Suspend: ନିୟମ ମାନିଲେନି ରାଜସ୍ୱ ନିରୀକ୍ଷକ; କାର୍ଯ୍ୟାନୁଷ୍ଠାନ ନେଲା ଜିଲ୍ଲା ପ୍ରଶାସନ

Sep 29, 2026 - 15:53
Suspend: ନିୟମ ମାନିଲେନି ରାଜସ୍ୱ ନିରୀକ୍ଷକ; କାର୍ଯ୍ୟାନୁଷ୍ଠାନ ନେଲା ଜିଲ୍ଲା ପ୍ରଶାସନ

"ନବରଙ୍ଗପୁର (ସୁରେଶ ନାଇଡୁ): ବନ୍ୟା ସମୟରେ କାର୍ଯ୍ୟରେ ଅନୁପସ୍ଥିତ ରହିବା ଜଣେ ରାଜସ୍ୱ ନିରୀକ୍ଷକ (ଆରଆଇ)ଙ୍କୁ ମହଙ୍ଗା ପଡ଼ିଛି।

ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ରାଜସ୍ୱ ନିରୀକ୍ଷକ ବିରଞ୍ଚି ନାରାୟଣ ଦାସଙ୍କୁ ଜିଲ୍ଲାପାଳ ନିଲମ୍ବିତ କରିଛନ୍ତି।

ବନ୍ୟା ପରିସ୍ଥିତିରେ ପ୍ରଶାସନ ପକ୍ଷରୁ ଛୁଟି ବାତିଲ କରାଯାଇଥିବା ସତ୍ତ୍ୱେ ସେ କାର୍ଯ୍ୟରେ ଅନୁପସ୍ଥିତ ଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।Advertisment ନବରଙ୍ଗପୁର ଜିଲ୍ଲାରେ ବନ୍ୟା ଓ ଗଭୀର ଅବପାତଜନିତ ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳ ପ୍ରଭାବିତ ହୋଇଥିବା ସମୟରେ ରାଜସ୍ୱ ବିଭାଗର କର୍ମଚାରୀମାନଙ୍କୁ ଜରୁରୀକାଳୀନ ଦାୟିତ୍ୱ ତୁଲାଇବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ରହିଥିଲା।

ଏଥିପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ମଧ୍ୟ ବାତିଲ କରାଯାଇଥିଲା।

Suspend: କେନ୍ଦ୍ରମନ୍ତ୍ରୀଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ; ଲାଞ୍ଚ ଅଭିଯୋଗରେ ଅଧିକାରୀ ନିଲମ୍ବିତ ତେବେ ଏହି ସମୟରେ କୋଡ଼ିଙ୍ଗା ଆରଆଇ ବିରଞ୍ଚି ନାରାୟଣ ଦାସ ନିଜ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିଲେ।

ତେଣୁ ନବରଙ୍ଗପୁର ଜିଲ୍ଲାପାଳ ବିରଞ୍ଚି ନାରାୟଣ ଦାସଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇ ତାଙ୍କୁ ସସ୍‌ପେଣ୍ଡ କରିଛନ୍ତି।

ନିଲମ୍ବନ ଅବଧିରେ ସେ ମୁଖ୍ୟାଳୟ ଛାଡ଼ି ପାରିବେ ନାହିଁ ଏବଂ ନିର୍ଦ୍ଦେଶ ଅନୁସାରେ ମୁଖ୍ୟାଳୟରେ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)