Sweet Potato for Immunity: ଶୀତଦିନେ ଏହି ପରିବା ଖାଉଛନ୍ତି ତ? ଆଖିଠୁ ହାର୍ଟ ପର୍ଯ୍ୟନ୍ତ ରଖିବ ସୁସ୍ଥ

Nov 16, 2026 - 14:49
Sweet Potato for Immunity: ଶୀତଦିନେ ଏହି ପରିବା ଖାଉଛନ୍ତି ତ? ଆଖିଠୁ ହାର୍ଟ ପର୍ଯ୍ୟନ୍ତ ରଖିବ ସୁସ୍ଥ

ଶୀତଋତୁ ଆସିଲେ ବଜାରରେ ମିଳେ ବିଭିନ୍ନ ପ୍ରକାରର ସୁସ୍ୱାଦୁ ପରିବା ଓ ଖାଦ୍ୟ।

ଗାଜର ହାଲୱାଠାରୁ ଆରମ୍ଭ କରି ଶାଗ ପର୍ଯ୍ୟନ୍ତ, ଶୀତଦିନେ ଖାଦ୍ୟପ୍ରେମୀଙ୍କ ପାଇଁ ରହିଥାଏ ଅନେକ ବିକଳ୍ପ।

ତେବେ ଏହି ଋତୁରେ ମିଳୁଥିବା ଏକ ସାଧାରଣ ପରିବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ ହୋଇପାରେ।

ତାହା ହେଉଛି ମିଠା ଆଳୁ ବା କନ୍ଦମୂଳ।

ମାତ୍ର ୨୦ ଟଙ୍କାରେ ମିଳୁଥିବା ଏହି ପରିବା ଶରୀରକୁ ଅନେକ ପୋଷକତତ୍ତ୍ୱ ଯୋଗାଇଥାଏ।

Advertisment ମିଠା ଆଳୁ ଖାଇଲେ ମିଳିବ ଏହି ୫ଟି ଫାଇଦା ବଢ଼ାଇବ ରୋଗ ପ୍ରତିରୋଧକ ଶକ୍ତି ମିଠା ଆଳୁରେ ବିଟା-କାରୋଟିନ୍ ଭରପୂର ମାତ୍ରାରେ ରହିଛି।

ଏହା ଶରୀରରେ ଭିଟାମିନ୍-Aରେ ପରିଣତ ହୁଏ।

ଯାହା ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇବାରେ ସହାୟକ।

ଆଖି ଓ ତ୍ୱଚା ପାଇଁ ଲାଭଦାୟକ ଏଥିରେ ଥିବା ଭିଟାମିନ୍-A ଆଖିର ସ୍ୱାସ୍ଥ୍ୟ ଭଲ ରଖିବା ସହ ତ୍ୱଚାକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ।

Advertisment ହଜମ ପ୍ରକ୍ରିୟାକୁ ରଖିବ ସୁସ୍ଥ ମିଠା ଆଳୁରେ ଥିବା ଫାଇବର୍ ହଜମ ପ୍ରକ୍ରିୟାକୁ ସୁସ୍ଥ ରଖେ।

ଏହା ଅନ୍ତନଳୀରେ ଉପକାରୀ ବ୍ୟାକ୍ଟେରିଆ ବୃଦ୍ଧିରେ ମଧ୍ୟ ସହାୟକ ହୋଇଥାଏ।

ନିୟନ୍ତ୍ରଣ କରିବ ରକ୍ତଚାପ ଏଥିରେ ଥିବା ପୋଟାସିୟମ୍ ରକ୍ତଚାପ ନିୟନ୍ତ୍ରଣରେ ସହାୟତା କରିଥାଏ।

ଏହା ସହ ଫାଇବର୍ ହୃଦୟର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଉପକାରୀ।

ଶରୀରକୁ ଯୋଗାଇବ ଶକ୍ତି ମିଠା ଆଳୁ ଶରୀରକୁ ଶକ୍ତି ଯୋଗାଇଥାଏ।

ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଶରୀରରେ ଅକ୍ସିଡେଟିଭ୍ ଚାପ ଓ ପ୍ରଦାହ କମାଇବାରେ ସହାୟକ ହୋଇପାରେ।

କେମିତି ଖାଇଲେ ମିଳିବ ଅଧିକ ଫାଇଦା?

ମିଠା ଆଳୁକୁ ଅନେକ ଉପାୟରେ ଖାଇପାରିବେ।

ଏହାକୁ ସିଝାଇ, ଭାଜି, ତରକାରୀ କିମ୍ବା ଚାଟ୍ ଭାବେ ପ୍ରସ୍ତୁତ କରି ଖାଇପାରିବେ।

ତେବେ ଭଜା ମିଠା ଆଳୁରେ ଅଳ୍ପ ଚାଟ୍ ମସଲା ଓ ଲେମ୍ବୁ ରସ ମିଶାଇ ଖାଇବା ଏକ ସ୍ୱାଦିଷ୍ଟ ବିକଳ୍ପ।

ଏହାକୁ ସନ୍ତୁଳିତ ଖାଦ୍ୟର ଅଂଶ ଭାବେ ଗ୍ରହଣ କରିପାରିବେ।

ମଧୁମେହ ରୋଗୀମାନେ ରୁହନ୍ତୁ ସତର୍କ!

ମିଠା ଆଳୁ ସ୍ୱାସ୍ଥ୍ୟ ପାଇଁ ଉପକାରୀ ହେଲେ ମଧ୍ୟ ଏହାକୁ ଅଧିକ ପରିମାଣରେ ଖାଇବା ଠିକ୍ ନୁହେଁ।

ବିଶେଷକରି ମଧୁମେହ ରୋଗୀମାନେ ଏହା ଖାଇବା ସମୟରେ ସତର୍କ ରହିବା ଆବଶ୍ୟକ।

ମଧୁମେହ ରୋଗୀ, କମ୍ କାର୍ବୋହାଇଡ୍ରେଟ୍ ଡାଏଟ୍ ଗ୍ରହଣ କରୁଥିବା ବ୍ୟକ୍ତି ଏବଂ ସମ୍ବେଦନଶୀଳ ହଜମ ପ୍ରକ୍ରିୟା ଥିବା ଲୋକମାନେ ଏହାକୁ ସୀମିତ ପରିମାଣରେ ଖାଇବା ଉଚିତ।

ଆବଶ୍ୟକ ହେଲେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ।

ତେଣୁ ଏହି ଶୀତଦିନେ ନିଜ ଖାଦ୍ୟ ତାଲିକାରେ ମିଠା ଆଳୁକୁ ସାମିଲ କରନ୍ତୁ।

କିନ୍ତୁ ମନେ ରଖନ୍ତୁ, କୌଣସି ଗୋଟିଏ ଖାଦ୍ୟ ରୋଗରୁ ସମ୍ପୂର୍ଣ୍ଣ ସୁରକ୍ଷା ଦେଇନଥାଏ।

ସୁସ୍ଥ ରହିବା ପାଇଁ ସନ୍ତୁଳିତ ଖାଦ୍ୟ ଓ ନିୟମିତ ବ୍ୟାୟାମ ମଧ୍ୟ ଜରୁରୀ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)