Teledensity: ଟେଲି ସାନ୍ଦ୍ରତା ୮୫% ଟପିଲା: ମାସକରେ ୪ ଲକ୍ଷ ନୂଆ ମୋବାଇଲ୍‌ ଗ୍ରାହକ, ଦେଶର ଦ୍ବିତୀୟ ସର୍ବାଧିକ ଅଭିବୃଦ୍ଧି

Aug 29, 2026 - 05:48
Teledensity: ଟେଲି ସାନ୍ଦ୍ରତା ୮୫% ଟପିଲା: ମାସକରେ ୪ ଲକ୍ଷ ନୂଆ ମୋବାଇଲ୍‌ ଗ୍ରାହକ, ଦେଶର ଦ୍ବିତୀୟ ସର୍ବାଧିକ ଅଭିବୃଦ୍ଧି

"ଭୁବନେଶ୍ବର: ଗତ ଜୁଲାଇ ମାସଟି ରାଜ୍ୟର ଟେଲିକମ୍‌ ଶିଳ୍ପ ଲାଗି ଏକ ଗୁରୁତ୍ବପୂର୍ଣ୍ଣ ମାସ ସାବ୍ୟସ୍ତ ହୋଇଛି। ‌ଏହି ମାସ‌ରେ ମୋବାଇଲ୍‌ ସେବା ବ୍ୟାପକ ହୋଇପାରିଛି।

ଗୋଟିଏ ମାସରେ ରାଜ୍ୟରେ ୪ ଲକ୍ଷରୁ ଅଧିକ ନୂଆ ଗ୍ରାହକ ସୃଷ୍ଟି ହୋଇଛନ୍ତି।

ଭାରତୀୟ ଟେଲିକମ୍‌ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ)ର ଗ୍ରାହକ ତଥ୍ୟ ଅନୁସାରେ ଜୁଲାଇ ମାସରେ ଓଡ଼ିଶାରେ ୪ ଲକ୍ଷ ୧୨ ହଜାର ୩୯୯ ଜଣ ନୂଆ ମୋବାଇଲ୍‌ ଗ୍ରାହକ ଯୋଡ଼ିହୋଇଛନ୍ତି।

ଫଳରେ ରାଜ୍ୟରେ ମୋଟ୍‌ ମୋବାଇଲ୍‌ ଗ୍ରାହକ ସଂଖ୍ୟା ୩ କୋଟି ୯୦ ଲକ୍ଷ ୧୪ ହଜାର ୨୮୭କୁ ବୃଦ୍ଧି ହୋଇଛି।

ଓଡ଼ିଶାରେ ଗ୍ରାହକ ସଂଖ୍ୟାରେ ହୋଇଥିବା ବୃଦ୍ଧି (୧.୦୭ ପ୍ରତିଶତ) ଦେଶର ଦ୍ବିତୀୟ ସର୍ବାଧିକ।

କେବଳ ଜମ୍ମୁ ଓ କାଶ୍ମୀରର ପ୍ରଦର୍ଶନ ଓଡ଼ିଶାଠାରୁ ସାମାନ୍ୟ ଭଲ ରହିଛି।

କୋଲକାତା ସର୍କଲ୍‌କୁ ବାଦ ଦେଲେ ଦେଶର ଅନ୍ୟ ସବୁ ସର୍କଲ୍‌ରେ ଏହି ମାସରେ ମୋବାଇଲ୍‌ ଗ୍ରାହକ ବଢ଼ିଛନ୍ତି।

ଓଡ଼ିଶାରେ ଟେଲି ସାନ୍ଦ୍ରତା ୮୫.୨୧ ପ୍ରତିଶତ ହୋଇଛି।

ଅର୍ଥାତ ପ୍ରତି ୧୦୦ ଜଣରେ ୮୫ରୁ ଅଧିକ ଲୋକଙ୍କ ପାଖରେ ମୋବାଇଲ୍‌ ସଂ‌ଯୋଗ ରହିଛି।Advertisment Raksha bandhan: ପ୍ରତିବର୍ଷ ସହିଦ ବୀରମାନଙ୍କ ପ୍ରତିମୂର୍ତ୍ତିରେ ରାଖୀ ବାନ୍ଧିଥାଏ ଭଉଣୀ ମାସକରେ ୪ ଲକ୍ଷ ନୂଆ ମୋବାଇଲ୍‌ ଗ୍ରାହକଦେଶର ଦ୍ବିତୀୟ ସର୍ବାଧିକ ଅଭିବୃଦ୍ଧି ଗତ ଜୁଲାଇ ମାସରେ ରାଜ୍ୟରେ ରିଲାଏନ୍ସ ଜିଓ ସର୍ବାଧିକ ୩ ଲକ୍ଷ ୨୭ ହଜାର ୩୪ ଜଣ ନୂଆ ମୋବାଇଲ୍‌ ଗ୍ରାହକ ଯୋଡ଼ିଥିଲା।

ଫଳରେ କମ୍ପାନିର ମୋଟ୍‌ ଗ୍ରାହକ ସଂଖ୍ୟା ୧ କୋଟି ୮୫ ଲକ୍ଷ ୪ ହଜାର ୪୮୯ରେ ପହଞ୍ଚିଛି।

ଦ୍ବିତୀୟ ସର୍ବାଧିକ୮୦,୪୦୫ ଜଣ ନୂଆ ଗ୍ରାହକ ଭାରତୀ ଏୟାରଟେଲ୍‌ ଯୋଡ଼ିବାରୁ ଏହାର ମୋଟ୍‌ ଗ୍ରାହକ ସଂଖ୍ୟା ୧ କୋଟି ୩୪ ଲକ୍ଷ ୬୪ ହଜାର ୫୭୮ରେ ପହଞ୍ଚିଛି।

ଭୋଡାଫୋନ୍‌ ଆଇଡିଆ ମଧ୍ୟ ୯୬୬୭ ନୂଆ ଗ୍ରାହକ ସାମିଲ କରିଛି।

ଫଳରେ କମ୍ପାନିର ମୋଟ୍‌ ଗ୍ରାହକ ସଂଖ୍ୟା ୧୫ ଲକ୍ଷ ୫୩ ହଜାର ୮୦୧କୁ ବୃଦ୍ଧି ପାଇଛି।

ଏକମାତ୍ର ଟେଲିକମ୍‌ ଅପରେଟର ଭାବେ ବିଏସ୍‌ଏନ୍‌ଏଲ୍‌ ୪୭୦୭ ଜଣ ଗ୍ରାହକଙ୍କୁ ହରାଇବାରୁ ଏହାର ମୋବାଇଲ୍‌ ଗ୍ରାହକ ସଂଖ୍ୟା ୫୪ ଲକ୍ଷ ୯୧ ହଜାର ୪୧୯କୁ ଖସିଆସିଛି।

ସକାଳେ ଚାଲିବା ଭଲ ନା ସନ୍ଧ୍ୟାରେ?

ସର୍ବଭାରତୀୟ ସ୍ତରରେ ଜୁଲାଇ ମାସରେ ୫୫.୩୮ ଲକ୍ଷ ମୋବାଇଲ୍‌ ଗ୍ରାହକ ବଢ଼ିବାରୁ ମୋଟ୍‌ ଗ୍ରାହକ ସଂଖ୍ୟା ୧୨୮.୭୯ କୋଟିରେ ପହଞ୍ଚିଛି।

ଗତ ଜୁଲାଇରେ ସେହି ସଂଖ୍ୟା ୧୨୮.୨୩ କୋଟି ଥିଲା।

ଏହି ମାସରେ ଦେଶରେ ଏୟାରଟେଲ୍‌ ୨୬.୮ ଲକ୍ଷ, ରିଲାଏନ୍ସ ଜିଓ ୨୪.୪ ଲକ୍ଷ, ଭୋଡାଫୋନ୍‌ ଆଇଡିଆ ୨.୪ ଲକ୍ଷ ଓ ବିଏସ୍‌ଏନ୍‌ଏଲ୍‌ ୧.୬୮ ଲକ୍ଷ ନୂଆ ମୋବାଇଲ୍‌ ଗ୍ରାହକ ଯୋଡ଼ିଛନ୍ତି।

ଦେଶର ବ୍ରଡ୍‌ବ୍ୟାଣ୍ଡ୍‌ ଗ୍ରାହକ ସଂଖ୍ୟା ମାସକ ଭିତରେ ୧୦୮.୭୫ କୋଟିରୁ ବୃଦ୍ଧି ପାଇ ୧୦୯.୪୪ କୋଟିରେ ପହଞ୍ଚିଛି ବୋଲି ଟ୍ରାଇ ରିପୋର୍ଟରୁ ଜଣାପଡ଼ିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)