Literature: ପଢ଼ନ୍ତୁ ଗଳ୍ପ ଛତା ଆଉ ଛାତ: ମୂଳ ହିନ୍ଦୀ: ବିନୀତା ରାହୁରୀକର, ଅନୁସୃଜନ: ଦେବସ୍ମିତା ବେହେରା...

Aug 20, 2026 - 17:09
Literature: ପଢ଼ନ୍ତୁ ଗଳ୍ପ ଛତା ଆଉ ଛାତ: ମୂଳ ହିନ୍ଦୀ: ବିନୀତା ରାହୁରୀକର, ଅନୁସୃଜନ: ଦେବସ୍ମିତା ବେହେରା...

"ଛତା ଆଉ ଛାତ ହିନ୍ଦୀ: ବିନୀତା ରାହୁରୀକରଅନୁସୃଜନ: ଦେବସ୍ମିତା ବେହେରା ""ଆରେ ଈଶା ତୁ କେମିତି ଅଛୁ?

କେତେ ବର୍ଷ ପରେ ଆମର ଦେଖା ହେଲା ନୁହେଁ?"" ଈଶା ଉପରେ ରୀନାର ନଜର ପଡ଼ିଲା କ୍ଷଣି ସେ ଉତ୍ସାହରେ ତାକୁ ହାତ ହଲେଇ କହିଲା। ""ମୁଁ ଠିକ୍ ଅଛି ରୀନା, ତୁ କେମିତି ଅଛୁ?"" ଈଶା ମଧ୍ୟ ତାକୁ ଦେଖୁ ଦେଖୁ ଖୁସି ହେଇଗଲା ବହୁତ।

ସେ ଏହି ସାଙ୍ଗେ ସାଙ୍ଗେ ରେସ୍ତୋରାଁକୁ ଆସିଥିଲା ଜୁସ୍ ପିଇବା ପାଇଁ ଆଉ ରୀନାକୁ ଦେଖି ଚାଲିଗଲା ତା" ପାଖକୁ।

ଦୁହେଁ ଥିଲେ କଲେଜ ବେଳରୁ ସାଙ୍ଗ।

ଅର୍ଡର ଦେଇସାରି ଦୁହେଁ ଗୋଟିଏ ଟେବୁଲ୍ ପାଖରେ ବସି ଗପସପ ଆରମ୍ଭ କରିଦେଲେ।

ରୀନା ସାଙ୍ଗରେ ଥିଲା ତା"ର ଦୁଇ ବର୍ଷର ପୁଅ।

Advertisment ""ଆରେ ୟା ପାଇଁ କିଛି ଡ୍ରେସ୍ ଆଉ ଜିନିଷ ନେବାର ଥିଲା ତ ସେଥିପାଇଁ ଆସିଥିଲି ମାର୍କେଟ୍‌କୁ।

ଆଉ ତୁ ବାହାସାହା ହେଲୁଣି ନା ନାଇଁ?

ଭିଣେଇ ଆମର କ"ଣ କରନ୍ତି?

କେଉଁଠି ଅଛୁ ଆଜିକାଲି?"" ଉତ୍ସାହରେ ପ୍ରଶ୍ନ ଉପରେ ପ୍ରଶ୍ନ ପଚାରି ଚାଲିଥିଲା ରୀନା।

ଆହୁରି ପଢ଼ନ୍ତୁ- Lucknow: ଲକ୍ଷ୍ନୌରେ ଚାଞ୍ଚଲ୍ୟ: ବ୍ୟାଙ୍କ ଅଧିକାରୀ ପତ୍ନୀକୁ ବ୍ୟାଙ୍କ ବାହାରେ ଗୁଳିକରି ହତ୍ୟା ""ତୁ" ତ ପ୍ରଶ୍ନର ପାହାଡ଼ ସୃଷ୍ଟି କରି ସାରିଲୁଣି ସାଙ୍ଗ।

ଟିକିଏ ଦମ୍ ନେ।

ମୁଁ ମଧ୍ୟ ସପିଙ୍ଗ୍ କରିବାକୁ ଆସିଥିଲି।

ଏଇଠି ଅଛି।

ଯେଉଁ କମ୍ପାନିରେ ଜବ୍ କରୁଥିଲି ଏବେ ତ ସେଇଠି ଅଛି।"" କହିଲା ଈଶା।

ୟା" ଭିତରେ ୱେଟର୍ ଜୁସ୍‌ ଗ୍ଲାସ ଆଣି ରଖିଦେଇ ଗଲା।

ତା" ପରେ ରୀନା ପୁଣିଥରେ ପଚାରିଲା, ""ଆଉ ତୋ ସ୍ୱାମୀ କ"ଣ କରନ୍ତି?"" "ମୁଁ ବାହାହେଇ ନାହିଁ ସାଙ୍ଗ।

ତୁ ତ ଜାଣିଛୁ ମୋତେ ଏସବୁ ଆଦୌ ପସନ୍ଦ ନୁହେଁ।

ତା"ଛଡ଼ା ବାହାହେବାର ଆବଶ୍ୟକତା କ"ଣ ଅଛି?

ମୋ ବସ୍ ସଞ୍ଜୟ ମୋର ସବୁ ଆବଶ୍ୟକତାର ଧ୍ୟାନ ରଖୁଛନ୍ତି।

ନା ଅଛି ଅର୍ଥର ଅଭାବ, ନା" ଅଛି କୌଣସି ଚିନ୍ତା!"" ଈଶା କହିଲା ବିନା ଦ୍ୱିଧାରେ।

ଏତିକି ଶୁଣିବା ମାତ୍ରେ ରୀନାର ମନ ଖରାପ ହେଇଗଲା।

ସେ କହିଲା, ""ତୁ ତ ମୂଳରୁ ବୋଲ୍‌ଡ ଥିଲୁ, ତାହା ତ ଠିକ୍।

ହେଲେ ତତେ ଲାଗୁନି କି ଏମିତିଆ ଅନୈତିକ ସମ୍ବନ୍ଧ...""""ଛାଡ଼ନା ସାଙ୍ଗ, କ"ଣ ଫରକ ଅଛି ତୋ ଆଉ ମୋ ଭିତରେ।

ପ୍ରେମ ତ ପ୍ରେମ ନା"!

ମୁଁ ଆଉ ସଞ୍ଜୟ ପରସ୍ପରକୁ ବହୁତ ଭଲପାଉଛୁ।

ଆମ ଦୁହିଁଙ୍କ ଭିତରେ ଭଲ ବୁଝାମଣା ମଧ୍ୟ ଅଛି।

ସଞ୍ଜୟ ସବୁ ସମସ୍ୟାରେ ଛତା ହେଇ ମୋତେ ଢାଙ୍କି ପକାନ୍ତି।

ବାସ୍‌!"" ଈଶା କାନ୍ଧ ହଲେଇ କହିଲା ଏତିକି।

ଆହୁରି ପଢ଼ନ୍ତୁ- Steelco Furniture: ଭୁବନେଶ୍ଵରରେ ଷ୍ଟିଲକୋ ଫର୍ଣିଚର, ଏକ୍ସ ଆର୍ମିଙ୍କ ପାଇଁ ସ୍ବତନ୍ତ୍ର ରିହାତି ""ଫରକ ପଡୁଛି ଈଶା, ବହୁତ ଫରକ ପଡୁଛି।

ମୋର ମୁଣ୍ଡ ଉପରେ ଛାତ ଅଛି ଆଉ ତୋ ମୁଣ୍ଡ ଉପରେ ଛତା।

ଘର-ପରିବାରର ସୃଷ୍ଟି ହୁଏ ଛାତ ତଳେ, ଛତା ତଳେ ନୁହେଁ"।

ଝଡ଼, ବର୍ଷା ଆଉ ତୋଫାନରେ ଛାତ ସେମିତି ରହିଥାଏ ହେଲେ ଦଲକାଏ ପବନ ଜୋର୍‌ରେ ବହିଲେ ଛତା ଉଡ଼ିଯାଏ କୁଆଡ଼େ।"" ତା"ପରେ ରୀନା ନିଜ ପୁଅକୁ କାଖେଇ ବାହାରି ଆସିଲା ରେସ୍ତୋରାଁରୁ।

ଈଶା ହତପ୍ରଭ ହେଇ ବସି ରହିଥିଲା ସେମିତି, ନିଜ ସଂସାରର ଦୃଢ଼ତା ପ୍ରତି ସନ୍ଦିହାନ ହେଇ!

ମୋ: ୯୯୩୮୩୯୫୫୩୭ ଅଧିକ ଦେଖନ୍ତୁ- "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)