Telangana: ପ୍ରଧାନଶିକ୍ଷୟିତ୍ରୀଙ୍କୁ ୨୭ ଥର ଛୁରାମାଡ଼ କରି ହତ୍ୟା କଲେ ଦଶମ ଶ୍ରେଣୀ ଛାତ୍ର

Aug 20, 2026 - 17:09
Telangana: ପ୍ରଧାନଶିକ୍ଷୟିତ୍ରୀଙ୍କୁ ୨୭ ଥର ଛୁରାମାଡ଼ କରି ହତ୍ୟା କଲେ ଦଶମ ଶ୍ରେଣୀ ଛାତ୍ର

"ହାଇଦ୍ରାବାଦ: ତେଲଙ୍ଗାନାର ନାଲଗୋଣ୍ଡାରେ ପୁଲିସ ଜଣେ ୪୮ ବର୍ଷୀୟ ସ୍କୁଲ ପ୍ରିନ୍ସିପାଲଙ୍କ ଚାଞ୍ଚଲ୍ୟକର ହତ୍ୟା ମାମଲାର ପର୍ଦ୍ଦାଫାସ କରିଛି।

ଟଙ୍କା ଓ ବିଳାସପୂର୍ଣ୍ଣ ଜୀବନଶୈଳୀ ପାଇଁ ଅପରାଧ ଘଟାଇଥିବା ଦୁଇ ଛାତ୍ରଙ୍କୁ ଗିରଫ କରିଛି।

କୋଣ୍ଡାମାଲ୍ଲେପାଲିର ନାଗାର୍ଜୁନ ପବ୍ଲିକ୍ ସ୍କୁଲର ପ୍ରିନ୍ସିପାଲ ଓ ନିର୍ଦ୍ଦେଶକ କଲ୍ଲୁ ରୂପା ରେଡ୍ଡୀଙ୍କୁ ଅଗଷ୍ଟ ୧୨ ତାରିଖ ସକାଳେ ତାଙ୍କ ବାସଭବନରେ ମୃତାବସ୍ଥାରେ ଉଦ୍ଧାର କରାଯାଇଥିଲା।

ରୂପାଙ୍କୁ ୨୭ ଥର ଛୁରାମାଡ଼ କରାଯାଇଥିଲା।

ରୂପା ରେଡ୍ଡୀ ତାଙ୍କ ଫୋନ୍‌ ଧରୁ ନଥିବା ହାଇଦ୍ରାବାଦରେ ଥିବା ତାଙ୍କ ସ୍ୱାମୀ ପଡ଼ୋଶୀମାନଙ୍କୁ ଫୋନ୍‌ କରି ଜଣାଇବା ପରେ ସେମାନେ ପୁଲିସକୁ ଖବର ଦେଇଥିଲେ।

ପୁଲିସ ଘରେ ପହଞ୍ଚି ରୂପା ରେଡ୍ଡୀଙ୍କୁ ମୃତ ଅବସ୍ଥାରେ ପାଇଥିଲା।

ପୁଲିସ ପାଞ୍ଚଟି ଦଳ ଗଠନ କରି ସିସିଟିଭି ଫୁଟେଜ୍, ଫରେନସିକ୍ ପ୍ରମାଣ, ଫିଙ୍ଗରପ୍ରିଣ୍ଟ, ବୈଷୟିକ ତଥ୍ୟ ଓ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଗତିବିଧି ଯାଞ୍ଚ କରିଥିଲା ​​ଓ ୮୦ରୁ ଅଧିକ ଲୋକଙ୍କୁ ପଚରାଉଚରା କରିଥିଲା।

ତଦନ୍ତକାରୀମାନେ ଜାଣିବାକୁ ପାଇଲେ ଯେ, ରୂପା ରେଡ୍ଡୀ ତାଙ୍କ ସମ୍ପର୍କୀୟଙ୍କ ସହିତ ଫୋନରେ କଥା ହେଉଥିବାବେଳେ ଶେଷ ଥର ପାଇଁ ''''ବାବୁ'''' ଶବ୍ଦ ବ୍ୟବହାର କରିଥିଲେ ଓ ତା" ପରେ ତାଙ୍କ ଫୋନ୍‌ ସ୍ବିଚ୍‌ ଅଫ୍‌ ହୋଇଯାଇଥିଲା।Advertisment ଯୋଜନାବଦ୍ଧ ଭାବେ ରୂପା ରେଡ୍ଡୀଙ୍କୁ ହତ୍ୟା ସେ ଛାତ୍ରମାନଙ୍କ ପାଇଁ "ବାବୁ" ଶବ୍ଦ ବ୍ୟବହାର କରିଥାଇ ପାରନ୍ତି ବୋଲି ଅନୁମାନ କରି ତଦନ୍ତକାରୀମାନେ ଛାତ୍ରମାନଙ୍କୁ ପୃଥକ ଭାବେ ପଚରାଉଚରା କରିଥିଲେ ଓ ସ୍କୁଲରେ ଅନୁପସ୍ଥିତ ଥିବା ପାଞ୍ଚ ଜଣ ଦଶମ ଶ୍ରେଣୀ ଛାତ୍ରଙ୍କୁ ଖୋଜିଥିଲେ।

ସେମାନେ ଜାଣିବାକୁ ପାଇଲେ ଯେ, ସେମାନଙ୍କ ମଧ୍ୟରୁ ଦୁଇଜଣ ଗତ କିଛି ଦିନ ଧରି ବହୁତ ଟଙ୍କା ଖର୍ଚ୍ଚ କରୁଥିଲେ ଓ ପାର୍ଟି କରୁଥିଲେ।

ଏହାପରେ ବୁଧବାର ସକାଳେ ଦୁଇ ଛାତ୍ରଙ୍କୁ ଅଟକ ରଖାଯାଇଥିଲା ଓ ପଚରାଉଚରା ସମୟରେ ସେମାନେ ସ୍ୱୀକାର କରିଥିଲେ ଯେ, ସେମାନେ ଯୋଜନାବଦ୍ଧ ଭାବେ ରୂପା ରେଡ୍ଡୀଙ୍କୁ ହତ୍ୟା କରିଥିଲେ।

ହତ୍ୟା ପରେ ଅଭିଯୁକ୍ତମାନେ ଗୋଆ ଚାଲି ଯାଇଥିଲେ।

ପୁଲିସ ଅଭିଯୁକ୍ତଙ୍କଠାରୁ ରକ୍ତ ଲାଗିଥିବା କିଛି ଟଙ୍କା, ଅଭିଯୁକ୍ତଙ୍କ ଦ୍ୱାରା କିଣା ଯାଇଥିବା ଏକ ଆଇଫୋନ୍ ଓ ରୂପା ରେଡ୍ଡୀଙ୍କ ଫୋନ୍ ସମେତ ୧.୫୪ ଲକ୍ଷ ଟଙ୍କା ନଗଦ ଜବତ କରିଥିଲା।

ବିଧାୟକଙ୍କୁ ମିଳିବ କାର୍ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)