Tax: ଦୀର୍ଘକାଳୀନ ପୁଞ୍ଜି ଲାଭ ଟିକସ ହଟିବ! ବିଦେଶୀ ନିବେଶକଙ୍କ ଉପରୁ ହଟାଇବାକୁ କହିଲା ‘ସେବି’
ମୁମ୍ବାଇ: ଇକ୍ବିଟି ସେୟାର ଉପରେ ସରକାର ଲଗାଇଥିବା ଦୀର୍ଘକାଳୀନ ପୁଞ୍ଜି ଲାଭ ଟିକସ (ଏଲ୍ଟିସିଜି)କୁ ପ୍ରତ୍ୟାହାର କରିବା ନେଇ ଦାବି ଜୋର ଧରିଛି।
ବିଦେଶୀ ନିବେଶକମାନଙ୍କ ଉପରେ ଏହି ଟିକସ ହଟାଇବାକୁ ପୁଞ୍ଜି ବଜାରର ନିୟାମକ ସଂସ୍ଥା 'ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ସରକାରଙ୍କୁ ପ୍ରସ୍ତାବ ଦେଇଛି।
ଚଳିତ ବର୍ଷ ବିଦେଶୀ ନିବେଶକମାନେ ଲଗାତାର ଭାବେ ଭାରତୀୟ ଇକ୍ବିଟି ବଜାରରୁ ପାଣ୍ଠି ପ୍ରତ୍ୟାହାର କରୁଛନ୍ତି।
ସେମାନଙ୍କ ଭରସା ଜିତିବା ଓ ସେୟାର ବଜାରରେ ସୁଧାର ଆଣିବା ଲକ୍ଷ୍ୟ ନେଇ ଏହି ଟିକସ ହଟାଇବାକୁ ସେବି ସରକାରଙ୍କୁ କହିଛି।ଘରୋଇ ମ୍ୟୁଚୁଆଲ ଫଣ୍ଡ୍ ନିବେଶକମାନଙ୍କୁ ମଧ୍ୟ ଟିକସରେ ଆଶ୍ବସ୍ତି ଦେବାକୁ ସେବି କହିଛି।
ପ୍ରସ୍ତାବ ଅନୁସାରେ ନିଜ ପୁରୁଣା ମ୍ୟୁଚୁଆଲ ଫଣ୍ଡ୍ରୁ ବାହାରି ଯଦି କେହି ନିବେଶକ ଅନ୍ୟ ସ୍କିମ୍କୁ ଯାଉଛନ୍ତି ତେବେ ସେହି କାରବାର ଉପରେ ଏଲ୍ଟିସିଜି ଟିକସ ନ ଲଗାଇବାକୁ ସେବି କହିଛି।
ଆସନ୍ତା ଫେବ୍ରୁଆରିରେ ସଂସଦରେ ଉପସ୍ଥାପନ ହେବାକୁ ଥିବା ବଜେଟ୍ ପ୍ରସ୍ତୁତି ବେଳେ ଏହି ବିଷୟ ବିଚାରକୁ ନେବା ଲାଗି ଅର୍ଥ ମନ୍ତ୍ରଣାଳୟକୁ କୁହାଯାଇଛି।
କିନ୍ତୁ ଏହା କେବଳ ଏକ ପ୍ରସ୍ତାବ।
ତାହାକୁ ଗ୍ରହଣ କରିବା କିମ୍ବା ନ କରିବା ସମ୍ପୂର୍ଣ୍ଣ ରୂପେ ସରକାରଙ୍କ ଉପରେ ନିର୍ଭର କରୁଛି।
Advertisment ଆହୁରି ପଢନ୍ତୁ : Poor Mid-Day Meal Quality ନିମ୍ନମାନର ମଧ୍ୟାହ୍ନ ଭୋଜନ ଅଭିଯୋଗ, ପ୍ରଧାନ ଶିକ୍ଷକଙ୍କୁ ଘେରାଉ କଲେ ଗାଁଲୋକ ଗତ ଦୁଇ ବର୍ଷ ଧରି ଭାରତୀୟ ଷ୍ଟକ୍ ବଜାର ଖରାପ ସମୟ ଦେଇ ଗତି କରୁଛି।
ଚଳିତ ବର୍ଷ ବିଦେଶୀ ନିବେଶକମାନେ ୩୧ ବିଲିଅନ୍ ଡଲାରରୁ ଅଧିକ ପ୍ରତ୍ୟାହାର କରିସାରିଲେଣି।
ଦେଶ ଭିତରୁ ରିଟର୍ଣ୍ଣ ମିଳିବା ହ୍ରାସ ପାଇଥିବାରୁ ଖୁଚୁରା ନିବେଶକମାନେ ବିଦେଶୀ ନିବେଶ ପ୍ରତି ଆଗ୍ରହ ଦେଖାଇଛନ୍ତି।
କାହିଁକି ବିଦେଶୀ ନିବେଶକମାନେ ଭାରତୀୟ ବଜାରରୁ ପାଣ୍ଠି ପ୍ରତ୍ୟାହାର କରୁଛନ୍ତି, ତାହାର କାରଣ ଜାଣିବାକୁ ସେବି ସେମାନଙ୍କ ସହ ବହୁବାର ଆଲୋଚନା କରିଛି।
ସେହି ବୈଠକଗୁଡ଼ିକୁ ଟିକସ ଏକ ବଡ଼ କାରଣ ବୋଲି ଜଣାପଡ଼ିଛି।
ଭାରତୀୟ ଇକ୍ବିଟିରେ ନିବେଶ କରିବାରେ ସେମାନଙ୍କୁ ସର୍ବାଧିକ ଖର୍ଚ୍ଚ କରିବାକୁ ପଡ଼ୁଛି।
ଏହି ଖର୍ଚ୍ଚ ଯେକୌଣସି ଅନ୍ୟ ଦେଶଠାରୁ ଯଥେଷ୍ଟ ଅଧିକ ରହିଛି।
ଇକ୍ବିଟି କାରବାର ଉପରେ ଏକ ବର୍ଷରୁ ଅଧିକ ସମୟର ନିବେଶ ଉପରେ ୧୨.୫%ର ଏଲ୍ଟିସିଜି ଟିକସ ଓ ୨୦%ର ସ୍ବଳ୍ପକାଳୀନ ପୁଞ୍ଜି ଲାଭ ଟିକସ ସହିତ।
ପ୍ରତିଭୂତି କାରବାର ଟିକସ (ଏସ୍ଟିଟି) ଓ ଲାଭାଂଶ ଆୟ ଉପରେ ୱିଥ୍ହୋଲ୍ଡିଂ ଟିକସ ବାଦ ଏହି ଟିକସ ଲଗାଯାଉଛି।
ଆହୁରି ପଢନ୍ତୁ : Supreme Court: ବିମାନରେ ଯାତ୍ରା କରନି: ସୁପ୍ରିମକୋର୍ଟ, ଟିକଟ ଦର ମାମଲାର ତତ୍କାଳ ଶୁଣାଣି ପାଇଁ ମନାକଲେ ବିଦେଶୀ ନିବେଶକ ପାଣ୍ଠି ପ୍ରତ୍ୟାହାର କରୁଥିବାରୁ ଦେଶର ଗଚ୍ଛିତ ବୈଦେଶିକ ମୁଦ୍ରା ଭଣ୍ଡାର ଉପରେ ଚାପ ସୃଷ୍ଟି ହୋଇଛି।
ସରକାର ଲଗାଇଥିବା ଟିକସ ସେୟାର ବଜାର ନିବେଶକଙ୍କ ଆୟକୁ ପ୍ରଭାବିତ କରୁଛି।
ଟିକସ ପାଇଁ ବିଦେଶୀ ନିବେଶକମାନଙ୍କ ରିଟର୍ଣ୍ଣ ୨.୩% ପ୍ରଭାବିତ ହେଉଛି।
ଏମିତିରେ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୪.୮% ତଳକୁ ଖସିଥିବାରୁ ଘରୋଇ ନିବେଶକମାନେ ପ୍ରଭାବିତ ହୋଇଛନ୍ତି।
ବିବିଧ ଇକ୍ବିଟି ମ୍ୟୁଚୁଆଲ୍ ଫଣ୍ଡ୍ରେ ମିଳୁଥିବା ରିଟର୍ଣ୍ଣ ମଧ୍ୟ ହ୍ରାସ ପାଇଛି।
ଲାର୍ଜ କ୍ୟାପ୍ ମ୍ୟୁଚୁଆଲ୍ ଫଣ୍ଡ୍ ରିଟର୍ଣ୍ଣ ମଧ୍ୟ ୧.୬% କମିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
