28 JUNE 2026

Welcome!

Unlock your personalized experience.
Sign Up

Tamil Nadu Gas Leak: କେନ୍ଦୁଝରକୁ ୧୧ଜଣଙ୍କ ଶବ ପରେ ଫେରିଲେ ୬୫ ଓଡ଼ିଆ ଶ୍ରମିକ

Jun 27, 2026 - 20:55
Tamil Nadu Gas Leak: କେନ୍ଦୁଝରକୁ ୧୧ଜଣଙ୍କ ଶବ ପରେ ଫେରିଲେ ୬୫ ଓଡ଼ିଆ ଶ୍ରମିକ

କେନ୍ଦୁଝର (ଜିତେନ୍ଦ୍ର ପଟ୍ଟନାୟକ): ତାମିଲନାଡୁର ତିରୁଭାଲୁର ଜିଲ୍ଲା ଅନ୍ତର୍ଗତ କାନିଗାଇପେରସ୍ଥିତ ସେଣ୍ଟ ପିଟର୍ ଆଣ୍ଡ ପାଉଲି କମ୍ପାନି କାରଖାନାରେ ଆମୋନିଆ ଗ୍ୟାସ୍ ଲିକ୍ ଦୂର୍ଘଟଣାରୁ ବର୍ତ୍ତିଯାଇଥିବା ୬୫ଜଣ ଦାଦନ ଶ୍ରମିକ ଆଜି‌ କେନ୍ଦୁଝର‌‌ ଫେରିଛନ୍ତି। ଏହି ଘଟଣାରେ ପ୍ରାଣ ହରାଇଥିବା ୧୧ଜଣ ଜୁଆଙ୍ଗ ଯୁବତୀଙ୍କ ଶବ ମଧ୍ୟ ଏଥିମଧ୍ୟରେ ଗାଁ ଫେରିବା ପରେ ସଂସ୍କାର କରାଯାଇଛି। ଏହି ଘଟଣାରେ ଦାଦନ ଦଲାଲ ଶ୍ରୀକାନ୍ତ ଜୁଆଙ୍ଗ,ଫ୍ୟାକ୍ଟ୍ରିର ମାଲିକ ସମେତ ୪ଜଣଙ୍କୁ ସ୍ଥାନୀୟ ତାମିଲନାଡ଼ୁ ପୁଲିସ ନିଜ କବଜାକୁ ନେଇ ପଚରାଉଚୁରା କରୁଛି। ଉଚ୍ଚସ୍ତରୀୟ ତଦନ୍ତ ପାଇଁ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଥାଲାପତି ବିଜୟ ନିର୍ଦ୍ଦେଶ‌ ଦେଇଛନ୍ତି।

ଗତ ୨୧ତାରିଖ ରବିବାର କାଳରାତ୍ରୀରେ ଫ୍ୟାକ୍ଟ୍ରିରେ ଘଟିଥିବା ଅଘଟଣା କଥା ମନ‌େ ପକାଇ ଫେରିଥିବା ଶ୍ରମିକମାନେ ଆଜି କୋହ ଅଟକାଇପାରୁନାହାନ୍ତି। ସେଦିନ କାମ ସାରି ରାତିରେ ଶୋଇଥିଲେ କିଛି ଶ୍ରମିକ। ହଠାତ୍ ଆମୋନିଆ ଗ୍ୟାସ ଲିକ୍ ହେଲା। ଚାହୁଁ ଚାହୁଁ ଚାରିଆଡ଼େ ବ୍ୟାପି ଗଲା। ଯେଉଁମାନେ ବାହାରେ ଏବଂ ନିଦରେ ଶୋଇନଥିଲେ ସେମାନେ ଦୌଡ଼ି ଦୂରକୁ ପଳାଇ ନିଜକୁ ବଞ୍ଚ‌ାଇଦେଲେ। ହେଲେ ଯେଉଁମାନେ ନିଦରେ ଶୋଇଥିଲେ, ସେମାନଙ୍କ ପାଇଁ ସେଦିନର ନିଦ୍ରା ଚୀରନିଦ୍ରା ଡାକିଆଣିଲା।

ଏହି ଦୁର୍ଘଟଣାରେ ଶତାଧିକ ଶ୍ରମିକ ପ୍ରଭାବିତ ହୋଇଥିବା ବେଳେ ୭୦ଜଣ ଗୁରୁତର ହୋଇ ତାମିଲନାଡୁ ସରକାରୀ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଏଥିରେ ୧୪ ଜଣ ମୃତ୍ୟୁବରଣ କରିଥିବାବେଳେ ୭୦ ରୁ ଅଧିକ ଗୁରୁତର ଅଛନ୍ତି। ଗୁରୁତରମାନଙ୍କ ମଧ୍ୟରୁ ୧୬ ଜଣ ଭେଣ୍ଟିଲେଟରରେ ଅଛନ୍ତି। ମୃତକମାନଙ୍କ ମଧ୍ୟରୁ କେନ୍ଦୁଝରର ୧୧ ଜଣ ଯୁବତୀ ଥିବାବେଳେ ୩୫ ଜଣ ଗୁରୁତର ଅଛନ୍ତି। ଏହି ଘଟଣାକୁ ଗୁରୁତର ଭାବେ ଗ୍ରହଣ କରି ତାମିଲନାଡୁ ମୂଖ୍ୟମନ୍ତ୍ରୀ ଥାଲାପତି ବିଜୟ ତଦନ୍ତ ପାଇଁ ଡାଇରେକ୍ଟର ଅଫ ଇଣ୍ଡଷ୍ଟ୍ରିଆଲ ସେଫ୍ଟି ଆଣ୍ଡ ହେଲଥ୍ , ରାଜ୍ୟ ପ୍ରଦୂଷଣ ବୋର୍ଡ ଚେୟାରମ୍ୟାନ ଏବଂ ପବ୍ଲିକ ହେଲଥ ଡାଇରେକ୍ଟରଙ୍କୁ ନେଇ ସ୍ୱାସ୍ଥ୍ୟ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ତୁରନ୍ତ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ସମସ୍ତ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଗୁରୁତ୍ରରମାନଙ୍କ ମାଗଣା ଚିକିତ୍ସା ଘୋଷଣା କରିଛନ୍ତି।

Ludhiana Factory: ପଞ୍ଜାବ: ଫ୍ୟାକ୍ଟ୍ରିରେ ବିଷାକ୍ତ ଗ୍ୟାସ୍‌ ଲିକ୍‌: ୩ ମୃତ, ୨ ଆହତ

ଆଜି ତାମିଲନାଡୁର ତିରୁଭାଲୁର୍ ପୁଲିସ୍ ଜୁଆଙ୍ଗ ଯୁବତୀଙ୍କୁ ନେଇଥିବା ଦାଦନ ଦଲାଲ ଶ୍ରୀକାନ୍ତ ଜୁଅଙ୍ଗ, ଚିଙ୍ଗୁଡ଼ି କମ୍ପାନି ମାଲିକଙ୍କ ସମେତ ୪ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଏପଟେ କୋରାପୁଟର ଆଇନଜୀବୀ ଅନୁପ କୁମାର ପାତ୍ର ଜାତୀୟ ମାନବ ଅଧିକାରଙ୍କ ଦୃଷ୍ଟି ଆକର୍ଷଣ କରି ୨୫ଲକ୍ଷଟଙ୍କାର କ୍ଷତିପୂରଣଦାବି କରିଛନ୍ତି।  ମୃତକ ଏବଂ ଆହତଙ୍କ ମଧ୍ୟରେ ଅନେକ ନାବାଳକଥିବାରୁ ଦୃଢ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି। 

ପ୍ରକାଶ ଥାଉକି ଦୂର୍ଘଟଣା ପରେ ୩୫ରୁ ଅଧିକ ଯୁବତୀ ଏବଂ ୩୦ ଜଣ ଯୁବକ ତାମିଲନାଡୁରୁ କେନ୍ଦୁଝର ଫେରିଆସିଛନ୍ତି। କିପରି ଭୋକିଲା ପେଟ ସେମାନଙ୍କୁ ଦାଦନ ଯିବାକୁ ବାଧ୍ୟ କରିଥିଲା ତାହା ସେମାନେ ବଖାଣିଛନ୍ତି। କେନ୍ଦୁଝର ସାଂସଦ ଅନନ୍ତ ନାୟକ ଏବଂ ତେଲକୋଇ ବିଧାୟକ ଡ଼ାକ୍ତର ଫକୀର ନାୟକ  ଦାଦନମାନଙ୍କୁ ଭେଟି ଆଲୋଚନା କରିଛନ୍ତି।