Tea: ଚଳନ୍ତିକା: ଚା ପିଇଦେଇ କପ୍‌ ଖାଇଦିଅନ୍ତୁ

Aug 09, 2026 - 08:20
Tea: ଚଳନ୍ତିକା: ଚା ପିଇଦେଇ କପ୍‌ ଖାଇଦିଅନ୍ତୁ

"ଆଇସ୍‌କ୍ରିମ୍‌ ଖାଇବା ବେଳେ ତା"ର କୋନ୍‌ଟିକୁ ଖାଇବା କଥା ସମସ୍ତେ ଜାଣନ୍ତି।

କିନ୍ତୁ, ଚା ପିଇସାରି କପ୍‌ ଖାଇବା କଥା ହୁଏତ ଅନେକଙ୍କୁ କଳ୍ପନାତୀତ ମନେହେଉଥାଇପାରେ।

କିନ୍ତୁ, ଏବେ ତାହା ସମ୍ଭବ।

କାରଣ, ଚା ପରିବେଷଣ କରାଯାଉଥିବା ସେ କପ୍‌ଟି ସମ୍ପୂର୍ଣ୍ଣ ରୂପେ ମିଲେଟ୍‌ ବା ମାଣ୍ଡିଆରେ ତିଆରି।

ତେଣୁ, ଏଣିକି ଚା ଓ କଫିପ୍ରେମୀମାନେ ପିଇ ସାରିବା ଉତ୍ତାରେ କପ୍‌ଟିକୁ ଫିଙ୍ଗି ନ ଦେଇ ଖାଇଦେଇ ପାରିବେ।Advertisment World Tribal Day: ମହଦେବଡ଼ିହିର ମହେନ୍ଦ୍ର ସର୍ଦ୍ଦାର; 'ଅଲ୍ ଅନଲ୍" ଲିପି ଭୂମିଜ ସମାଜକୁ ଦେଲେ ନୂଆ ପରିଚୟ ଅସ୍ବାଭାବିକ ଶୁଭୁଥିବା ଏ କଥାକୁ ସାର୍ଥକ କରିଛନ୍ତି ଅନୁଶା ନାମ୍ନୀ ଜଣେ ସଫ୍‌ଟ୍‌ୱେର୍‌ ପ୍ରଫେସ୍‌ନାଲ୍‌।

ପ୍ଲାଷ୍ଟିକ୍‌ ଓ କାଗଜ କପ୍‌ ବ୍ୟବହାର ହ୍ରାସ କରିବା ପାଇଁ ସେ ଏତାଦୃଶ ପରିକଳ୍ପନାକୁ ସାକାର କରିଛନ୍ତି।

ଅନୁଶା କହନ୍ତି, ""ଏ କପ୍‌ ଖାଲି ଜୈବ ବିଘଟନ ଅନୁକୂଳ ନୁହେଁ, ପୋଷକତତ୍ତ୍ବ ପରିପୂର୍ଣ୍ଣ ମଧ୍ୟ।

ସାଧାରଣତଃ ଦେଶବ୍ୟାପୀ ଥରେ ମାତ୍ର ବ୍ୟବହାର ହୋଇ ଫିଙ୍ଗାଯାଉଥିବା କପ୍‌ ପରିବେଶ ପ୍ରତି ପ୍ରତିକୂଳ ହୋଇଥିବା ବେଳେ ମିଲେଟ୍‌ କପ୍‌ ପରିବେଶ ପ୍ରତି ପ୍ରତିକୂଳ ବିକଳ୍ପ।"" ଚୀନାମାଟି ଓ ଷ୍ଟିଲ୍‌ କପ୍‌ ସବୁ ଘରେ ବ୍ୟବହାର କରାଯାଏ।

କିନ୍ତୁ, ସ୍ବାସ୍ଥ୍ୟ ଓ ପରିବେଶ ପ୍ରତି ଅତ୍ୟନ୍ତ ହାନିକାରକ ବୋଲି ସଚେତନତା ବୃଦ୍ଧି ସତ୍ତ୍ବେ ପ୍ଲାଷ୍ଟିକ୍‌ ଓ କାଗଜ କପ୍‌ ବଜାରରେ ଥିବା ଟି" ଷ୍ଟଲ୍‌ ଏବଂ ସର୍ବସାଧାରଣ ସ୍ଥାନରେ ପ୍ରାଧାନ୍ୟ ବଜାୟ ରଖିଛି।

ଅନୁଶା ପ୍ଲାଷ୍ଟିକ୍‌ ଓ କାଗଜ କପ୍‌ ବ୍ୟବହାର ବନ୍ଦ କରାଇବା ନିମନ୍ତେ ସ୍ବାସ୍ଥ୍ୟପ୍ରଦ ବିକଳ୍ପ ବ୍ୟବସ୍ଥା ଉପରେ ପରୀକ୍ଷା ଚଳାଇଥିଲେ।

ତାଙ୍କର ଧ୍ୟାନ ଥିଲା ସେ ଏଭଳି ଗୋଟାଏ କପ୍‌ ଉଦ୍ଭାବନ କରିବେ ଉଷ୍ଣ ପାନୀୟ ପିଇବା ପରେ ଯାହାକୁ ଖାଇହେବ।

Farming: ୪୦୦ କୃଷକଙ୍କୁ ତାଲିମ ପ୍ରଦାନ କରିଛି ବେଦାନ୍ତର ପ୍ରକଳ୍ପ ସଙ୍ଗମ ଅନୁଶାଙ୍କ ଦ୍ବାରା ଉଦ୍ଭାବିତ ଭକ୍ଷଣଯୋଗ୍ୟ କପ୍‌ ସୁଆଁ, ମାଣ୍ଡିଆ, ବାଜରା, ଯଅ ଭଳି ଶସ୍ୟରେ ତିଆରି।

ସେ କପ୍‌ ସବୁ ବେଶ୍ କିଛି ସମୟ ଉଷ୍ଣ ପାନୀୟ ଧରି ରଖିଲା ଭଳି ଟାଣୁଆ ବି ହୋଇପାରିଛି।

ପୁନଶ୍ଚ, ଏଥିରେ ପରଷା ଯାଇଥିବା ଚା ବା କଫି ପିଇସାରିଲେ ଜଣେ ମନେକଲେ ଏହାକୁ ଖାଇପାରିବେ ନଚେତ୍‌ ଫିଙ୍ଗି ଦେଇ ପାରିବେ।

ତେଲେଙ୍ଗାନା ରାଜ୍ୟର ଜଗିତ୍ୟାଲୟନିବାସୀ ଅନୁଶା ଓ ତାଙ୍କ ସ୍ବାମୀ ମନୋଜ ଦିହେଁ ସଫ୍ଟ୍‌ୱେର୍‌ ପ୍ରଫେସ୍‌ନାଲ୍‌।

ଖାଦ୍ୟ ସାମଗ୍ରୀ ତିଆରି ଉପରେ ପୂର୍ବରୁ ସେମାନଙ୍କର ଧାରଣା ନ ଥିଲା।

କିନ୍ତୁ, ସ୍କୁଲ୍‌ କଲେଜ ପାଠ୍ୟକ୍ରମରେ ଅନୁଶା ସ୍ବାସ୍ଥ୍ୟ ଓ ପୋଷଣ ସଂକ୍ରାନ୍ତରେ କିଛି ପଢ଼ିଥିଲେ।

ସେହି ଧାରଣା ବଳରେ ହିଁ ସେ ଏ ପ୍ରକାର ସ୍ବାସ୍ଥ୍ୟପ୍ରଦ ଏବଂ ପରିବେଶ ଅନୁକୂଳ କପ୍‌ ତିଆରି କରିବାରେ ସମର୍ଥ ହୋଇଛନ୍ତି।

କିନ୍ତୁ, ଏହି କପ୍‌ ତିଆରି କରିବା ନିମନ୍ତେ ନିଜ ନିଜ ବାପାମାଆଙ୍କ ସହିତ ସେମାନେ ମାସ ମାସ ଧରି ବିଭିନ୍ନ ଫର୍ମୁଲା ଉପରେ ପରୀକ୍ଷାନିରୀକ୍ଷା ଚଳାଇଥିଲେ।

ଗତ ଡିସେମ୍ବର ମାସରେ ଶ୍ରୀଲକ୍ଷ୍ମୀ ମିଲେଟ୍‌ ଟି"କପ୍‌ ଲଞ୍ଚ୍ କରିବା ନିମନ୍ତେ ସେମାନେ ନିଜସ୍ବ ସଞ୍ଚିତ ଅର୍ଥ ବିନିଯୋଗ କରିବା ସହିତ ବ୍ୟାଙ୍କ୍‌ରୁ ଋଣ ମଧ୍ୟ ଆଣିଥ‌ିଲେ।

କିନ୍ତୁ, କପ୍‌ ତିଆରି ନିମନ୍ତେ ଆବଶ୍ୟକ କଞ୍ଚାମାଲ୍‌ ଓ ନିର୍ମିତ କପ୍‌ ସବୁ ବିକ୍ରୟ କରିବା ଲାଗି ସେମାନଙ୍କୁ ବହୁ ବାଧାବିଘ୍ନ ସହ୍ୟ କରିବାକୁ ପଡ଼ିଲା।

ସେମାନେ ଯାହାଯେମିତି କରି ସ୍ଥାନୀୟ କୃଷକଙ୍କ ଠାରୁ ମିଲେଟ୍‌ ଯୋଗାଡ଼ କରିପାରିଲେ, କିନ୍ତୁ ଏ ଧରଣର କପ୍‌ ଓ ତା"ର ଉପକାରୀତା ସମ୍ବନ୍ଧରେ ଗ୍ରାହକମାନଙ୍କର ଧାରଣା ନ ଥିବାରୁ ସେସବୁକୁ ବିକ୍ରୟ କରିବା ଥିଲା କାଠିକର ପାଠ।

ତେଣୁ, ସେମାନେ ସ୍ଥାନୀୟ ବ୍ୟାବସାୟିକ ପ୍ରତିଷ୍ଠାନ ଓ ଗ୍ରାହକମାନଙ୍କ ନିକଟରେ ଏହି କପ୍‌ର କାର୍ଯ୍ୟକାରିତା ପ୍ରଦର୍ଶନ କରିବା ସହିତ ପରିବେଶ ପ୍ରତି ତାହା କେତେ ଅନୁକୂଳ ସେ କଥା ବୁଝାଇଥିଲେ।

ତା"ପରେ ଯାଇ ଲୋକେ ବୁଝିଥିଲେ ଏବଂ ଦୁହେଁ ଭକ୍ଷଣୀୟ ଶ୍ରୀଲକ୍ଷ୍ମୀ ମିଲେଟ୍‌ ଟି"କପ୍‌ ଯୋଗାଣ ନିମନ୍ତେ ବିଭିନ୍ନ ସ୍ଥାନରୁ ବରାଦ ପାଇଥିଲେ।

ସେମାନେ ଆଶାବାଦୀ ଆଗକୁ ସେମାନଙ୍କ କପ୍‌ର ଚାହିଦା ବ୍ୟାପକରୁ ବ୍ୟାପକତର ହେବ।

ଉଲ୍ଳେଖଯୋଗ୍ୟ, ୨୦୨୩ ମସିହାରେ ଆଇଆଇଟି, ରୁର୍କିର କେତେଜଣ ଗବେଷକ ମିଶି ଦେଶର ପ୍ରଥମ ମାଣ୍ଡିଆ କପ୍‌ ପ୍ରସ୍ତୁତ କରିଥିଲେ।

ଏହି ଗବେଷଣାର ତତ୍ତ୍ବାବଧାରକ ପ୍ରଫେସର୍‌ କୀର୍ତ୍ତିରାଜ ଗାଏକ୍‌ୱାର୍ଡ କହନ୍ତି- ମହାରାଷ୍ଟ୍ର, ଛତିଶଗଡ଼, ରାଜସ୍ଥ‌ାନ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ ଓ କର୍ଣ୍ଣାଟକରେ ଚାଷ କରାଯାଉଥିବା ସ୍ବତନ୍ତ୍ର ଧରଣର ମାଣ୍ଡିଆରୁ ଏହା ତିଆରି କରାଯାଇଛି।

ଏ କପ୍‌ରେ ଚା କିମ୍ବା କଫି ପିଇ ସାରିବା ପରେ ଏହାକୁ ଖାଇହେବ ବୋଲି ପ୍ରଫେସର୍‌ ଗାଏକ୍‌ୱାର୍ଡ କହିଛନ୍ତି।

କପ୍‌ର ସ୍ବାଦ ବର୍ଦ୍ଧନ ଲାଗି ଏଥି‌ରେ ସାମାନ୍ୟ ଚିନିଗୁଣ୍ଡ ମିଶାଯାଇଛି।

ଏହି କପ୍‌ର ବଜାର ମୂଲ୍ୟ ଦେଢ଼ଟଙ୍କାରୁ ଏକଟଙ୍କା ମଧ୍ୟରେ ରହିବ ବୋଲି ଜଣାପଡ଼ିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media