Tamasha Empress Vithabai: ତମାସା ସାମ୍ରାଜ୍ଞୀ ବିଠାବାଈ
ସେଦାରିଦ୍ର୍ୟ ଭିତରେ ଜୀବନ କାଟିଥିଲେ।
ଅନେକ ପ୍ରତିକୂଳ ପରିସ୍ଥିତି ତାଙ୍କୁ ଘେରି ରହିଥିଲା।
୯ ମାସର ଗର୍ଭବତୀ ଥିବା ସମୟରେ ମଧ୍ୟ କଳା ପରିବେଷଣ ଲାଗି ମଞ୍ଚକୁ ଚଢ଼ିଥିଲେ।
ପରିବେଷଣ ସମୟରେ ପ୍ରସବ ଯନ୍ତ୍ରଣା ବଢ଼ିଯାଇଥିଲା।
ସେମିତି କଳା ପରିବେଷଣ କରି କରି ମଞ୍ଚର ପଛପଟକୁ ଚାଲିଯାଇଥିଲେ।
ସେଠାରେ ସେ ଏକ ସନ୍ତାନକୁ ଜନ୍ମ ମଧ୍ୟ ଦେଇଥିଲା।
ପାଖରେ କୌଣସି ଡାକ୍ତରୀ ସରଞ୍ଜାମ ନଥିବାରୁ ଏକ ପଥରରେ ଛୁଆଟିର ନାହି କଟା ହୋଇଥିଲା।
ଏହା ହେଉଛି ମହାରାଷ୍ଟ୍ରର ସୁପ୍ରସିଦ୍ଧ ଲୋକନାଟକ 'ତମାସା'ର କିଂବଦନ୍ତି କଳାକାର ବିଠାବାଈ ନାରାୟଣଗାଓଁକରଙ୍କ କାହାଣୀ।
କଳା ପ୍ରତି ସମର୍ପିତ ଏହି ବ୍ୟକ୍ତି ତାଙ୍କ ଅବର୍ତ୍ତମାନରେ ଏହେ ହଜାର ହଜାର ଲୋକକଳାକାରଙ୍କ ଆଦର୍ଶ ପାଲଟିଯାଇଛନ୍ତି।
ତାଙ୍କ ନାମରେ ମହାରାଷ୍ଟ୍ର ସରକାର ପାରମ୍ପରିକ ଲୋକ କଳାକାରମାନଙ୍କୁ ଜୀବନବ୍ୟାପି ସାଧନା ସମ୍ମାନ ପ୍ରଦାନ କରି ଆସୁଛନ୍ତି।
Advertisment ବିଠାବାଈ ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ।
ବାପା ଭାଉ ବାପୁ ମାଙ୍ଗ ନାରାୟଣଗାଓଁକର, ତାଙ୍କ ଜେଜେବାପା ନାରାୟଣ ଖୁଡ଼େଙ୍କ ଦ୍ୱାରା ପ୍ରତିଷ୍ଠିତ ଏକ ତମାସା ଦଳ ଚଲାଉଥିଲେ।
ଏହା ଭ୍ରାମ୍ୟମାଣ ଲୋକନାଟ୍ୟ ହୋଇଥିବାରୁ ବିଭିନ୍ନ ସ୍ଥାନରେ ତମାସାର ଗୀତ ସମେତ ରୂପ, ଲାବଣୀ, ଗାଭଲାଣ ଓ ଭେଦିକ୍ ଆଦି ଭିତରେ ବିଠାବାଈ ବଢ଼ିଥିଲେ।
ମରାଠୀ ନାଟ୍ୟକାର ମାମା ଭାରେରକର ବିଠାବାଈଙ୍କୁ ମଞ୍ଚ ଅଭିନୟରେ ମୁଗ୍ଧ ହୋଇ ନିଜ ଦଳରେ ସାମିଲ୍ ହେବାକୁ ଆମନ୍ତ୍ରଣ କଲେ, ଯେଉଁଠାରେ ସେ ବିନା ଆନୁଷ୍ଠାନିକ ତାଲିମ ସତ୍ତ୍ବେ ଆଙ୍ଗିକ, ବାଚିକ, ସାତ୍ତ୍ବିକ ଓ ଅଭିନୟ ଭଳି କୌଶଳରେ ଦକ୍ଷ ହୋଇଥିଲେ।
ତମାସା କଳାକାର ମଙ୍ଗଳା ବନସୋଡ଼େଙ୍କ ଅନୁସାରେ, ବିଠାବାଈ ମାତ୍ର ୭ ବର୍ଷ ବୟସରୁ ନୃତ୍ୟ ଆରମ୍ଭ କରିଥିଲେ।
ଏପରିକି ନିଜ ଝିଅ ମଙ୍ଗଳାଙ୍କୁ ଦ୍ବିତୀୟ ଶ୍ରେଣୀରୁ ପାଠପଢ଼ା ବନ୍ଦ କରି ମାତ୍ର ୯ ବର୍ଷ ବୟସରେ ମଞ୍ଚ ପ୍ରବେଶ କରାଇଥିଲା।
ତମାସା ସାମ୍ରାଜ୍ଞୀ ଭାବେ ସାରା ଦେଶରେ ପରିଚିତ ବିଠାବାଈ ଭାରତ-ଚୀନ୍ ଯୁଦ୍ଧ ବେଳେ ଦେଶର ଉତ୍ତର-ପୂର୍ବ ସୀମାରେ ସ୍ୱତନ୍ତ୍ର ତମାସା ପରିବେଷଣ କରି ସାରା ଦେଶରେ ପରିିଚିତ ହୋଇଥିଲେ।
ଏପରିକି ଭାରତର ରାଷ୍ଟ୍ରପତି ତାଙ୍କୁ ୧୯୫୭ ଓ ୧୯୯୦ରେ ଦୁଇ ଦୁଇ ଥର ସମ୍ମାନିତ କରିଥିଲେ।
ଏହି କିଂବଦନ୍ତି ବ୍ୟକ୍ତିତ୍ବଙ୍କ ଜୀବନୀ ଦ୍ବାରା ଅନୁପ୍ରାଣିତ ବଲିଉଡ୍ ଚଳଚ୍ଚିତ୍ର 'ଇଠା' ଆସନ୍ତା ଡିସେମ୍ବର ୪ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
