India bloc rally: ଇଣ୍ଡିମେଣ୍ଟର ରାଲି ଯୋଗୁଁ ୧୧ ହଜାର କୋଟିର କ୍ଷତି ହୋଇଛି: ବ୍ୟବସାୟୀ
ନୂଆଦିଲ୍ଲୀ: ଦିଲ୍ଲୀର ରାମଲୀଳା ମଇଦାନରେ ରବିବାର ଇଣ୍ଡିମେଣ୍ଟ ପକ୍ଷରୁ ଆୟୋଜିତ ବିଶାଳ ସମାବେଶ ଯୋଗୁଁ ରାଜଧାନୀର ବ୍ୟବସାୟ କ୍ଷେତ୍ରରେ ପ୍ରାୟ ୧୧ ହଜାର କୋଟି ଟଙ୍କାର କ୍ଷତି ହୋଇଥିବା ବ୍ୟବସାୟୀ ସଂଗଠନ ଦାବି କରିଛି।
ଦୀପାବଳି ପର୍ବ ପାଇଁ ବ୍ୟବସାୟ ଜୋର୍ ଧରିଥିବା ସମୟରେ ଏହି ସମାବେଶ ଯୋଗୁଁ ଦିଲ୍ଲୀର ଅନେକ ପ୍ରମୁଖ ବଜାରରେ ଦୋକାନ ବନ୍ଦ ରହିଥିଲା।
ଏହି କ୍ଷତିର ଭରଣା କିଏ କରିବ ବୋଲି ବ୍ୟବସାୟୀମାନେ ପ୍ରଶ୍ନ କରିଛନ୍ତି।
Advertisment ଚାମ୍ବର ଅଫ୍ ଟ୍ରେଡ୍ ଆଣ୍ଡ୍ ଇଣ୍ଡଷ୍ଟ୍ରି (ସିଟିଆଇ)ର ଅଧ୍ୟକ୍ଷ ବ୍ରିଜେଶ ଗୋୟଲଙ୍କ ଅନୁଯାୟୀ, ନଭେମ୍ବର ୧ରେ ଦିଲ୍ଲୀରେ ପ୍ରତ୍ୟକ୍ଷ ବ୍ୟବସାୟିକ କ୍ଷତି ପ୍ରାୟ ୧୧ ହଜାର କୋଟି ଟଙ୍କା ହୋଇଛି।
ଏହା ମଧ୍ୟରୁ ଖୁଚୁରା ଓ ପାଇକାରୀ ବ୍ୟବସାୟରେ ୮,୮୦୦ କୋଟି ଟଙ୍କା, ପରିବହନ ଓ ସାମଗ୍ରୀ ଯୋଗାଣ କ୍ଷେତ୍ରରେ ୧,୫୦୦ କୋଟି ଟଙ୍କା ଏବଂ ହୋଟେଲ୍, ରେସ୍ତୋରାଁ ଓ ପର୍ଯ୍ୟଟନ କ୍ଷେତ୍ରରେ ୫୦୦ କୋଟି ଟଙ୍କାର କ୍ଷତି ହୋଇଥିବା ସଂଗଠନ ଆକଳନ କରିଛି।
ଦୈନିକ ମଜୁରି ଉପରେ ନିର୍ଭରଶୀଳ ଶ୍ରମିକ ଓ ଅନ୍ୟାନ୍ୟ କର୍ମଜୀବୀଙ୍କ ମୋଟ କ୍ଷତି ପ୍ରାୟ ୨୦୦ କୋଟି ଟଙ୍କା ବୋଲି ଦାବି କରାଯାଇଛି।
Mamata Banerjee: ଇଣ୍ଡିମେଣ୍ଟର ନଭେମ୍ବର ୧ ପ୍ରତିବାଦ କାର୍ଯ୍ୟକ୍ରମକୁ ମମତାଙ୍କ ସମର୍ଥନ ସିଟିଆଇର ଆକଳନ ଅନୁଯାୟୀ, ରାମଲୀଳା ମଇଦାନର ପ୍ରାୟ ୫ କିଲୋମିଟର ପରିଧି ମଧ୍ୟରେ ଥିବା ପ୍ରମୁଖ ବଜାରଗୁଡ଼ିକରେ ପ୍ରାୟ ୩ ଲକ୍ଷ ଦୋକାନ ରହିଛି।
ସେଥିମଧ୍ୟରୁ ପ୍ରାୟ ୨.୫ ଲକ୍ଷ ଦୋକାନ ବନ୍ଦ ରହିଥିଲା ଏବଂ ପ୍ରାୟ ୮୦ ପ୍ରତିଶତ ବ୍ୟବସାୟିକ କାର୍ଯ୍ୟକଳାପ ଠପ୍ ହୋଇଯାଇଥିଲା।
ଚାନ୍ଦନୀଚୌକ, ସଦର ବଜାର, ଖାରି ବାଉଲି, ଦରିଆଗଞ୍ଜ, ପହାଡ଼ଗଞ୍ଜ, କରୋଲବାଗ୍ ଓ କନ୍ନଟ୍ ପ୍ଲେସ୍ ଭଳି ପ୍ରମୁଖ ବଜାର ଏହାଦ୍ୱାରା ପ୍ରଭାବିତ ହୋଇଥିବା ସଂଗଠନ କହିଛି।
ସମାବେଶ ପୂର୍ବରୁ ବ୍ୟବସାୟୀ ସଂଗଠନ ଇଣ୍ଡିମେଣ୍ଟର ନେତାମାନଙ୍କୁ ଏହାର ତାରିଖ ଦୀପାବଳି ପରେ ରଖିବାକୁ ଅନୁରୋଧ କରି ଏକାଧିକ ଚିଠି ଲେଖିଥିଲା।
କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ବିରୋଧୀ ଦଳର ନେତାମାନଙ୍କୁ ବ୍ୟବସାୟ ଉପରେ ପଡ଼ିବାକୁ ଥିବା ପ୍ରଭାବ ସମ୍ପର୍କରେ ଅବଗତ କରାଯାଇଥିଲା।
ତଥାପି ନିର୍ଦ୍ଧାରିତ ଦିନରେ ସମାବେଶ ଆୟୋଜିତ ହୋଇଥିଲା।
ଏହି ସମାବେଶରେ ନିର୍ବାଚନୀ ଅନିୟମିତତା ଓ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍)କୁ ବିରୋଧ କରିବା ସହ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିଥିଲା ଇଣ୍ଡିମେଣ୍ଟ।
ରାଲିରେ ଯୋଗଦେବାକୁ ଆସିଥିବା ଲୋକଙ୍କୁ ଦିଲ୍ଲୀର ଦୋକାନରୁ ସାମଗ୍ରୀ କିଣିବାକୁ ରାହୁଲ ଆହ୍ୱାନ ଦେଇଥିଲେ।
ତେବେ ବ୍ୟବସାୟୀଙ୍କ କହିବା ଅନୁଯାୟୀ, ଦୋକାନ ବନ୍ଦ ରହିବା ଏବଂ ଗ୍ରାହକଙ୍କ ଯାତାୟାତ ବାଧାପ୍ରାପ୍ତ ହେବାରୁ ଏହି ଆହ୍ୱାନରୁ ବିଶେଷ ଲାଭ ମିଳିନଥିଲା।
ଅନ୍ୟପକ୍ଷରେ, ଦିଲ୍ଲୀର ଦୋକାନଗୁଡ଼ିକୁ କେନ୍ଦ୍ର ସରକାର ଜବରଦସ୍ତି ବନ୍ଦ କରିଥିବା ରାହୁଲ ଗାନ୍ଧୀ ଅଭିଯୋଗ କରିଥିଲେ।
ଏହାକୁ ନେଇ ରାଜନୈତିକ ବିବାଦ ମଧ୍ୟ ତୀବ୍ର ହୋଇଛି।
ବ୍ୟବସାୟୀ ସଂଗଠନର କ୍ଷତି ଆକଳନକୁ ସ୍ୱାଧୀନ ଭାବେ ଯାଞ୍ଚ କରାଯାଇ ନ ଥିବା ବେଳେ ଏହି ଦାବିକୁ ନେଇ ଇଣ୍ଡିମେଣ୍ଟ ପକ୍ଷରୁ କ୍ଷତିପୂରଣ ସମ୍ପର୍କରେ କୌଣସି ଘୋଷଣା ହୋଇନାହିଁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
