Suspicious Death: ପୁଲିସ ସବ ଇନ୍ସପେକ୍ଟରଙ୍କ ସନ୍ଦେହଜନକ ମୃତ୍ୟୁ, ଗୋଟିଏ ମାସରେ ଜିଲ୍ଲାରେ ଦୁଇ ଏସ ଆଇ ମୃତ
ରାୟଗଡ଼ା(ଶିବ ପ୍ରସାଦ ଦୋରା): ରାୟଗଡ଼ା ଜିଲ୍ଲାରେ ପୁଣି ଜଣେ ପୁଲିସ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ ଖବର ସାମ୍ନାକୁ ଆସିଛି I ରାୟଗଡ଼ା ଜିଲ୍ଲା ପୁଟାସିଂ ଥାନାରେ କାର୍ଯରତ ସବ ଇନ୍ସପେକ୍ଟରଙ୍କ ଆଜି ସକାଳେ ମୃତ୍ୟୁ ଘଟିଛି ।
ମୃତ ପୁଲିସ ସବ ଇନ୍ସପେକ୍ଟର ଜଣକ ହେଲେ ବାପୁଜୀ ମଲ୍ଲିକ(୫୮) ।
ତାଙ୍କ ଘର ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ସିଦ୍ଧପୁର ଗ୍ରାମରେ ବୋଲି ଜଣା ପଡିଛି ।
ମୃତ ସବ ଇନ୍ସପେକ୍ଟର ଜଣକ ପୂର୍ବରୁ ଗୁଣପୁର କୋର୍ଟରେ କୋର୍ଟ ସବ୍ ଇନ୍ସପେକ୍ଟର ଭାବେ କାର୍ଯ୍ୟ କରୁଥିବା ବେଳେ କିଛି ମାସ ତଳେ ତାଙ୍କୁ ପୁଟାସିଂ ଥାନାକୁ ବଦଳି ହୋଇଥିଲା ।
Advertisment ପୁଲିସର ସୂଚନା ଅନୁଯାୟୀ, ମୃତ ସବ ଇନ୍ସପେକ୍ଟର ଜଣକ ପ୍ରତ୍ୟେକ ଦିନ ପ୍ରାତଃ ଭ୍ରମଣରୁ ଫେରି ରୋଲ କଲ୍ ରେ ଯୋଗ ଦେଇଥାନ୍ତି ।
କିନ୍ତୁ ଆଜି ସକାଳ ସେ ରୋଲ କଲ୍ ରେ ମଧ୍ୟ ଯୋଗ ଦେଇ ନଥିଲେ ।
ଫଳରେ ଥାନା କର୍ମଚାରୀମାନେ ତାଙ୍କ ସରକାରୀ ବାସଭବନକୁ ଯାଇ ଦେଖିବା ସମୟରେ ଶୋଇଥିବା ଅବସ୍ଥାରେ ଦେଖି ପାଇ ତାଙ୍କୁ ଉଠାଇଥିଲେ , କିନ୍ତୁ ସେ ଉଠି ନଥିଲେ ।
ସଙ୍ଗେ ସଙ୍ଗେ ପୁଟାସିଂ ପୁଲିସ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିବା ବେଳେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।
Crocodile Attack: ନଦୀ ପାର ହୋଇ ଜମିକୁ ଧାନ ଫସଲ ଦେଖିବାକୁ ଯାଉଥିଲେ ମହିଳା, କାମୁଡ଼ିଧରିଲା କୁମ୍ଭୀର ଖବର ପାଇ ଗୁଣପୁର ଏସ ଡି ପି ଓ ବାବୁଲି ନାୟକ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ପୁଟାସିଂ ଥାନା ଅଧିକାରୀ ବିନ୍ଦୁଲତା ନାୟକଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରୁଥିବା ଦେଖିବାକୁ ମିଳିଛି ।
ଘଟଣା ସମ୍ପର୍କରେ ମୃତକଙ୍କ ପରିବାର ବର୍ଗଙ୍କୁ ଖବର ଦିଆଯାଇଛି।
ପରିବାର ବର୍ଗ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ପ୍ରଦାନ କରିଛନ୍ତି ।
ଏସ ଆଇ ଅଶୋକ ପ୍ରଧାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା ଏଠାରେ ସୂଚନାଯୋଗ୍ୟ ଯେ ଚାଳିତ ମାସ ୭ ତାରିଖ ଦିନ.
ଆମ୍ବଦଳା ଥାନାରେ ଜଣେ ଏସ ଆଇ ଅଶୋକ.
ପ୍ରଧାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା I ଦୁଇଟି ମୃତ୍ୟୁ ଘଟଣା ସାମ୍ନାକୁ ଆସିଲା ପରେ ଏହା କାର୍ଯ୍ୟ ଚାପ ନା ଅନ୍ୟ କିଛି କାରଣ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି I
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
