Sensex: ସେନ୍‌ସେକ୍ସ ୧୨୩୩ ପଏଣ୍ଟ ବୃଦ୍ଧି, ନିବେଶକଙ୍କୁ ୮ ଲକ୍ଷ କୋଟି ଫାଇଦା

Nov 02, 2026 - 20:53
Sensex: ସେନ୍‌ସେକ୍ସ ୧୨୩୩ ପଏଣ୍ଟ ବୃଦ୍ଧି, ନିବେଶକଙ୍କୁ ୮ ଲକ୍ଷ କୋଟି ଫାଇଦା

ମୁମ୍ବାଇ: ନଭେମ୍ବର ମାସର ପ୍ରଥମ କାରବାର ଦିନରେ ଭାରତୀୟ ସେୟାର ବଜାର ରେ ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିଳିଛି।

ସୋମବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍‌ (ବିଏସ୍‌ଇ)ର ସେନ୍‌ସେକ୍ସ ୧,୨୩୩.୨୫ ପଏଣ୍ଟ (୧.୬୬%) ବୃଦ୍ଧି ପାଇ ୭୫,୬୯୨.୭୮ ପଏଣ୍ଟରେ ବନ୍ଦ ହୋଇଛି।

ସେହିପରି ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ୍‌ (ଏନ୍‌ଏସ୍‌ଇ)ର ନିଫ୍ଟି ୩୮୭.୭୦ ପଏଣ୍ଟ (୧.୬୮%) ବୃଦ୍ଧି ପାଇ ୨୩,୪୪୦.୮୦ ପଏଣ୍ଟରେ ପହଞ୍ଚିଛି।

ସେନ୍‌ସେକ୍ସ ରେ ଘଟିଥିବା ବୃଦ୍ଧି ପ୍ରଭାବରେ ନିବେଶକମାନଙ୍କୁ ପ୍ରାୟ ୮ ଲକ୍ଷ କୋଟି ଟଙ୍କାର ଫାଇଦା ହୋଇଛି।

ବମ୍ବେ ଷ୍ଟକ୍‌ ବଜାରରେ ତାଲିକାଭୁକ୍ତ ଥିବା କମ୍ପାନିଗୁଡ଼ିକର ମୋଟ୍‌ ବଜାର ପୁଞ୍ଜି ପରିମାଣ ୪୮୨.୮୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।

Advertisment ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସେୟାର ମୂଲ୍ୟରେ ବଡ଼ ବୃଦ୍ଧି, ଅଶୋଧିତ ତୈଳ ଦର ହ୍ରାସ ଓ ନିବେଶକଙ୍କ ସେୟାର କ୍ରୟ ପ୍ରଭାବରେ ବଜାରରେ ଏହି ଉତ୍ସାହ ଦେଖାଦେଇଥିଲା।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସେୟାର ମୂଲ୍ୟ ୧୧.୬% ବୃଦ୍ଧି ପାଇଛି।

କମ୍ପାନିର ଦ୍ୱିତୀୟ ତ୍ରୈମାସିକ ଆର୍ଥିକ ଫଳାଫଳ ଆଶାଠାରୁ ଭଲ ରହିବା ପରେ ନିବେଶକମାନେ ଏହାର ସେୟାର କିଣିବାକୁ ଆଗ୍ରହ ଦେଖାଇଥିଲେ।

ଏଥିସହିତ ଟାଟା ଷ୍ଟିଲ୍‌, ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌ ଓ କୋଲ୍ ଇଣ୍ଡିଆ ଭଳି କମ୍ପାନିର ସେୟାର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି।

ଭାରତୀୟ ସେୟାର ବଜାରକୁ ସମର୍ଥନ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର କମିବା ମଧ୍ୟ ଭାରତୀୟ ସେୟାର ବଜାରକୁ ସମର୍ଥନ ଦେଇଛି।

ଗତ ସପ୍ତାହରେ ବ୍ରେଣ୍ଟ୍‌ କ୍ରୁଡ୍‌ ଦର ବ୍ୟାରେଲ୍ ପିଛା ୧୧୮ ଡଲାର ପାଖାପାଖି ଥିବାବେଳେ ଏହା ହ୍ରାସ ପାଇ ପ୍ରାୟ ୧୦୯-୧୧୦ ଡଲାରରେ ପହଞ୍ଚିଛି।

ଇରାନ୍‌କୁ ନେଇ ଚାଲିଥିବା ଯୁଦ୍ଧର ଅବସାନ ପାଇଁ କୂଟନୈତିକ ଆଲୋଚନାରୁ ଆଶା ସୃଷ୍ଟି ହେବା ପରେ ତୈଳ ଦର ହ୍ରାସ ପାଇଛି।

Supreme Court: ବିମାନରେ ଯାତ୍ରା କରନି: ସୁପ୍ରିମକୋର୍ଟ, ଟିକଟ ଦର ମାମଲାର ତତ୍କାଳ ଶୁଣାଣି ପାଇଁ ମନାକଲେ ଭାରତ ଅଧିକ ପରିମାଣରେ ଅଶୋଧିତ ତୈଳ ଆମଦାନି କରୁଥିବାରୁ ଏହାର ଦର ହ୍ରାସ ଦେଶର ଅର୍ଥନୀତି ଓ କମ୍ପାନିଗୁଡ଼ିକର ଲାଭ ପାଇଁ ସହାୟକ ହେବ।

ଆଜି କାରବାରରେ ଅଧିକାଂଶ କ୍ଷେତ୍ରର ସେୟାରରେ ବୃଦ୍ଧି ଦେଖାଯାଇଥିଲା।

ଧାତବ, ଶକ୍ତି, ଅଟୋମୋବାଇଲ୍‌, ଭିତ୍ତିଭୂମି ଓ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ସେୟାର ଚାହିଦାରେ ଥିଲା।

ଅନ୍ୟପକ୍ଷରେ ସୂଚନା ପ୍ରଯୁକ୍ତି, ଗଣମାଧ୍ୟମ ଓ ଔଷଧ କମ୍ପାନିର ସେୟାର ହ୍ରାସ ପାଇଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)