Raid: ମାଫିଆ ନଜରବନ୍ଦୀ କରୁଥିଲେ: ପିକଅପରେ ଯାଇ ଚଢ଼ାଉ କଲେ ଖଣି ଅଧିକାରୀ
"ସୋର: ପଥର ମାଫିଆମାନେ ମାସିକିଆ ଦରମାରେ କିଛି ଲୋକଙ୍କୁ ନିଯୁକ୍ତି ଦେଇ ପ୍ରତି ଛକରେ ସେମାନଙ୍କୁ ଜଗାଉଛନ୍ତି।
ଅଧିକାରୀମାନଙ୍କ ଗତିବିଧି ଉପରେ ଲକ୍ଷ ରଖିବା ସହିତ ସମସ୍ତ ତଥ୍ୟ ହ୍ଵାଟ୍ସଆପ ଗ୍ରୁପରେ ସେୟାର ହେଉଛି।
ଫଳରେ ଚଢ଼ାଉ ହେବା ପୂର୍ବରୁ ମାଫିଆମାନେ ସତର୍କ ହେଉଛନ୍ତି।
ଏପରି ସ୍ଥଳେ ଗତକାଲି ମାଫିଆମାନଙ୍କ ଠାରୁ ଦୁଇପାଦ ଆଗରେ ରହି ଖଣି ବିଭାଗ ପକ୍ଷରୁ ଗାଡି ବଦଳାଇ ଚଢ଼ାଉ କରାଯାଇଛି।Advertisment ପଥର ଲୁଟ ବନ୍ଦ କରିଥିବା ଜଣାପଡ଼ିଛି ପ୍ରତିଦିନ ଆସୁଥିବା ଗାଡ଼ିରେ ନଆସି ଏକ ପିକଅପ ଭ୍ୟାନରେ ଖଣି ଅଧିକାରୀ ଜଗନ ବେହେରା ଓ କନିଷ୍ଠ ଖଣି ଅଧିକାରୀ ଜଗନ୍ନାଥ ଦାସ ଆସି ଅଚାନକ ବାଗୁଡି ପଥର ଖାଦାନରେ ଚଢ଼ାଉ କରିଥିଲେ।
ଏହି ସମୟରେ ବାଗୁଡି ପଥର ଖାଦାନରୁ ପଥର ବୋଝେଇ କରି ଯାଉଥିବା (ଓଡ଼ି ୦୧ କିୟୁ ୯୩୪୮,ଓଡ଼ି ୦୧ ଏକ୍ସ ୬୨୯୨,ଓଡ଼ି ୦୧ ଏନ ୫୮୭୯ ଓ ଓଡ଼ି ୦୧ ଡବ୍ଲୁ ୫୮୭୯) ନମ୍ବର ବିଶିଷ୍ଟ ଚାରୋଟି ପଥର ବୋଝେଇ ଡ଼ମ୍ଫରକୁ ଜବତ କରି ସୋର ପୁଲିସକୁ ହସ୍ତାନ୍ତର କରିଥିଲେ।
ଚଢ଼ାଉ ହେଉଥିବା ଜାଣିପାରି ମାଫିଆମାନେ ହ୍ଵାଟ୍ସଆପ ଗ୍ରୁପରେ ସକ୍ରିୟ ହୋଇ କିଛି ସମୟ ପାଇଁ ପଥର ଲୁଟ ବନ୍ଦ କରିଥିବା ଜଣାପଡ଼ିଛି।
Maa-Manikeswari: ମା" ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ବିଜୟ ଯାତ୍ରା ସଂପନ୍ନ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
