Surgery: ରୋବଟ୍‌ ହାତରେ ଅସ୍ତ୍ରୋପଚାର

Jul 15, 2026 - 07:20
Surgery: ରୋବଟ୍‌ ହାତରେ ଅସ୍ତ୍ରୋପଚାର

"ପ୍ରଥମ ଥର ଦୁଇଟି ମାନବରୂପୀ ରୋବଟ୍‌ ଏକ ଜୀବନ୍ତ ଘୁଷୁରି ଦେହରେ ସଫଳ ଅସ୍ତ୍ରୋପଚାର କରିଛନ୍ତି।

ଏହି ସଫଳତା ଚିକିତ୍ସା ସେବାର ଭବିଷ୍ୟତକୁ ବୈପ୍ଳବିକ ଢଙ୍ଗରେ ବଦଳାଇଦେବାର ସମ୍ଭାବନା ବହନ କରୁଛି। "ନେଚର୍‌" ପତ୍ରିକାରେ ପ୍ରକାଶିତ ବିବରଣୀ ଅନୁସାରେ ଯୁକ୍ତରାଷ୍ଟ୍ର ଆମେରିକାସ୍ଥିତ ୟୁନିଭର୍ସିଟି ଅଫ୍‌ କାଲିଫର୍ନିଆ ସାନ୍‌ ଡିଏଗୋର ଇଂଜିନିଅର୍‌ ଓ ସର୍ଜନ୍‌ଙ୍କ ଦ୍ବାରା ଏହି ରୋବଟ୍‌ ଅସ୍ତ୍ରୋପଚାର ପ୍ରକ୍ରିୟା ବିକଶିତ କରାଯାଇଛି।Advertisment Trade: ଭାରତ-ବ୍ରିଟେନ ସିଇଟିଏ ଆଜିଠୁ; ମୋଦୀଙ୍କ ଅମଳରେ ଷଷ୍ଠ ଏଫ୍‌ଟିଏ ରୋବଟ୍‌ଗୁଡ଼ିକ ଲାପାରୋସ୍କୋପି ପଦ୍ଧତିରେ ଏକ ଘୁଷୁରି ଦେହରୁ ଗଲ୍‌ବ୍ଲାଡର୍‌ ବାହାର କରିଥିଲେ।

ଏଥିପାଇଁ ଦୁଇଟି ଅସ୍ତ୍ରୋପଚାର କରାଯାଇଥିଲା।

ପ୍ରଥମଟି ଗୋଟିଏ ରୋବଟ୍‌ ସମ୍ପାଦନ କରିଥିବା ବେଳେ ଜଣେ ଡାକ୍ତର ତା"ର ସହାୟତା କରିଥିଲେ।

ଦ୍ବିତୀୟ ଅସ୍ତ୍ରୋପଚାରକୁ କୌଣସି ମାନବ ସହାୟତା ବିନା ଦୁଇଟି ରୋବଟ୍‌ ସଫଳ କରିଥିଲେ।

ଏହି ମାନବରୂପୀ ରୋବଟ୍‌ଗୁଡ଼ିକୁ ଗବେଷକମାନେ "ସର୍ଜି" ନାମ ଦେଇଛନ୍ତି।

ଏହି ରୋବଟମାନେ ଡାକ୍ତରଙ୍କ ଅନୁପସ୍ଥିତିରେ ଡାକ୍ତରୀ ସେବା ଯୋଗାଇପାରିବେ ନା ନାହିଁ ତାହା ଜାଣିବା ପାଇଁ ଏହି ଅଧ୍ୟୟନ କରାଯାଇଥିଲା ବୋଲି ଗବେଷକମାନେ କହିଛନ୍ତି।

ଏବେ ଏହାର ସକାରାତ୍ମକ ଉତ୍ତର ମିଳିଯାଇଛି।

ଭବିଷ୍ୟତରେ "ସର୍ଜି"କୁ ଡାକ୍ତରଖାନା ବାହାରେ ମଧ୍ୟ ଉପଯୋଗ କରାଯାଇପାରିବ ବୋଲି ଆଶା କରାଯାଉଛି।

Judgement: ଟାୱାର ଇନଫୋଟେକ ଚିଟଫଣ୍ଡ ମାମଲା; ଅଭିଯୋଗରୁ ମୁକ୍ତ ହେଲେ ଇନ୍ଦ୍ରଜିତ ଦେ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।