Suryavanshi: ଦଲୀପ ଟ୍ରଫିରେ ୫୭ ବର୍ଷର ରେକର୍ଡ ଭାଙ୍ଗିଲେ ସୂର୍ଯ୍ୟବଂଶୀ

Aug 31, 2026 - 13:01
Suryavanshi: ଦଲୀପ ଟ୍ରଫିରେ ୫୭ ବର୍ଷର ରେକର୍ଡ ଭାଙ୍ଗିଲେ ସୂର୍ଯ୍ୟବଂଶୀ

"ନୂଆଦିଲ୍ଲୀ: ଦଲୀପ ଟ୍ରଫି ସେମିଫାଇନାଲ୍‌ରେ ପୂର୍ବାଞ୍ଚଳ ପକ୍ଷରୁ ଖେଳି ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଦୀର୍ଘ ୫୭ ବର୍ଷର ରେକର୍ଡ ଭାଙ୍ଗିଦେଇଛନ୍ତି ।

କେନ୍ଦ୍ରାଞ୍ଚଳ ବିପକ୍ଷ ମ୍ୟାଚ୍‌ର ଦ୍ୱିତୀୟ ଦିନରେ ସେ ଅର୍ଦ୍ଧଶତକ ହାସଲ କରିଛନ୍ତି।

ଏହା ସହିତ ଏହି ସମ୍ମାନଜନକ ପ୍ରଥମ ଶ୍ରେଣୀ ପ୍ରତିଯୋଗିତାରେ ଅର୍ଦ୍ଧଶତକ ହାସଲ କରିବାରେ ସେ ସର୍ବକନିଷ୍ଠ ବ୍ୟାଟର ପାଲଟିଛନ୍ତି।

ତେବେ ହର୍ଷ ଦୁବେଙ୍କ ଦ୍ବାରା ୯୨ ରନ୍‌ରେ ଆଉଟ ହୋଇ ସେ ଅଳ୍ପକେ ଶତକରୁ ବଞ୍ଚିତ ହୋଇଛନ୍ତି।Advertisment ବୈଭବଙ୍କ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ଦ୍ୱିତୀୟ ଅର୍ଦ୍ଧଶତକ ମାତ୍ର ୪୨ଟି ବଲ୍‌ରେ ୫୦ ରନ୍‌ ପୂରଣ କରିଥିବା ବୈଭବ ଓପନର୍‌ ଅଭିମନ୍ୟୁ ଈଶ୍ୱରନଙ୍କ ସହ ମିଶି ଦଳର ପ୍ରଥମ ୱିକେଟ୍‌ ଭାଗୀଦାରିକୁ ୧୦୦ ରନ୍‌ରେ ପହଞ୍ଚାଇଥିଲେ।

୧୫ ବର୍ଷ ୧୫୭ ଦିନ ବୟସରେ ଅର୍ଦ୍ଧଶତକ ହାସଲ କରି ବୈଭବ ଦଲୀପ ଟ୍ରଫି ଇତିହାସରେ ସବୁଠାରୁ କମ୍‌ ବୟସରେ ଅର୍ଦ୍ଧଶତକ ହାସଲ କରିଥିବା ଖେଳାଳି ହୋଇଛନ୍ତି।

ସେ ୧୯୬୯ରେ ୧୬ ବର୍ଷ ୨୩ ଦିନ ବୟସରେ ଅର୍ଦ୍ଧଶତକ ହାସଲ କରିଥିବା ଲକ୍ଷ୍ମଣ ସିଂହଙ୍କ ରେକର୍ଡ ଭାଙ୍ଗିଛନ୍ତି।

ବୈଭବଙ୍କ ଏହା ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ଦ୍ୱିତୀୟ ଅର୍ଦ୍ଧଶତକ।

ତାଙ୍କ ପ୍ରଥମ ଅର୍ଦ୍ଧଶତକ ଗତ ରଣଜୀ ଟ୍ରଫି ଋତୁରେ ମେଘାଳୟ ବିପକ୍ଷରେ ଆସିଥିଲା।

ସେହି ଇନିଂସ୍‌ରେ ମାତ୍ର ୩୩ଟି ବଲ୍‌ରେ ଅର୍ଦ୍ଧଶତକ ପୂରଣ କରିଥିଲେ।

ତେବେ ଦଲୀପ ଟ୍ରଫିର ପ୍ରଥମ ରାଉଣ୍ଡରେ ଉତ୍ତରପୂର୍ବାଞ୍ଚଳ ବିପକ୍ଷରେ ବୈଭବ ନିରାଶ କରିଥିଲେ।

ପୂର୍ବାଞ୍ଚଳର ଏକମାତ୍ର ଇନିଂସ୍‌ରେ ସେ ମାତ୍ର ୮ ରନ୍‌ କରି ଆଉଟ୍‌ ହୋଇଥିଲେ।

ଏବେ ସେମିଫାଇନାଲ୍‌ରେ ଦମଦାର ଅର୍ଦ୍ଧଶତକ ସହ ଯୁବ ବ୍ୟାଟର୍‌ ନିଜ ଫର୍ମକୁ ଫେରିଥିବାର ସଙ୍କେତ ଦେଇଛନ୍ତି।

ଏହି ମ୍ୟାଚ୍‌ରେ କେନ୍ଦ୍ରାଞ୍ଚଳ ପ୍ରଥମ ପାଳିରେ ୨୬୬ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା।

ସେପ୍ଟେମ୍ବର ୯ରୁ ତୃତୀୟ ଟେଷ୍ଟ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)