Maa Durga: ଧରାବତରଣ କଲେ ମା’: ସବୁଠି ଦେବୀ ବିଶ୍ବରୂପା
"ଭୁବନେଶ୍ବର: ଶରତର କୋମଳ ପରଶରେ ଧରାବତରଣ କରିଛନ୍ତି ଜଗଜ୍ଜନନୀ ମା" ବିଶ୍ବରୂପା।
ଓଁକାରର ପ୍ରଣବ ଧ୍ବନି, ଚଣ୍ଡୀପାଠ ଓ ବୈଦିକ ମନ୍ତ୍ରର ପବିତ୍ର ଉଚ୍ଚାରଣ ପରିବେଶରେ ଭରିଯାଇଛି ଆଧ୍ୟାତ୍ମିକତା।
ମା"ଙ୍କ ଆହ୍ଲାଦିନୀ ଶକ୍ତିରେ ଆକର୍ଷିତ ହୋଇ ମା"ଙ୍କ ପାଖକୁ ଶ୍ରଦ୍ଧାଳୁମାନେ ଟାଣି ହୋଇଆସୁଛନ୍ତି।
ଆଜି ରାଜଧାନୀର କେତେକ ପୂଜାମଣ୍ଡପରେ ସପ୍ତମୀ ପୂଜା ଚାଲଇଥିବା ବେଳେ ସନ୍ଧ୍ୟାରୁ କେତେକ ପୂଜାମଣ୍ଡପରେ ଅଷ୍ଟମୀ ପୂଜାବିଧି ଆରମ୍ଭ ହୋଇଛି।
ସବୁଠି ଭକ୍ତି ଓ ଉତ୍ସବର ମାହୋଲ।
ସହରରେ ବିଭିନ୍ନ ପୂଜାମଣ୍ଡପର ଆଖିଖୋସା ସାଜସଜ୍ଜା ସାଙ୍ଗକୁ ଆଲୋକର ରଙ୍ଗିନ ଝଲକ ପୂଜା ବଜାରକୁ ଅଧିକ ଜୀବନ୍ତ କରିଛି।
ମା"ଙ୍କ ସହ ପ୍ରତ୍ୟକ୍ଷ ହେବା ପାଇଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମହାସପ୍ତମୀରେ ଭକ୍ତଙ୍କ ଗହଳିଚହଳି ଲାଗି ରହିଥିଲା।
Advertisment Neglect: ନବରଂଗପୁର ଜିଲ୍ଲାର ବିକାଶରେ ଲାଗୁନି ଡିଏମଏଫ ପାଣ୍ଠି ଇତିମଧ୍ୟରେ ଚକ୍ଷୁଦାନ ସହ ମା"ଙ୍କ ସପ୍ତମୀ ପୂଜା ଆଜି ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି।
ମା"ଙ୍କ ଆଶୀର୍ବାଦ ଲଭିବା ପାଇଁ ଆଜି ରାଜଧାନୀର ସବୁ ପୂଜାମଣ୍ଡପରେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଛି।
ବିଶେଷ କରି ସହିଦନଗର, ରସୁଲଗଡ଼, ପଳାଶୁଣୀ, ବରମୁଣ୍ଡା ଖେଳପଡ଼ିଆ, ନୂଆପଲ୍ଲୀ, ଗୋସାଗରେଶ୍ବର ଛକ, ଜନପଥ ଗିରିଦୁର୍ଗା ମନ୍ଦିର, ବଢ଼େଇବାଙ୍କ ଛକ, ବରମୁଣ୍ଡା ଗାଁ, ଡମଣା, ଶିଶୁପାଳଗଡ଼ ଛକ, ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନି, ନୀଳାଦ୍ରିବିହାର, ଡିଷ୍ଟ୍ରିକ୍ଟ ସେଣ୍ଟର୍, ଝାରପଡ଼ାରୁ ଦୁଇଟି ପୂଜାମଣ୍ଡପ, ଲକ୍ଷ୍ମୀସାଗର, ପଟିଆ ଆଦି ସ୍ଥାନରେ ମା"ଙ୍କୁ ଆରାଧନା ଚାଲିଛି।
କୋଲକାତା ଦୁର୍ଗାମଣ୍ଡପ ଦଳାଚକଟା ଅଘଟଣ ପରେ ପୁଲିସ ଓ ପୂଜା କମିଟିଗୁଡ଼ିକ ପକ୍ଷରୁ ସୁରକ୍ଷା ଓ ସତର୍କତାକୁ ବଢ଼ାଇ ଦିଆଯାଇଛି।
ବିଭିନ୍ନ ପୂଜା କମିଟି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଚାଲିଛି।
ମଣ୍ଡପ ଆଗରେ ମୀନାବଜାର, ବିଭିନ୍ନ ଦୋଳି, ମେଲୋଡି, ସାଂସ୍କୃତିକ କାର୍ଯ୍ୟକ୍ରମ, ଭଜନ ଓ ଖାଦ୍ୟ ଷ୍ଟଲ୍ ଭ୍ରମଣକାରୀଙ୍କ ଆକର୍ଷଣରେ ରହିଛି।
ଆକର୍ଷଣୀୟ ତୋରଣ ସାଙ୍ଗକୁ ପୂଜାମଣ୍ଡପଗୁଡ଼ିକ ଝଲମଲ ଦେଖାଯାଉଛି।
ଜନସାଧାରଣଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ପୂରା ସହରକୁ ୪୦ ପ୍ଲାଟୁନ୍ ପୁଲିସ ଜଗି ରହିଥିବା ବେଳେ ପୂଜାମଣ୍ଡପଗୁଡ଼ିକୁକୁ ସିସିଟିଭି ନଜରରେ ରଖାଯାଇଛି।
ବିଶୃଙ୍ଖଳାକାରୀଙ୍କୁ ନିସ୍ତାର ନାହିଁ: ଗୁଜବ, ମିଥ୍ୟା ସୋସିଆଲ୍ ମିଡିଆ ପୋଷ୍ଟିଂ ନ କରିବାକୁ ସତର୍କ କଲେ କେନ୍ଦ୍ରାଞ୍ଚଳ ଆଇଜି ଭୁବନେଶ୍ବର: ଗତକାଲି କୋଲକାତାରେ ଦୁର୍ଗାପୂଜା ମହୋତ୍ସବରେ ଦଳାଚକଟା ଯୋଗୁ ୧୯ଜଣଙ୍କ ମୃତ୍ୟୁ ଘଟିଥିଲା।
ଏଥିରେ ୪୦ଜଣ ଗୁରୁତର ହୋଇଛନ୍ତି।
ଏହାକୁ ନଜରରେ ରଖି ଆଜି ଓଡ଼ିଶା ପୁଲିସ ତତ୍ପରତା ଦେଖାଇଛି।
ଏହି ଧାର୍ମିକ ଉତ୍ସବରେ ଆଇନଶୃଙ୍ଖଳା ଭଙ୍ଗ କିମ୍ବା ଅଶାନ୍ତି ସୃଷ୍ଟି ନ କରିବା, ଗୁଜବ ଓ ମିଥ୍ୟା ସୋସିଆଲ୍ ମିଡିଆ ପୋଷ୍ଟ୍, ବେପରୁଆ ଗାଡ଼ିଚାଳନା ଓ ବିଶୃଙ୍ଖଳିତ ଆଚରଣରୁ ଦୂରେଇ ରହିବାକୁ କେନ୍ଦ୍ରାଞ୍ଚଳ ଆଇଜି ଡ.
ସତ୍ୟଜିତ ନାୟକ ନିବେଦନ କରିଛନ୍ତି।
ଦୁର୍ଗାପୂଜାକୁ ଶାନ୍ତିପୂର୍ଣ୍ଣ ଓ ସୁରକ୍ଷିତ ଭାବେ ସମ୍ପନ୍ନ କରିବା ପାଇଁ କେନ୍ଦ୍ରାଞ୍ଚଳ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
କେନ୍ଦ୍ରାଞ୍ଚଳ ଆଇଜି ଆଜି ସନ୍ଧ୍ୟା ୬ଟାରୁ ୭ଟା ପର୍ଯ୍ୟନ୍ତ କେନ୍ଦ୍ରାଞ୍ଚଳ ଅଧୀନ ସମସ୍ତ ଏସ୍ଏସ୍ପିଙ୍କ ସହ ଭିଡିଓ କନ୍ଫରେନ୍ସିଂରେ ଯୋଗଦେଇ ଦୁର୍ଗାପୂଜା ପାଇଁ ଫୋର୍ସ ମୁତୟନ, ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।
କେନ୍ଦ୍ରାଞ୍ଚଳର ବିଭିନ୍ନ ଜିଲ୍ଲାରେ ୧୨୪୩ଟି ପୂଜାମଣ୍ଡପରେ ଦୁର୍ଗାପୂଜା ଆୟୋଜିତ ହେଉଛି।
ଏହାଛଡ଼ା ବିଭିନ୍ନ ଶକ୍ତିପୀଠରେ ମଧ୍ୟ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି।
ପୂଜା ସମୟରେ ସୁରକ୍ଷା ବ୍ୟବସ୍ଥା ପାଇଁ ୩୬ ପ୍ଲାଟୁନ୍ ଫୋର୍ସ ସହ ଗୃହରକ୍ଷୀମାନଙ୍କୁ ମୁତୟନ କରାଯାଇଛି।
Drinking water: ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ ମାଲାନସୁଗା ଗ୍ରାମବାସୀ, ଚୁଆପାଣି ବଞ୍ଚାଇଛି ଜୀବନ ସେହିଭଳି ପୂଜାମଣ୍ଡପ ଓ ରାବଣପୋଡ଼ି ସ୍ଥଳରେ ଭକ୍ତଙ୍କ ପ୍ରବେଶ ଓ ପ୍ରସ୍ଥାନ ପଥର ସବିଶେଷ ଆକଳନ କରିବାକୁ ଏସ୍ଏସ୍ପିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ପୂଜାମଣ୍ଡପ ଓ ରାବଣପୋଡ଼ି ସ୍ଥଳ ନିକଟରେ ଟ୍ରାଫିକ୍ ଭିଡ଼ ନିୟନ୍ତ୍ରଣ କରିବା ସହିତ ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା କରିବାକୁ ଏସ୍ଏସ୍ପିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ପୂଜାମଣ୍ଡପଗୁଡ଼ିକରେ ସିସିଟିଭି ମାଧ୍ୟମରେ ୨୪ଘଣ୍ଟା ମନିଟରିଂ ପାଇଁ ବ୍ୟବସ୍ଥା କରାଯାଇଛି।
ସେହିପରି ମୀନାବଜାର ଓ ରାମଦୋଳି ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ଆଇଜି ନିର୍ଦ୍ଦେଶ ଦେଇଛନ୍ତି।
ମଦ୍ୟପାନ କରି ଗାଡ଼ି ଚଳାଇବା, ବେପରୁଆ ଡ୍ରାଇଭିଂ, ବିଶୃଙ୍ଖଳିତ ଆଚରଣ ଭଳି କାର୍ଯ୍ୟରୁ ଦୂରେଇ ରହିବାକୁ ଆଇଜି ପରାମର୍ଶ ଦେଇଛନ୍ତି।
ପୂଜାମଣ୍ଡପରେ ଲାଉଡ୍ସ୍ପିକର ଓ ସାଉଣ୍ଡ ସିଷ୍ଟମ୍ ନିର୍ଦ୍ଧାରିତ ନିୟମ ଅନୁଯାୟୀ ବ୍ୟବହାର କରିବାକୁ ପୂଜା କମିଟିମାନଙ୍କୁ କୁହାଯାଇଛି।
ପୂଜା ସମୟରେ ମହିଳା ଓ ଶିଶୁଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଆଇଜି ଗୁରୁତ୍ୱାରୋପ କରିଛନ୍ତି।
କୌଣସି ମେସେଜ୍, ଫଟୋ କିମ୍ବା ଭିଡିଓର ସତ୍ୟତା ଯାଞ୍ଚ ନକରି ତାହାକୁ ସେୟାର ନ କରିବାକୁ ସେ ଲୋକଙ୍କୁ ସତର୍କ କରିଛନ୍ତି।
ସମସ୍ତ ଏସ୍ପିଙ୍କୁ ନିଜ ନିଜ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବା ସହ ଅନ୍ୟ ସରକାରୀ ବିଭାଗ ସହ ସମନ୍ୱୟରେ କାର୍ଯ୍ୟ କରିବାକୁ ଆଇଜି ଡ.
ନାୟକ ନିର୍ଦ୍ଦେଶ ଦେଇଛନ୍ତି।
ଭସାଣି ଶେଷ ହେବା ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥାର ସ୍ଥିତି ଓ ଘଟଣାବଳୀ ସମ୍ପର୍କରେ ପ୍ରତି ଦୁଇ ଘଣ୍ଟାରେ ରିପୋର୍ଟ ଦାଖଲ କରିବାକୁ ସମସ୍ତ ଏସ୍ପିଙ୍କୁ ଆଇଜି ନିର୍ଦ୍ଦେଶ ଦେଇଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
