Gundicha temple: କାଠ ମଣ୍ଡପ ଥିଲା ଗୁଣ୍ଡିଚା ମନ୍ଦିର: ଜଗମୋହନ ଗଢ଼ାଇଥିଲେ ବକ୍ସି ବେଣୁ ଭ୍ରମରବର

Jul 15, 2026 - 08:00
Gundicha temple: କାଠ ମଣ୍ଡପ ଥିଲା ଗୁଣ୍ଡିଚା ମନ୍ଦିର: ଜଗମୋହନ ଗଢ଼ାଇଥିଲେ ବକ୍ସି ବେଣୁ ଭ୍ରମରବର

"ପୁରୀ: ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଆବିର୍ଭାବ ହୋଇଥିଲା।

ଏହା ମହାପ୍ରଭୁଙ୍କର ସବୁଠୁ ପ୍ରୀତିପଦ ସ୍ଥାନ ବୋଲି କୁହାଯାଏ।

ଇନ୍ଦ୍ରଦ୍ୟୁମ୍ନ ରାଜା ଗୋଟିଏ ବେଦି ଓ ଛୋଟ ମନ୍ଦିରଟିଏ ନିର୍ମାଣ କରି ଅପୂର୍ଣ୍ଣ ତିନି ବିଗ୍ରହଙ୍କୁ ପୂଜା କରିଥିଲେ।

ଏବେ ଦୃଶ୍ୟମାନ ହେଉଥିବା ଗୁଣ୍ଡିଚା ମନ୍ଦିର ସ୍ଥାନରେ, ରାଜା ଇନ୍ଦ୍ରଦ୍ୟୁମ୍ନ ପ୍ରଥମେ ସେଠାରେ ବେଦି ନିର୍ମାଣ କରି ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଓ ଶ୍ରୀବଳଭଦ୍ରଙ୍କୁ ପୂଜା କରିଥିଲେ।

ସର୍ବପ୍ରଥମେ ଦେବତା ସେଠାରେ ପୂଜା ପାଇଥିବାରୁ ଗୁଣ୍ଡିଚାଘରକୁ ଶ୍ରୀଜଗନ୍ନାଥଙ୍କ ଆବିର୍ଭାବ (ଜନ୍ମ) ସ୍ଥାନ କୁହାଯାଏ।

ଏହାକୁ ଗୁଣ୍ଡିଚାଘର ତଥା ଗୁଣ୍ଡିଚାବାଡ଼ି ବୋଲି ମଧ୍ୟ କୁହାଯାଏ।

Advertisment Plantation: ସମ୍ବାଦ ଓ ଆମ ଓଡ଼ିଶା ପକ୍ଷରୁ  ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସଂପ୍ରତି ଗୁଣ୍ଡିଚା ମନ୍ଦିରକୁ ଭକ୍ତ ଯେଉଁ ରୂପରେ ଦେଖୁଛନ୍ତି, ଅତୀତରେ ସେଭଳି ନଥିଲା।

ଖ୍ରୀଷ୍ଟୀୟ ଦ୍ବାଦଶ ଶତାବ୍ଦୀରେ ଗୁଣ୍ଡିଚାଘର ଥିଲା ଏକ କାଠ ମଣ୍ଡପ ଗୃହ।

ଏ ସମ୍ପର୍କରେ ମାଦଳାପାଞ୍ଜି ରାଜଭୋଗ ଇତିହାସରେ ୩୬ ନମ୍ବର ପୃଷ୍ଠାରେ ବର୍ଣ୍ଣନା ରହିଛି।

ଉଲ୍ଲେଖ ରହିଛି, ରାଜା ବାଙ୍କୀ ମୁହାଣ ପୋତାଇଲେ।

ଛଅ ରଥ ହେଉଥିଲା।

ନଈ ପୋତାଇ ତିନି ରଥ କରାଇଲେ।

ଗୁଣ୍ଡିଚା ଘର ଦେଉଳ କାଠ ମଣ୍ଡପ ହୋଇଥିଲା, ତାହା ପଥର ମଣ୍ଡପ କଲେ।

ଚାରି ପାଖେ ବେଢ଼ା କଲେ।

ଗଙ୍ଗବଂଶର ରାଜା ନରସିଂହ ଦେବ ଦ୍ବିତୀୟଙ୍କ ୧୨୭୮ରୁ ୧୩୦୬ ଖ୍ରୀଷ୍ଟାବ୍ଦ ରାଜତ୍ବ ସମୟରେ ଏହା ପରିବର୍ତ୍ତିତ ହୋଇଥିଲା ବୋଲି ଉଲ୍ଲେଖ ରହିଛି।ଏହାପରେ ମୁକୁନ୍ଦ ଦେବ ୧୫୫୯ରୁ ୧୫୬୮ ମଧ୍ୟରେ ରାଜତ୍ବ ସମୟରେ ସିଂହଦ୍ବାରଠାରୁ ଗୁଣ୍ଡିଚା ଘର ପର୍ଯ୍ୟନ୍ତ ଦୁଇ ଭାରି ଶାସନ ବସାଇଲେ।

ସିଂହଦ୍ବାରଠାରୁ ଗୁଣ୍ଡିଚା ଘର ପର୍ଯ୍ୟନ୍ତ ରଥ ଗଡ଼ିବା ପାଇଁ ଗଏଳମାନ ପୋତି ଆକାଶ ମଣ୍ଡଣା କରିଥିଲେ।

ଗଜପତି ଦ୍ବିତୀୟ ରାମଚନ୍ଦ୍ର ଦେବଙ୍କ ରାଜତ୍ବର ପ୍ରଥମ ତିନି ବର୍ଷ ମଧ୍ୟରେ ଗୁଣ୍ଡିଚା ଘର ଜଗମୋହନ ନିର୍ମିତ ହୋଇଥିଲା।

ବକ୍ସି ବେଣୁ ଭ୍ରମରବର ରାୟ ଗୁଣ୍ଡିଚାଘର ଜଗମୋହନ ଗଢ଼ାଇଥିଲେ।

ମୁକୁନ୍ଦ ଦେବ ଏଥିପାଇଁ ଚାରିଟି ମୁଗୁନି ଖମ୍ବ ମଗାଇ ଆଣିଥିଲେ।

ଏହି ଚାରି ଖମ୍ବ ବସାଇ ଜଗମୋହନ ଗଢ଼ା ଯାଇଥିଲା।

ଦାଶରଥୀ ଦାଶଙ୍କ "ବ୍ରଜ ବିହାର ଗ୍ରନ୍ଥ"ରୁ ଜଣାଯାଏ ଯେ ଭ୍ରମରବର ଗୁଣ୍ଡିଚା ଜଗମୋହନ ନିର୍ମାଣ କରିଥିଲେ।

Trade: ଭାରତ-ବ୍ରିଟେନ ସିଇଟିଏ ଆଜିଠୁ; ମୋଦୀଙ୍କ ଅମଳରେ ଷଷ୍ଠ ଏଫ୍‌ଟିଏ ଗଣେଶଜୀ ନାମକ ମରହଟ୍ଟା ଶାସକ ଗୁଣ୍ଡିଚାଘର ପାଟ ଅଗଣା କରିଥିଲେ।

ତେବେ ଗଜପତି ଶାସନର ଅବସାନ ପରେ ଗୁଣ୍ଡିଚା ମନ୍ଦିର ମରାମତି ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥା ହୋଇଯାଇଥିଲା।

୧୮୪୦ ମସିହାରେ ବାଲେଶ୍ବରର ତତ୍କାଳୀନ ରାଜା ଶ୍ୟାମାନନ୍ଦ ଦେ ୮୦ ହଜାର ଟଙ୍କା ବ୍ୟୟରେ ଗୁଣ୍ଡିଚା ମନ୍ଦିରର ମରାମତି ସମ୍ପାଦନ କରିଥିଲେ।

ବାଲେଶ୍ବର ରାଜ ପରିବାରଙ୍କ ଦ୍ବାରା ପ୍ରକାଶିତ ପୁସ୍ତକରେ ଗୁଣ୍ଡିଚା ମନ୍ଦିର ଇନ୍ଦ୍ରଦ୍ୟୁମ୍ନଙ୍କ କୀର୍ତ୍ତି ବୋଲି ସୂଚାଏ।

ଚୈତନ୍ୟ ଚରିତାମୃତ ଗ୍ରନ୍ଥରୁ ସ୍ପଷ୍ଟ ଭାବେ ଜଣାଯାଏ ଯେ ରଥଯାତ୍ରାର ଅବ୍ୟବହିତ ପୂର୍ବରୁ ଶ୍ରୀଚୈତନ୍ୟ ମହାପ୍ରଭୁ ଗୁଣ୍ଡିଚା ଘରର ଗମ୍ଭୀରା, ଭିତର ଓ ବେଢ଼ା ଅଗଣା, ଜଗମୋହନ ଭୋଗ ମଣ୍ଡପ, ରୋଷଶାଳା ଆଦି ତାଙ୍କ ପାର୍ଷଦଙ୍କ ସହ ମାର୍ଜନା କରୁଥିଲେ।

ତେଣୁ ସେହି ସମୟ ବେଳକୁ ଅର୍ଥାତ‌୍ ୧୫୧୦ରୁ ୧୫୨୭ ଖ୍ରୀଷ୍ଟାବ୍ଦ ମଧ୍ୟରେ ଗୁଣ୍ଡିଚା ଘରର ମନ୍ଦିର, ସିଂହାସନ ଆଦି ପ୍ରସ୍ତର ନିର୍ମିତ ହୋଇସାରିଥିଲା।

ଏହି ସମୟରେ ପ୍ରତାପ ରୁଦ୍ର ଦେବଙ୍କ ରାଜତ୍ବ ଚାଲିଥିଲା।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।