Suspended: କୋମନା ତହସିଲରେ ଜମି ଜାଲିଆତି ଘଟଣା: ତହସିଲଦାର ଓ ସହକାରୀ ରାଜସ୍ବ ନିରୀକ୍ଷକ ନିଲମ୍ବିତ

Aug 26, 2026 - 10:37
Suspended: କୋମନା ତହସିଲରେ ଜମି ଜାଲିଆତି ଘଟଣା: ତହସିଲଦାର ଓ ସହକାରୀ ରାଜସ୍ବ ନିରୀକ୍ଷକ ନିଲମ୍ବିତ

"ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ତହସିଲ ଚାନ୍ଦୋପଲା ଗାଁର ସତ୍ୟନାରାୟଣ ପ୍ରଧାନ ଓ ଭଉଣୀ କୁମୁଦିନୀ ପ୍ରଧାନଙ୍କ ଅଜାଣତରେ ଜମିବିକ୍ରି କରିଥିବା ଅଭିଯୋଗ ସତ୍ୟ ପ୍ରମାଣିତ ହୋଇଛି।

ଏହି ଘଟଣାରେ ରାଜ୍ଯ ସରକାର କୋମନା ତହସିଲଦାର ସର୍ବେଶ୍ବର ଜାଲ୍‌ଙ୍କୁ ନିଲମ୍ବନ କରିଥିବା ବେଳେ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ନେଇ କୋମନା ତହସିଲ ଅଫିସର ସହକାରୀ ରାଜସ୍ବ ନିରୀକ୍ଷକ ରାମନାଥ ମିଶ୍ରଙ୍କୁ ନିଲମ୍ବିତ କରିଛନ୍ତି।Advertisment ଅନୁମତି ବିନା ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ ସୂଚନାଯୋଗ୍ୟ, ତହସିଲର ଖାତା ନଂ.୪୯, ମୌଜା ଚାନ୍ଦୋପଲା କର୍ଡ ହୋଇଥିବା ୪ ରେକର୍ଡ ଏକର ୪୦ ଡିସିମିଲ ଜମି ଠକେ ଠକେଇ ଘଟଣାରେ ନିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ନୂଆପଡ଼ା ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତା ତଦନ୍ତ ଆରମ୍ଭ କରିଥିଲେ ।

ତଦନ୍ତରେ କୋମନା ତହସିଲ ଅଫିସର ସହକାରୀ ରାଜସ୍ବ ନିରୀକ୍ଷକ ରାମନାଥ ମିଶ୍ର ଏଥିରେ ସଂପୃକ୍ତ ରହିଥିବା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରଇତା ଜିଲ୍ଲାପାଳଙ୍କୁ ତଦନ୍ତ ରିପୋର୍ଟ ଦେଇଥିଲେ ।

ଏହା ପରେ ନିୟମ ଅନୁଯାୟୀ ପ୍ରଦାନ କରାଯାଇଥିବା କ୍ଷମତା ବ୍ୟବହାର କରି ନିମ୍ନ ସ୍ବାକ୍ଷରକାରୀ କୋମନା ତହସିଲର ସହକାରୀ ରାଜସ୍ବ ନିରୀକ୍ଷକ ରାମନାଥ ମିଶ୍ରଙ୍କୁ ଚିଠିନଂ ୧୧୦୪୫ରେ ଜିଲ୍ଲାପାଳ ନିଲମ୍ବନ କରିଛନ୍ତି।

ଏହି ଆଦେଶ ବଳବତ୍ତର ଥିବା ସମୟ ମଧ୍ୟରେ ସହକାରୀ ରାଜସ୍ବ ନିରୀକ୍ଷକ ଶ୍ରୀ ମିଶ୍ର ବୋଡ଼େନ ତହସିଲଦାର କାର୍ଯ୍ୟାଳୟରେ ରହିବେ ଅଧିକାରୀଙ୍କ ଅନୁମତି ବିନା ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ ବୋଲି ଉଲ୍ଲେଖ ରହିଛି।

Murder: ମାନସିକ ବିକାରଗ୍ରସ୍ତଙ୍କୁ ପଥରରେ ଛେଚି ନିର୍ମମ ହତ୍ୟା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)