Angry with Sara: ସାରାଙ୍କ ଉପରେ ଖପା

Nov 04, 2026 - 08:47
Angry with Sara: ସାରାଙ୍କ ଉପରେ ଖପା

ବଲିଉଡ୍‌ ତାରକାଙ୍କ ସହ ବନ୍ଧୁତା ଓ ସୋସିଆଲ୍‌ ମିଡିଆରେ ନିଜର ଭିନ୍ନ ଅନ୍ଦାଜ ପାଇଁ ଚର୍ଚ୍ଚାରେ ରହୁଥିବା ଇନ୍‌ଫ୍ଲୁଏନ୍‌ସର୍‌ ଓରହାନ୍‌ ଅୱତ୍ରମଣି ଓରଫ୍‌ ଓରି ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି।

ଏଥର ସେ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଝିଅ ସାରାଙ୍କୁ ସୋସିଆଲ୍‌ ମିଡିଆରୁ ଅନ୍‌ଫଲୋ କରିବା ନେଇ ଆଲୋଚନାରେ ରହିଛନ୍ତି।

ଏନେଇ ନିକଟରେ ଓରି ମୁହଁ ଖୋଲିଛନ୍ତି।

Advertisment ଓରିଙ୍କୁ ତାଙ୍କର ଏକ ଦୁଃସମୟରେ ସାରା ସାହାଯ୍ୟ ନକରିବା ହେଉଛି ଏହି ତିକ୍ତତାର ମୂଳ କାରଣ।

ଓରି ଅଭିଯୋଗ କରିଛନ୍ତି କି, ସାହାଯ୍ୟ କରିବାର ତ ଦୂରର କଥା; ତାଙ୍କ ଖରାପ ସମୟରେ ସାରା ତାଙ୍କ ସହ ଯୋଗାଯୋଗ ବି ରଖି ନଥିଲେ।

ଯାହାଫଳରେ ସେ ଏବେ ସାରାଙ୍କୁ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରୁ ଅନ୍‌‌ଫଲୋ କରି ଦେଇଛନ୍ତି।

କେବଳ ସାରା ନୁହଁ, ତାଙ୍କ ମାଆ ଅମୃତା ସିଂହଙ୍କୁ ବି ସେ ଅନ୍‌ଫ‌େଲା କରିଛନ୍ତି।

ଓରି ତାଙ୍କ କ୍ଷୋଭ ପଛର ଆଉ ଏକ କାରଣ ବଖାଣି କହିଛନ୍ତି କି, ଥରେ ଅମୃତା ସିଂହ ତାଙ୍କୁ ଗାଳିଗୁଲଜ କରିଥିଲେ।

ମାତ୍ର ସେଥିପାଇଁ ସେ କେବେ ଓରିଙ୍କୁ କ୍ଷମା ମାଗି ନାହାନ୍ତି।

ନେହା ଧୂପିଆ ଓ ଅଙ୍ଗଦ ବେଦୀଙ୍କ କାର୍ଯ୍ୟକ୍ରମ 'ଡବଲ୍‌ ଡେଟ୍‌'ରେ ଯୋଗଦେଇ ଓରି ଏହି କଥା କହିଛନ୍ତି।

ସୋସିଆଲ୍‌ ମିଡିଆରେ କେଉଁ ପ୍ରସିଦ୍ଧ ବ୍ୟକ୍ତିଙ୍କୁ ସେ ବ୍ଲକ୍‌ କିମ୍ବା ଅନ୍‌ଫଲୋ କରିଛନ୍ତି ବୋଲି ପଚରାଯିବାରୁ ସେ ସାରାଙ୍କ ନାଁ ନେଇଥିଲେ।

ଏଥିସହ ଅମୃତାଙ୍କୁ ମଧ୍ୟ ଅନ୍‌ଫଲୋ କରିଥିବା କହିଥିଲେ।

ଓରିଙ୍କ କହିବା ଅନୁଯାୟୀ, ସାରାଙ୍କ ସହ ତାଙ୍କର ବନ୍ଧୁତା ପିଲାଦିନରୁ ଥିଲା।

କଲେଜ ଜୀବନରେ ମଧ୍ୟ ସେମାନଙ୍କ ସମ୍ପର୍କ ଘନିଷ୍ଠ ଥିଲା।

ସାରା ଏକ କଠିନ ପରିସ୍ଥିତିର ସାମ୍ନା କରୁଥିବା ସମୟରେ ସେ ତାଙ୍କ ପାଖରେ ଛିଡ଼ା ହୋଇଥିଲେ।

କିନ୍ତୁ ନିଜ ଜୀବନର ଏକ କଠିନ ସମୟରେ ସାରାଙ୍କଠାରୁ ସେ ସମାନ ସମର୍ଥନ ପାଇ ନାହାନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)