Swara Bhasker: ବିବାହ ପୂର୍ବରୁ ଦୁଇଥର IVF କରାଇଥିଲେ ସ୍ୱରା ଭାସ୍କର: ରିଆଲିଟି ସୋ'ରେ କଲେ ଚାଞ୍ଚଲ୍ୟକର ଖୁଲାସା

Sep 28, 2026 - 20:30
Swara Bhasker: ବିବାହ ପୂର୍ବରୁ ଦୁଇଥର IVF କରାଇଥିଲେ ସ୍ୱରା ଭାସ୍କର: ରିଆଲିଟି ସୋ'ରେ କଲେ ଚାଞ୍ଚଲ୍ୟକର ଖୁଲାସା

"ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ସ୍ୱରା ଭାସ୍କର ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏକ ବଡ଼ ଓ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି।

ବିବାହ ପୂର୍ବରୁ ସେ ସିଙ୍ଗଲ୍ ମଦର (ଏକାକୀ ମା') ହେବା ପାଇଁ ଜଣେ ଅଜ୍ଞାତ ସ୍ପର୍ମ ଡୋନରଙ୍କ ସାହାଯ୍ୟରେ ଦୁଇଥର ଆଇଭିଏଫ୍ (IVF) ପ୍ରକ୍ରିୟା ଆପଣାଇଥିଲେ ବୋଲି ପ୍ରକାଶ କରିଛନ୍ତି।

ଓଟିଟି ପ୍ଲାଟଫର୍ମ ପ୍ରାଇମ୍ ଭିଡିଓ ଏବଂ ଏମଏକ୍ସ ପ୍ଲେୟରରେ ପ୍ରସାରିତ ହେଉଥିବା ରିଆଲିଟି ସୋ' 'ରାଇଜ୍ ଆଣ୍ଡ୍ ଫଲ୍ ୨' ରେ ଭାଗ ନେଇ କଥାବାର୍ତ୍ତା ହେବା ସମୟରେ ସ୍ୱରା ଏହି ସୂଚନା ଦେଇଛନ୍ତି।Advertisment ଆହୁରି ପଢନ୍ତୁ :Whatsapp: ଭୁଲରେ ବି କରନ୍ତୁନାହିଁ ଏହି ୪ଟି କାମ, ବ୍ୟାନ ହୋଇପାରେ ଆପଣଙ୍କ ହ୍ୱାଟ୍ସଆପ୍ ଆକାଉଣ୍ଟ "ଭାବିଥିଲି ବିବାହ ହୋଇପାରିବ ନାହିଁ..."ସୋ'ରେ ସ୍ୱରା କହିଛନ୍ତି, "ମୁଁ ଭାବିଥିଲି ଯେ ମୋର ବୋଧହୁଏ ବିବାହ ହୋଇପାରିବ ନାହିଁ।

ତେଣୁ ମୁଁ ଏକାକୀ ଆଇଭିଏଫ୍ ମାଧ୍ୟମରେ ସନ୍ତାନ ଜନ୍ମ କରିବାକୁ ନିଷ୍ପତ୍ତି ନେଇଥିଲି।

ଏଥିପାଇଁ ମୁଁ ମୋ ବାପା-ମା'ଙ୍କୁ ମଧ୍ୟ ମନାଇ ନେଇଥିଲି।

ଭାରତ ପରି ଦେଶରେ ଏହା ଏକ ବଡ଼ ଚ୍ୟାଲେଞ୍ଜିଂ କାମ ହେବ ବୋଲି ବାପା-ମା' ଚିନ୍ତିତ ଥିଲେ ସତ, କିନ୍ତୁ ମୋ ଖୁସି ପାଇଁ ସେମାନେ ସମ୍ମତି ଦେଇଥିଲେ।" ସେ ଆହୁରି କହିଛନ୍ତି ଯେ, ସେ ପ୍ରକୃତରେ ନିଜର ଏକ ପରିବାର ଚାହୁଁଥିଲେ।

ସେଥିପାଇଁ ଜଣେ ଅଜ୍ଞାତ ସ୍ପର୍ମ ଡୋନରଙ୍କ ସାହାଯ୍ୟରେ ସେ ଦୁଇଥର ଆଇଭିଏଫ ଚେଷ୍ଟା କରିଥିଲେ ମଧ୍ୟ ତାହା ସଫଳ ହୋଇନଥିଲା।

ଆହୁରି ପଢନ୍ତୁ :Modern Education: ବଦଳୁଛି ଶ୍ରେଣୀଗୃହ, ବଢ଼ୁଛି ଶିକ୍ଷକଙ୍କ ଚାପ, ପାଠପଢ଼ା ସହ ଅଭିଭାବକଙ୍କ ଚାପ ଫହାଦଙ୍କ ସହ ଭେଟ ଓ ବିବାହଆଇଭିଏଫ ବିଫଳ ହେବା ପରେ ତାଙ୍କର ସମାଜବାଦୀ ପାର୍ଟି ନେତା ଫହାଦ ଅହମ୍ମଦଙ୍କ ସହ ବନ୍ଧୁତା ହୋଇଥିଲା।

ପାଖାପାଖି ୩ ମାସ ପରସ୍ପରକୁ ଡେଟ୍ କରିବା ପରେ ଦୁହେଁ କୋର୍ଟ ମ୍ୟାରେଜ୍ କରିବାକୁ ନିଷ୍ପତ୍ତି ନେଇଥିଲେ।ସୂଚନାଯୋଗ୍ୟ, ସ୍ୱରା ଭାସ୍କର ୨୦୨୩ ଜାନୁଆରୀ ୬ ରେ ଫହାଦ ଅହମ୍ମଦଙ୍କ ସହ କୋର୍ଟ ମ୍ୟାରେଜ୍ କରିଥିଲେ ଏବଂ ଫେବୃଆରୀ ୧୬ ରେ ଏହାର ଆନୁଷ୍ଠାନିକ ଘୋଷଣା କରିଥିଲେ।

ପରେ ମାର୍ଚ୍ଚ ମାସରେ ଦିଲ୍ଲୀରେ ଏକ ଭବ୍ୟ ରିସେପ୍ସନ୍ ପାର୍ଟିର ଆୟୋଜନ କରାଯାଇଥିଲା।

ବିବାହ ସମୟରେ ହିଁ ସେ ଗର୍ଭବତୀ ଥିବା ଖବର ପାଇଥିଲେ।

ଆହୁରି ପଢନ୍ତୁ :Minor Molestation Case ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଫେରାର୍‌ ଚର୍ଚ୍ଚାରେ 'ରାଇଜ୍ ଆଣ୍ଡ୍ ଫଲ୍ ୨'ସୂଚନାଯୋଗ୍ୟ ଯେ, ଏହି ରିଆଲିଟି ସୋ'କୁ ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହୱାଗ ହୋଷ୍ଟ କରୁଛନ୍ତି।

ଏଥିରେ ସ୍ୱରା ଭାସ୍କରଙ୍କ ବ୍ୟତୀତ ରାଜନୈତିକ ବ୍ୟକ୍ତିତ୍ୱ ଶେହଜାଦ ପୁନାୱାଲା, ମନୀଷ କଶ୍ୟପ ଏବଂ ତେଜ ପ୍ରତାପ ଯାଦବଙ୍କ ପରି ୧୫ ଜଣ ପ୍ରତିଯୋଗୀଭାଗ ନେଇଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)