple: ଶ୍ରୀମନ୍ଦିର ଗଲା ଦଶମୂଳ ପାଚକ

Jul 11, 2026 - 06:08
Temple: ଶ୍ରୀମନ୍ଦିର ଗଲା ଦଶମୂଳ ପାଚକ

"ପୁରୀ: ଚାଲିଛି ମହାପ୍ରଭୁଙ୍କ ଅଣସର ଲୀଳା।

ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ଓଷ ପ୍ରସ୍ତୁତ କରିଛନ୍ତି ରାଜବୈଦ୍ୟ।

ଦୀର୍ଘ ଦୁଇମାସ ତଳୁ ଏନେଇ କାର୍ଯ୍ୟ ଜାରି ରହିଥିବା ବେଳେ ଆଜି ଦଶମୂଳ ପାଚକ (ମୋଦକ) ଗାରଦରେ ଜିମା ଦେଇଛନ୍ତି ରାଜ ବୈଦ୍ୟ।

ବିଧି ବିଧାନ ମୁତାବକ ୫ଟି ଛୋଟ ଓ ୫ଟି ବଡ଼ ଗଛର ମୂଳ ତଥା ଚେରରେ ଏହା ପ୍ରସ୍ତୁତ କରାଯାଇଛି।

ବେଲ, ଗମ୍ଭାରୀ, ଫଣଫଣା, ଅଗବଥୁ, କୃଷ୍ଣପର୍ଣ୍ଣୀ, ଶାଳପର୍ଣ୍ଣୀ, ଅଙ୍କରାନ୍ତି, ନବାଙ୍କୁରୀ, ଗୋଖର, ପାଟେଳୀ ଆଦି ଚେରମୂଳିକୁ ବିଭିନ୍ନ ସ୍ଥାନରୁ ସଂଗ୍ରହ ପରେ ସେସବୁକୁ ମିଶାଇ ଟାଣ ଖରାରେ ଶୁଖାଯାଇଥିଲା।

ଶୁଦ୍ଧ ପୁତ ଭାବେ ରାଜବୈଦ୍ୟ ଏହି ଶୁଖିଲା ଦଶମୂଳକୁ ହେମଦସ୍ତାରେ କୁଟି କରିଆ କନାରେ ଛାଣି ଚୂର୍ଣ୍ଣ ପ୍ରସ୍ତୁତ କରିଥିଲେ।Advertisment Education: ବିଦ୍ୟାଳୟରେ ପକାଇଲେ ତାଲା, ଗାଁ ବାରଣ୍ତାରେ ବସିଲେ ଛାତ୍ରଛାତ୍ରୀ ଏଥିରେ ରାଜବୈଦ୍ୟଙ୍କ ପରିବାର ବର୍ଗ ମଧ୍ୟ ସହଯୋଗ କରିଥିଲେ।

କ୍ଷୀର, ମହୁ, ଚିନି, ଖୁଆ, ସର, ଘିଅ ଅନ୍ୟାନ୍ୟ ମସଲା ଆଦିରେ କୁଟା ହୋଇଥିବା ଦଶମୂଳ ଗୁଣ୍ଡକୁ ମିଶାଇ ରନ୍ଧା ଯାଇଥିଲା।

ଥଣ୍ଡା ହେବା ପରେ ସେଥିରେ ଗୁଳା ଆକାରରେ ଦଶମୂଳ ମୋଦକ ପ୍ରସ୍ତୁତ କରାଯାଇଥିଲା।

ଏହାକୁ ଆଜି ରାଜବୈଦ୍ୟ ନିଜେ ନେଇ ଗାରଦରେ କମାଣ୍ଡରଙ୍କୁ ଜିମା ଦେଇଛନ୍ତି।

ରାଜବୈଦ୍ୟଙ୍କ ସୂଚନା ମୁତାବକ, ୭ଟି ରାଜବୈଦ୍ୟ ପରିବାର ଏହି ଦଶମୂଳ ମୋଦକ ଯୋଗାଇ ଆସୁଛନ୍ତି।

୨ ମାସ ଆଗରୁ ଏହାର ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଥାଏ।

ଦଶମୂଳ ସଂଗ୍ରହ କରାଯିବା ପରେ ଏହାକୁ ନିର୍ଦିଷ୍ଟ ପରିମାଣରେ ମିଶାଇ ଶୁଖାଯିବା ପରେ ଗୁଣ୍ଡ କରାଯାଇଥିଲା।

ଗୁଣ୍ଡକୁ ପାକ ହୋଇ ମୋଦକ ତିଆରି କରାଯାଇ ୭ଟି ଓଳିରେ ଯୋଗାଇ ଦିଆଯାଇଛି।

ପତି ମହାପାତ୍ର ସଂସ୍କାର କରିବା ପରେ ମହାପ୍ରଭୁଙ୍କ ନିକଟରେ ଏହି ଭୋଗ କରାଯିବ।

ମୋଦକ ସେବନ ପରେ ମହାପ୍ରଭୁ ସୁସ୍ଥ ହୋଇ ନବଯୌବନ ଦର୍ଶନ ଦେବେ।

Health: ଉପାନ୍ତ ଇଲାକାକୁ ୧୦୮ ଆମ୍ବୁଲାନ୍ସ ମନା!"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।