12 SEPTEMBER 2026

Welcome!

Unlock your personalized experience.
Sign Up

Supreme Court: ଆଜି ସୁପ୍ରିମ୍‌କୋର୍ଟରେ ଡିଜିପି ନିଯୁକ୍ତିି ଶୁଣାଣି: ବାଟ ଫିଟିବ ନା ଲମ୍ବା ଆଇନଗତ ଲଢ଼େଇ ଚାଲିବ?

Sep 02, 2026 - 07:45
Supreme Court: ଆଜି ସୁପ୍ରିମ୍‌କୋର୍ଟରେ ଡିଜିପି ନିଯୁକ୍ତିି ଶୁଣାଣି: ବାଟ ଫିଟିବ ନା ଲମ୍ବା ଆଇନଗତ ଲଢ଼େଇ ଚାଲିବ?

ଭୁବନେଶ୍ବର: ଓଡ଼ିଶାର ନୂଆ ଡିଜିପି ଚୟନ ପ୍ରକ୍ରିୟା ଉପରେ ସୁପ୍ରିମ୍‌କୋର୍ଟରେ ଶୁଣାଣି ହେବ। ପରବର୍ତ୍ତୀ ଡିଜିପି ଚୟନ ପାଇଁ ବାଟ ଫିଟିବ ନା ଆଇନଗତ ଲଢ଼େଇ ଲମ୍ବା ହେବ, ତାହା ସ୍ପଷ୍ଟ ହେବ। ଅନ୍ୟପକ୍ଷରେ ଶୁଣାଣିର ଦିନକ ଆଗରୁ ଡିଜିପି ଚୟନ ପ୍ରକ୍ରିୟାର ଆଉ ଏକ ରୋଚକ ଦିଗ ସାମନାକୁ ଆସିଛି। ଓଡ଼ିଶାର ପୁଲିସ ସବ୍‌ଇନ୍‌ସ୍ପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ତଦନ୍ତ ସ୍ଥିତି ବାବଦରେ ରାଜ୍ୟ ଗୃହ ବିଭାଗ ଓ ସିବିଆଇ ମଧ୍ୟରେ ପତ୍ରାଳାପ ଭାଇରାଲ୍‌ ହୋଇଛି। ଗତ ବର୍ଷ ଅକ୍ଟୋବରରେ ଏହି ମାମଲାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର ହୋଇଛି।

Supreme Court: ଭୋଟ୍‌ ଗଣତିରେ ‘ଟୋଟାଲାଇଜର’ ବ୍ୟବସ୍ଥା ଯାଞ୍ଚ କରୁ କେନ୍ଦ୍ର: ସୁପ୍ରିମ୍‌କୋର୍ଟ

ବାଟ ଫିଟିବ ନା ଲମ୍ବା ଆଇନଗତ ଲଢ଼େଇ ଚାଲିବ?
ସୁଶାନ୍ତ ନାଥଙ୍କ ସମ୍ପର୍କରେ ସରକାର-ସିବିଆଇ ପତ୍ରାଳାପକୁ ନେଇ ଚର୍ଚ୍ଚା ବଢ଼ିଲା

ପାଖାପାଖି ଏକ ବର୍ଷ ଭିତରେ ସିବିଆଇର ତଦନ୍ତ କେତେ ବାଟ ଆଗେଇଛି, ତାହାର ସୁରାକ କେହି ପାଉ ନାହାନ୍ତି। ଅଗଷ୍ଟ ୩ ତାରିଖରେ ରାଜ୍ୟ ଗୃହ ବିଭାଗ ସିବିଆଇକୁ ଚିଠି ଲେଖି ଏହି ମାମଲାର ତଦନ୍ତର ସ୍ଥିତି ସମ୍ପର୍କରେ ଜାଣିବାକୁ ଚାହିଛି। ଆଇପିଏସ୍‌ ସୁଶାନ୍ତ ନାଥ ତଦନ୍ତ ପରିସରରେ ଅଛନ୍ତି କି ନାହିଁ, ତାହା ଜଣାଇବାକୁ କୁହାଯାଇଛି। ରାଜ୍ୟ ସରକାରଙ୍କ ଚିଠି ପାଇବାର ଗୋଟିଏ ଦିନ ପରେ ଅର୍ଥାତ୍‌ ୪ ତାରିଖରେ ସିବିଆଇ ଉତ୍ତର ପଠାଇଛି। ଏଥିରେ ଦର୍ଶାଯାଇଛି ଯେ ପରୀକ୍ଷା ଦାୟିତ୍ବ ନେଇଥିବା ସଂସ୍ଥା ଆଇଟିଆଇ ଲିମିଟେଡ୍‌କୁ ଜେରା କରାଯିବ। ପରେ ସୁଶାନ୍ତ ନାଥଙ୍କୁ ଜେରା କରିବାର ଆବଶ୍ୟକତା ପଡ଼ିପାରେ।

Supreme Court: ଏସିଡ୍‌ର ଖୁଚୁରା ବିକ୍ରି ଉପରେ କେନ୍ଦ୍ରର ମତ ଲୋଡ଼ିଲେ ସୁପ୍ରିମ୍‌କୋର୍ଟ

ଏହି ଚିଠି ପାଇଲା ପରେ ରାଜ୍ୟ ସରକାର ୟୁପିଏସ୍‌ସିକୁ ପଠାଇଥିବା ତିନି ଆଇପିଏସ୍‌ ଅଧିକାରୀଙ୍କ ମଧ୍ୟରୁ ସୁଶାନ୍ତ ନାଥଙ୍କ ନାମ ବାଦ୍ ଦେବାକୁ କୁହାଗଲା। ତାଙ୍କର ଭିଜିଲାନ୍ସ କ୍ଲିୟରାନ୍ସ ନାହିଁ ବୋଲି କୁହାଗଲା। ୟୁପିଏସ୍‌ସି ବୈଠକରେ ସରକାର ଏ ସମ୍ପର୍କରେ ଜଣାଇବା ପରେ ହିଁ ବିବାଦ ବଢ଼ିଲା। ତାହା ପରେ ମାମଲା ସୁପ୍ରିମକୋର୍ଟ ଗଲା। ରାଜ୍ୟ ସରକାର-ସିବିଆଇର ଏହି ପତ୍ରାଳାପ ମାସକ ତଳେ ହୋଇଛି। କିନ୍ତୁ ସୁପ୍ରିମକୋର୍ଟରେ ଶୁଣାଣିର ଠିକ୍ ଗୋଟିଏ ଦିନ ଆଗରୁ ଏହା ଭାଇରାଲ୍‌ ହେବା ରହସ୍ୟଜନକ ହୋଇପଡ଼ିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)