Tamil Nadu: ତାମିଲନାଡୁର ସିନେମା ହଲ୍‌ମାଲିକ ଓ ଦର୍ଶକଙ୍କ ପାଇଁ ଖୁସି ଖବର: ଦିନକୁ ଚାଲିବ ୬ଟି ଶୋ’

Nov 04, 2026 - 08:47
Tamil Nadu: ତାମିଲନାଡୁର ସିନେମା ହଲ୍‌ମାଲିକ ଓ ଦର୍ଶକଙ୍କ ପାଇଁ ଖୁସି ଖବର: ଦିନକୁ ଚାଲିବ ୬ଟି ଶୋ’

ଚେନ୍ନାଇ: ତାମିଲନାଡୁର ସିନେମା ହଲ୍‌ଗୁଡ଼ିକରେ ଏଣିକି ନୂଆ ଚଳଚ୍ଚିତ୍ର ରିଲିଜ୍‌ର ପ୍ରଥମ ସପ୍ତାହରେ ଦିନକୁ ୬ଟି ଶୋ' ପ୍ରଦର୍ଶନ କରାଯାଇପାରିବ।

ଏହି ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀ ଜୋସେଫ ବିଜୟ ଅନୁମୋଦନ କରିଛନ୍ତି।

ନୂଆ ନିଷ୍ପତ୍ତି ଅନୁଯାୟୀ, ଏଣିକି ତାମିଲନାଡୁରେ ସକାଳ ୬ଟାରୁ ରାତି ୨ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ସିନେମା ଶୋ' ଚାଲିପାରିବ।

ଚଳଚ୍ଚିତ୍ର ଶିଳ୍ପର ପ୍ରତିନିଧି ଏବଂ ରାଜ୍ୟ ମନ୍ତ୍ରୀମାନଙ୍କ ମଧ୍ୟରେ ଆଲୋଚନା ପରେ ଏହି ନିଷ୍ପତ୍ତି ଆସିଛି।

ଏହାଦ୍ୱାରା ମଲ୍ଟିପ୍ଲେକ୍ସ ମାଲିକମାନେ ଆଶ୍ୱସ୍ତି ପ୍ରକାଶ କରିଛନ୍ତି।

Advertisment ଚେନ୍ନାଇର 'ଭେଟ୍ରି ଥିଏଟର' ନାମକ ମଲ୍ଟିପ୍ଲେକ୍ସର ମାଲିକ ରାକେଶ ଏହି ଘୋଷଣାକୁ ନେଇ ଖୁସି ପ୍ରକାଶ କରିଛନ୍ତି।

ଦୀର୍ଘ କିଛି ସପ୍ତାହର ଅନିଶ୍ଚିତତା ଏବଂ ପ୍ରଶାସନିକ ଅସୁବିଧା ପରେ ଏହାକୁ ଏକ ବଡ଼ ବିଜୟ ବୋଲି ସେ କହିଛନ୍ତି।

ପୂର୍ବରୁ ଦିନକୁ ହେଉଥିଲା ୪ଟି ଶୋ' ଚଳଚ୍ଚିତ୍ର ଶିଳ୍ପକୁ ପୂର୍ବରୁ କେଉଁ ସମସ୍ୟାର ସାମ୍ନା କରିବାକୁ ପଡ଼ୁଥିଲା, ସେ ସମ୍ପର୍କରେ ରାକେଶ କହିଛନ୍ତି ଯେ, ସରକାରଙ୍କଠାରୁ ସ୍ୱତନ୍ତ୍ର ଅନୁମତି ନ ମିଳିବା ପର୍ଯ୍ୟନ୍ତ ସିନେମା ହଲ୍‌ଗୁଡ଼ିକରେ ଟିକେଟ୍‌ ବୁକିଂ ଆରମ୍ଭ କରିବା ସମ୍ଭବ ହେଉନଥିଲା।

କିଛି ଚଳଚ୍ଚିତ୍ରକୁ ଅନୁମତି ମିଳୁଥିବା ବେଳେ ଆଉ କିଛି ଚଳଚ୍ଚିତ୍ରକୁ ଅନୁମତି ମିଳୁନଥିଲା।

ଏହା ଏକ ବଡ଼ ସମସ୍ୟା ଥିଲା।

ତାମିଲନାଡୁ ସିନେମା (ନିୟନ୍ତ୍ରଣ) ନିୟମ, ୧୯୫୭ ଅନୁଯାୟୀ, ସିନେମା ହଲ୍‌ଗୁଡ଼ିକରେ ଦିନକୁ ମାତ୍ର ୪ଟି ଶୋ' ପ୍ରଦର୍ଶନ କରିବାର କଡ଼ା ନିୟମ ରହିଥିଲା।

ପଞ୍ଚମ ଶୋ' ପାଇଁ ମଧ୍ୟ ଥିଲା ଜଟିଳ ପ୍ରକ୍ରିୟା ଯଦିଓ ପୂର୍ବରୁ ରାଜ୍ୟ ସରକାର ନୂଆ ଚଳଚ୍ଚିତ୍ର ରିଲିଜ୍‌ର ପ୍ରଥମ ସପ୍ତାହ, ସପ୍ତାହାନ୍ତ ଏବଂ ସାର୍ବଜନୀନ ଛୁଟିଦିନରେ ପଞ୍ଚମ ଶୋ' ପ୍ରଦର୍ଶନ ପାଇଁ ଅନୁମତି ଦେଇଥିଲେ, ତଥାପି ସିନେମା ହଲ୍‌ ମାଲିକମାନଙ୍କୁ ଏଥିପାଇଁ ବାରମ୍ବାର ଲମ୍ବା ଏବଂ ଜଟିଳ ଅନୁମତି ପ୍ରକ୍ରିୟା ଦେଇ ଗତି କରିବାକୁ ପଡ଼ୁଥିଲା।

ଏବେ ସରକାର ନିୟମରେ ଆନୁଷ୍ଠାନିକ ଭାବେ ପରିବର୍ତ୍ତନ କରିଛନ୍ତି।

ଫଳରେ ନୂଆ ଚଳଚ୍ଚିତ୍ର ରିଲିଜ୍‌ର ପ୍ରଥମ ସପ୍ତାହ ସହିତ ସପ୍ତାହାନ୍ତ, ସ୍ଥାନୀୟ ପର୍ବପର୍ବାଣୀ ଏବଂ ସାର୍ବଜନୀନ ଛୁଟିଦିନରେ ମଧ୍ୟ ଦିନକୁ ସର୍ବାଧିକ ୬ଟି ଶୋ' ପ୍ରଦର୍ଶନ କରାଯାଇପାରିବ।

ଖୁସି ସହ ରହିଛି ଚ୍ୟାଲେଞ୍ଜ ଗୋଟିଏ ପଟେ ସିନେମା ହଲ୍‌ ମାଲିକ ଏବଂ ଦର୍ଶକମାନେ ସକାଳୁ ଶୋ' ଆରମ୍ଭ ହେବା ନିଷ୍ପତ୍ତିକୁ ସ୍ୱାଗତ କରୁଥିବା ବେଳେ ଅନ୍ୟପଟେ ଏହା ପୁରୁଣା ଚ୍ୟାଲେଞ୍ଜଗୁଡ଼ିକୁ ମଧ୍ୟ ମନେ ପକାଇ ଦେଇଛି।

୨୦୨୩ରେ ଅଭିନେତା ଅଜିତଙ୍କ ଚଳଚ୍ଚିତ୍ର 'ଥୁନିଭୁ' ରିଲିଜ୍‌ ସମୟରେ ଜଣେ ପ୍ରଶଂସକଙ୍କ ମୃତ୍ୟୁ ହୋଇଥିଲା।

ଏହାପରେ ଏମ୍‌.କେ.

ଷ୍ଟାଲିନଙ୍କ ନେତୃତ୍ୱାଧୀନ ଡିଏମ୍‌କେ ସରକାର ସକାଳୁ ହେଉଥିବା ଶୋ' ଉପରେ କଟକଣା ଲଗାଇଥିଲେ।

ଉକ୍ତ ପ୍ରଶଂସକ ଜଣକ ଚଳଚ୍ଚିତ୍ରର ସକାଳ ଶୋ' ଦେଖିବାକୁ ଯାଉଥିବା ବେଳେ ରାସ୍ତାରେ ଏକ ଟ୍ରକ୍‌ରୁ ଖସିପଡ଼ି ତାଙ୍କର ମୃତ୍ୟୁ ହୋଇଥିଲା।

ଷ୍ଟାଲିନଙ୍କ ନିଷ୍ପତ୍ତିକୁ ବଦଳାଇଲେ ବିଜୟ ଏବେ ଟିଭିକେ (TVK) ସରକାର ପୂର୍ବ ସରକାରଙ୍କ ଏହି ନିଷ୍ପତ୍ତିକୁ ବଦଳାଇ ଦେଇଛନ୍ତି।

ତେବେ ଏହାକୁ ନେଇ କିଛି ଲୋକ ଚିନ୍ତା ପ୍ରକାଶ କରିଛନ୍ତି।

ବିଶେଷକରି ରାତିସାରା ଶୋ' ଚାଲିବା ସମୟରେ ପ୍ରଶଂସକଙ୍କ ଭିଡ଼କୁ କିପରି ନିୟନ୍ତ୍ରଣ କରାଯିବ ଏବଂ ସିନେମା ହଲ୍‌ର ପ୍ରବେଶ ଦ୍ୱାରରେ ସୁରକ୍ଷା ବ୍ୟବସ୍ଥା କିପରି ପରିଚାଳନା କରାଯିବ, ତାହା ଏବେ ଏକ ବଡ଼ ପ୍ରଶ୍ନ।

Rupali Ganguly: ଫଟୋ ଓ ଭିଡିଓର ଅପବ୍ୟବହାର ରୋକିବାକୁ ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହେଲେ ରୁପାଲି ରାକେଶଙ୍କ ସମେତ ସମଗ୍ର ଚଳଚ୍ଚିତ୍ର ଶିଳ୍ପ ପାଇଁ ନୀତିରେ ହୋଇଥିବା ଏହି ପରିବର୍ତ୍ତନ ଏକ ସକାରାତ୍ମକ ଆରମ୍ଭ।

ତେବେ ଏହା ସତ୍ତ୍ୱେ ଚଳଚ୍ଚିତ୍ର ଶିଳ୍ପ ସମ୍ମୁଖରେ ଏବେ ବି ଅନେକ ଗୁରୁତର ଆର୍ଥିକ ଚ୍ୟାଲେଞ୍ଜ ରହିଥିବା ସିନେମା ହଲ୍‌ ମାଲିକମାନେ କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)