Khadi Prasad: ଶ୍ରୀନଅରକୁ ଖଡ଼ିପ୍ରସାଦ ବିଜେ

Jul 15, 2026 - 08:58
Khadi Prasad: ଶ୍ରୀନଅରକୁ ଖଡ଼ିପ୍ରସାଦ ବିଜେ

"ପୁରୀ: ଶ୍ରୀନଅରକୁ ଖଡ଼ି ପ୍ରସାଦ ବିଜେ ହୋଇଛି।

ଦତ୍ତ ମହାପାତ୍ର ସେବକ ଶ୍ରୀମନ୍ଦିରକୁ ଖଡ଼ିପ୍ରସାଦ ବିଜେ କରାଇଥିଲେ।

ପତି ମହାପାତ୍ର ସଂସ୍କାର କରିବା ପରେ ଏହା ମହାପ୍ରଭୁଙ୍କୁ ଲାଗି ହୋଇଛି।

ଆଜି ଦତ୍ତ ମହାପାତ୍ର ସେବକ ଓ ଦଇତାପତି ସେବକ ଶ୍ରୀନଅରକୁ ଖଡ଼ି ପ୍ରସାଦ ବିଜେ କରାଇଛନ୍ତି।

ରୁପା ଥାଳିରେ ମହାପ୍ରଭୁଙ୍କ ଲାଗି ଫୁଲ, ତୁଳସୀ ଚୂଳ ଦଇତାପତିମାନେ ଧରି ଶ୍ରୀନଅରକୁ ଆସିଥିବା ବେଳେ ୩ ରୁପା ପିଙ୍ଗଣରେ ଖଡ଼ି ପ୍ରସାଦକୁ ସେବକମାନେ ରାଜ ନଅରକୁ ବିଜେ କରାଇଥିଲେ।

ଏହି ଖଡ଼ି ପ୍ରସାଦକୁ ଗଜପତିଙ୍କ ଗାଦିରେ ରଖାଯାଇଥିଲା।

Advertisment Plantation: ସମ୍ବାଦ ଓ ଆମ ଓଡ଼ିଶା ପକ୍ଷରୁ  ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଶ୍ରୀନଅରରେ ଖଡ଼ିପ୍ରସାଦ ବିଜେ ନୀତି ସମ୍ପନ୍ନ ହେବା ପରେ ରାଜଗୁରୁ ଦେବୀପ୍ରସାଦ ରାଜଗୁରୁଙ୍କ ହାତରୁ ଶାଢ଼ି ନେଇ ପାଟ୍ଟଶାଣି ସେବକ ତଳୁଚ୍ଛ, ଦେଉଳକରଣ, ବେହେରା ଖୁଣ୍ଟିଆ, ପତିମହାପାତ୍ର ଓ ତିନିବାଡ଼ର ଦଇତାପତିଙ୍କୁ ବାନ୍ଧିଥିଲେ।

ଏଥିସହ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ସମ୍ପନ୍ନ ହୋଇଛି।

ଏହି ନୀତିରେ ଦାରୁବିଗ୍ରହଙ୍କ ଶ୍ରୀମୁଖ ଶୃଙ୍ଗାର କରାଯାଇଥିଲା।

ଅପରାହ୍ଣ ୨ଟା ୪୫ରେ ଦତ୍ତମହାପାତ୍ର ସେବକମାନେ ବନକଲାଗି ସାରି ବାହାରିଥିଲେ।

ଏ ସମ୍ପର୍କରେ ଦତ୍ତମହାପାତ୍ର ସେବକ କୁହନ୍ତି, ବନକଲାଗିରେ ସ୍ୱତନ୍ତ୍ର ଭାବେ କସ୍ତୁରୀ ଲାଗି ହୁଏ।

କସ୍ତୁରୀ ଦେବତାମାନଙ୍କର ଅତି ପ୍ରିୟ।

ଏହାର ବହୁତ ଔଷଧୀୟ ଗୁଣ ରହିଛି।

ଏତଦ୍‌ଭିନ୍ନ କସ୍ତୁରୀରେ ଯେଉଁ ଉପାଦାନ ରହିଛି ତାହା ଶ୍ରୀଅଙ୍ଗକୁ ସୁରକ୍ଷା ଦେଇଥାଏ।

Rath Yatra: ମହାପ୍ରଭୁଙ୍କ ନବଯୌବନ ଦର୍ଶନ ସହ ନେତ ଉତ୍ସବ ଅନୁଷ୍ଠିତ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।