19 AUGUST 2026

Welcome!

Unlock your personalized experience.
Sign Up
block-728

Survey report: ସର୍ଭେ ରିପୋର୍ଟ: ଟ୍ରେନ୍‌ର ସମୟଜ୍ଞାନ ନାହିଁ, ସବୁଠାରୁ ତଳେ ଖୋରଧାରୋଡ୍‌ ଡିଭିଜନ୍‌

Aug 18, 2026 - 04:34
Survey report: ସର୍ଭେ ରିପୋର୍ଟ: ଟ୍ରେନ୍‌ର ସମୟଜ୍ଞାନ ନାହିଁ, ସବୁଠାରୁ ତଳେ ଖୋରଧାରୋଡ୍‌ ଡିଭିଜନ୍‌

ଭୁବନେଶ୍ବର: ବନ୍ଦେ ଭାରତଠାରୁ ଆରମ୍ଭ କରି ନମୋ ଭାରତ ଏକ୍ସପ୍ରେସ୍‌ ଚଳାଉଛି ଭାରତୀୟ ରେଳ। ଭିତ୍ତିଭୂମି ସୁଦୃଢ଼ ସହ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଷ୍ଟେସନଗୁଡ଼ିକର ନବୀକରଣ କରାଉଛି। ହେଲେ ଆଜି ପର୍ଯ୍ୟନ୍ତ ଟ୍ରେନ୍‌ଗୁଡ଼ିକ ସମୟାନୁବର୍ତ୍ତିତା ହୋଇପାରି ନାହିଁ। ଦେଶରେ କେବଳ କୋଟା ଡିଭିଜନ୍‌କୁ ଛାଡ଼ି ଆଉ କୌଣସି ବି ଡିଭିଜନ୍‌ରେ ଟ୍ରେନ୍‌ ଯାତ୍ରୀଙ୍କୁ ଠିକ୍‌ ସମୟରେ ଲକ୍ଷ୍ୟସ୍ଥଳରେ ପହଞ୍ଚାଯାଇପାରି ନାହିଁ। ଚିନ୍ତାର ବିଷୟ ହେଉଛି ଯେ ପୂର୍ବତଟ ‌ରେଳପଥ ଅଧୀନରେ ଥିବା ୩ଟି ଯାକ ଡିଭିଜନ୍‌ର ଅବସ୍ଥା ଅତ୍ୟନ୍ତ ଦୟନୀୟ। ଦେଶରେ ଥିବା ୭୦ଟି ରେଳ ଡିଭିଜନ୍‌ ମଧ୍ୟରୁ ଖୋରଧାରୋଡ୍‌ ସମୟାନୁବର୍ତ୍ତିତାରେ ସବୁଠାରୁ ତଳେ ରହିଛି। 

KIIT: କିଟ୍‌ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରତିଷ୍ଠା ଦିବସ

ସବୁଠାରୁ ତଳେ ଖୋରଧାରୋଡ୍‌ ଡିଭିଜନ୍‌
ରାୟଗଡ଼ା ୬୪, ସମ୍ବଲପୁର ୬୩ରେ

ଯେ‌ତେବେଳେ କି ନୂଆ କରି ଗଠିତ ହୋଇଥିବା ରାୟଗଡ଼ା ଡିଭିଜନ୍‌ ୬୪ତମ ଓ ସମ୍ବଲପୁର ରେଳ ଡିଭିଜନ୍‌ ୬୩ ତମ ସ୍ଥାନରେ ରହିଛି। ଏକଥା ଆମେ କହୁନୁ, ବରଂ ଖୋଦ୍‌ ଭାରତୀୟ ‌ରେଳ ପକ୍ଷରୁ କରାଯାଇଥିବା ସର୍ଭେରେ ଏଭଳି ତଥ୍ୟ ସାମନାକୁ ଆସିଛି। ଗତ କିଛି ଦିନର ଟ୍ରେନ୍‌ ଚଳାଚଳ ଆଧାରରେ ଟ୍ରେନ୍‌ ସମୟାନୁବର୍ତ୍ତିତାକୁ ନେଇ ଅଗଷ୍ଟ ୮ରେ ପ୍ରକାଶିତ ରିପୋର୍ଟରେ ଡିଭିଜନ୍‌ଗୁଡ଼ିକୁ ୩ଟି ଭାଗରେ ବିଭକ୍ତ କରାଯାଇଛି। ୮୫%ରୁ ଅଧିକ ସମୟାନୁବର୍ତ୍ତିତା ଥିବା ଡିଭିଜନ୍‌ଗୁଡ଼ିକୁ ଗ୍ରିନ୍‌ ବର୍ଗରେ ରଖାଯାଇଥିବା ବେଳେ ୭୦ରୁ ୮୫% ସମୟାନୁବର୍ତ୍ତିତା ଥିବା ଡିଭିଜନ୍‌କୁ ଅରେଞ୍ଜ ବର୍ଗ ଓ ୭୦%ରୁ କମ୍‌ ସମୟାନୁବର୍ତ୍ତିତା ଥିବା ଡିଭିଜନ୍‌କୁ ରେଡ୍‌ ବର୍ଗରେ ରଖାଯାଇଛି। କୋଟା ଡିଭିଜନ୍‌ ଶତ ପ୍ରତିଶତ ସମୟାନୁବର୍ତ୍ତିତା ରହିଥିବା ବେଳେ ଗୁଣ୍ଟାକଲ ୯୯.୩୩%, ଅଜମିର୍‌ ୯୯.୧୭%, ସଲେମ୍‌ ୯୯.୧୫%, ରତ୍‌ଲମ୍‌ ୯୮.୬୭% ସମୟାନୁବର୍ତ୍ତିତା ସହ ପ୍ରଥମ ୫ଟି ସ୍ଥାନରେ ରହିଛି। ୩୫ଟି ଡିଭିଜନ୍‌ର ସମୟାନୁବର୍ତ୍ତିତା ହାର ଗ୍ରିନ୍‌ ବର୍ଗରେ ରହିଛି। ଯେ‌ତେବେଳେ କି ୩୦ଟି ଡିଭିଜନ୍‌ କମଳା ଓ ୫ଟି ଡିଭିଜନ୍‌ ରେଡ୍‌ ବର୍ଗରେ ସ୍ଥାନ ପାଇଛନ୍ତି।

ମଧୁକୁଞ୍ଜ ଗୋଲ୍‌ଡ୍‌ ଆଣ୍ଡ ଡାଇମଣ୍ଡସ୍‌ରେ ସ୍ବାଧୀନତା ଦିବସ ସେଲ୍‌

ସର୍ବନିମ୍ନରେ ୪୦.୧୭% ସମୟାନୁବର୍ତ୍ତିତା ସହ ଖୋର୍ଦ୍ଧାରୋଡ୍‌ ଡିଭିଜନ୍‌ ସବୁଠାରୁ ତଳେ ରହିଛି। ଏହା ଉପରକୁ ୪୦.୫୨% ସମୟାନୁବର୍ତ୍ତିତା ସହ ଖଡ଼ଗପୁର ଡିଭିଜନ୍‌, ୪୩.୪୨% ସମୟାନୁବର୍ତ୍ତିତା ସହ ବିଳାସପୁର, ୪୫.୧୬% ସମୟାନୁବର୍ତ୍ତିତା ସହ ମୁମ୍ବାଇ ସିଏସ୍‌ଏମ୍‌ଟି, ୪୭.୩୭% ସମୟାନୁବର୍ତ୍ତିତା ସହ ଚକ୍ରଧରପୁର, ୫୮.୪୨% ସମୟାନୁବର୍ତ୍ତିତା ସହ ବେଙ୍ଗାଲୁରୁ, ୫୯.୪୬% ସମୟାନୁବର୍ତ୍ତିତା ସହ ରାୟଗଡ଼ା, ୬୦.୩୪% ସମୟାନୁବର୍ତ୍ତିତା ସହ ସମ୍ବଲପୁର, ୬୩.୨୧% ସମୟାନୁବର୍ତ୍ତିତା ସହ ବିଶାଖାପାଟଣା ଓ ୬୫.୨୮% ସମୟାନୁବର୍ତ୍ତିତା ସହ ରାୟପୁର ଡିଭିଜନ୍‌ ତଳଆଡ଼ୁ ଯଥାକ୍ରମେ ୭୦ରୁ ୬୧ତମ ସ୍ଥାନ ମଧ୍ୟରେ ରହିଛି। ସର୍ବନିମ୍ନରେ ଥିବା ୧୦ଟି ଡିଭିଜନ୍‌ ମଧ୍ୟରୁ ୫ଟି ଡିଭିଜନ୍‌ ଅଧୀନରେ ଓଡ଼ିଶାର ବିଭିନ୍ନ ଜିଲ୍ଲା ରହିଛି। ଖୋରଧାରୋଡ୍‌, ସମ୍ବଲପୁର, ରାୟଗଡ଼ା ବ୍ୟତୀତ ଖଡ଼ଗପୁର ଓ ଚକ୍ରଧରପୁର ଡିଭିଜନ୍‌ ଅଧୀନରେ ଓଡ଼ିଶାର କେତେକ ଜିଲ୍ଲା ରହିଛି, ଯେଉଁଠାରେ ରେଳ ମନ୍ଥରଗତିରେ ଗଡ଼ୁଛି। ଠିକ୍‌ ସମୟରେ ଯତ୍ରୀଙ୍କୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବାରେ ବିଫଳ ହେଉଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଖୋରଧାରୋଡ୍‌ ଡିଭିଜନ୍‌ରେ ହିଁ ପୂର୍ବତଟ ରେଳପଥର ମୁଖ୍ୟାଳୟ ରହିଛି। ତା’ସତ୍ତ୍ବେ ସମୟାନୁବର୍ତ୍ତିତାରେ ଖୋରଧାରୋଡ୍‌ ସବୁଠାରୁ ତଳେ ରହିବା ଓଡ଼ିଶା ପାଇଁ ରେଲୱେର କେତେ ଦରଦ ତାହା ସ୍ପଷ୍ଟ ଜଣାପଡ଼ୁଛି। କେବଳ ସେତିକି ନୁହେଁ, କିଛି ମାସ ପୂର୍ବରୁ ପୂର୍ବତଟ ରେଳପଥ ଅଧୀନରେ ଥିବା ବିଶାଖାପାଟଣା ଡିଭିଜନ୍‌ ମଧ୍ୟ ତଳ ଆଡ଼ୁ ନବମ ସ୍ଥାନରେ ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media