Emergency Landing: ଇସ୍ରାଏଲ-ଭିଏନା ବିମାନରେ ବୋମା ଆତଙ୍କ: ବୁଲଗେରିଆରେ ଜରୁରୀକାଳୀନ ଅବତରଣ

Oct 19, 2026 - 09:23
Emergency Landing: ଇସ୍ରାଏଲ-ଭିଏନା ବିମାନରେ ବୋମା ଆତଙ୍କ: ବୁଲଗେରିଆରେ ଜରୁରୀକାଳୀନ ଅବତରଣ

"ସୋଫିଆ: ଅଷ୍ଟ୍ରିଆର ରାଜଧାନୀ ଭିଏନା ଯାଉଥିବା ଏକ ଇସ୍ରାଏଲୀ ବିମାନରେ ବୋମା ଥିବା ନେଇ ଗୁଜବ ସୃଷ୍ଟି ହେବା ପରେ ଏହାକୁ ବୁଲଗେରିଆରେ ଜରୁରୀକାଳୀନ ଅବତରଣ କରାଯାଇଛି।

ବୁଲଗେରିଆର ପରିବହନ ଏବଂ ଯୋଗାଯୋଗ ମନ୍ତ୍ରଣାଳୟ କହିଛି ଯେ, ତେଲ ଅଭିଭରୁ ଭିଏନା ଯାଉଥିବା ଏ-୩୨୦ ବିମାନରେ ବୋମାଥିବା ନେଇ ଆତଙ୍କ ଦେଖାଯିବା ପରେ ଏହାର ଗନ୍ତବ୍ୟ ପଥ ବଦଳାଇ ରାଜଧାନୀ ସୋଫିଆରେ ସୁରକ୍ଷିତ ଅବତରଣ କରାଯାଇଥିଲା।Advertisment ବିମାନରେ ଥିବା ଛଅ ଜଣ କ୍ରୁ ସଦସ୍ୟ ଏବଂ ୫୧ ଜଣ ଯାତ୍ରୀଙ୍କୁ ବାହାରକୁ ଆଣାଯାଇଥିଲା।

ପ୍ରାରମ୍ଭିକ ସୁରକ୍ଷା ଯାଞ୍ଚ୍‌ରେ ବିମାନରେ କିଛି ସନ୍ଦେହଜନକ ବସ୍ତୁ ନଥିବା ଜଣାପଡିଥିଲା।

ବୁଲଗେରିଆର ପରିବହନ ଏବଂ ଯୋଗାଯୋଗ ମନ୍ତ୍ରଣାଳୟ ଅନୁଯାୟୀ, ଫ୍ଲାଇଟ୍ ଓଏସ-୮୨ ଭାବରେ କାର୍ଯ୍ୟ କରୁଥିବା ବିମାନକୁ ରୋମାନିଆ ସୀମା ନିକଟରେ ଧମକ ମିଳିବା ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।

ସ୍କାଏ ନ୍ୟୁଜ୍ ଫ୍ଲାଇଟ୍-ଟ୍ରାକିଂ ତଥ୍ୟ ଅନୁସାରେ ଯେ ଅଷ୍ଟ୍ରିଆନ୍ ଏୟାରଲାଇନ୍ସ ବିମାନ ରାତି ୯ଟା ୨୫ରେ ଅବତରଣ କରିଥିଲା।

ବିମାନ ଭିତରେ ଏକ ସନ୍ଦେହଜନକ ବସ୍ତୁ ମନ୍ତ୍ରଣାଳୟ କହିଛି, ଏକ ବୁଲଗେରିଆନ୍ ବାୟୁସେନା ଲଢୁଆ ବିମାନ ଉଡ଼ାଣ କରି ସୋଫିଆ ବିମାନବନ୍ଦରରେ ଅବତରଣ କରିବା ପର୍ଯ୍ୟନ୍ତ ଯାତ୍ରୀବାହୀ ବିମାନକୁ ସୁରକ୍ଷା ଦେଇଥିଲା।

ପରିସ୍ଥିତିର ମୁକାବିଲା ପାଇଁ ଏକ ସଙ୍କଟ ପରିଚାଳନା ମୁଖ୍ୟାଳୟ ସ୍ଥାପନ କରାଯାଇଥିଲା ଏବଂ ସମ୍ପୃକ୍ତ କର୍ତ୍ତୃପକ୍ଷ ବିମାନର ତଦନ୍ତ ଆରମ୍ଭ କରିଥିଲେ।ଯାତ୍ରୀମାନେ ରିପୋର୍ଟ କରିଛନ୍ତି ଯେ, ବିମାନରେ ବୋମା ଥିବା ନେଇ ଏକ ଅଜ୍ଞାତ ସୂଚନା ଯୋଗୁଁ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଥିଲା।

ବିମାନ ଭିତରେ ଏକ ସନ୍ଦେହଜନକ ବସ୍ତୁ ଦେଖାଯିବା ପରେ ସୁରକ୍ଷା ଚିନ୍ତା ବୃଦ୍ଧି ପାଇଥିଲା।

Iran US Conflict: ପୁଣି ଥରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଚାହୁଁଛନ୍ତି କି, ଆଗକୁ ଆସନ୍ତୁ, ମାତ୍ର ସତର୍କତା ସହିତ: ଟ୍ରମ୍ପଙ୍କୁ ଖୋଲା ଚେତାବନୀ ଦେଲା ଇରାନ ଗତ ମାସରେ ଜଣେ ସହ-ପାଇଲଟ୍ ୟୁଏଇରୁ ତେଲ ଅଭିଭ ଯାଉଥିବା ଫ୍ଲାଏଦୁବାଇ ବିମାନକୁ ଦୁର୍ଘଟଣାଗ୍ରସ୍ତ କରିବାକୁ ଚେଷ୍ଟା କରିବା ପରେ ଆନ୍ତର୍ଜାତୀୟସ୍ତରରେ ବିମାନ ସୁରକ୍ଷା ନେଇ ଚିନ୍ତା ବୃଦ୍ଧି ପାଇଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)