Supreme Court: ରଣବୀରଙ୍କ ‘ରାମାୟଣ’ ବିରୋଧୀ ଆବେଦନର ଜରୁରୀ ଶୁଣାଣିକୁ ମନା କଲେ ସୁପ୍ରିମକୋର୍ଟ

Nov 27, 2026 - 13:26
Supreme Court: ରଣବୀରଙ୍କ ‘ରାମାୟଣ’ ବିରୋଧୀ ଆବେଦନର ଜରୁରୀ ଶୁଣାଣିକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ରଣବୀର କପୁରଙ୍କ ଅଭିନୀତ ଚଳଚ୍ଚିତ୍ର ' ରାମାୟଣ : ରାଇଜ୍ ଅଫ୍ ଏ ଲିଜେଣ୍ଡ୍' ବିରୋଧରେ ଦାଖଲ ଆବେଦନର ଜରୁରୀ ଶୁଣାଣି କରିବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ ।

ଚଳଚ୍ଚିତ୍ରରେ ରାମାୟଣର କାହାଣୀ ଓ ତଥ୍ୟକୁ ବିକୃତ କରାଯାଇଥିବା ଅଭିଯୋଗ କରି ଏହି ଆବେଦନ ହୋଇଥିଲା।

Advertisment ଶୁକ୍ରବାର ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଓ ଭି.

ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଜରୁରୀ ଶୁଣାଣି ପାଇଁ ମନା କରିଥିଲେ।

ଚଳଚ୍ଚିତ୍ରଟି ଇତିମଧ୍ୟରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିସାରିଛି ଓ ଯେଉଁମାନେ ଦେଖିବାକୁ ଚାହୁଁଥିଲେ, ସେମାନେ ଦେଖିସାରିଛନ୍ତି ବୋଲି ପ୍ରଧାନ ବିଚାରପତି କହିଛନ୍ତି।

ନିୟମ ଅନୁସାରେ ଶୁଣାଣି ପାଇଁ ତାଲିକାଭୁକ୍ତ ହେବ ଆବେଦନକାରୀଙ୍କ ଓକିଲ କହିଛନ୍ତି ଯେ, ଚଳଚ୍ଚିତ୍ରରେ ରାମାୟଣ ସମ୍ପର୍କିତ ଅନେକ ତଥ୍ୟକୁ ଭୁଲ୍ ଭାବେ ଦର୍ଶାଯାଇଛି।

ଏହାର ଉତ୍ତରରେ ବିଚାରପତି ବାଗଚୀ କହିଛନ୍ତି, ନିର୍ମାତାମାନେ ନିଜ ବୁଝାମଣା ଅନୁସାରେ ଚଳଚ୍ଚିତ୍ର ତିଆରି କରିଛନ୍ତି।

ଯଦି ଆବେଦନକାରୀଙ୍କର ଭିନ୍ନ ମତ ରହିଛି, ତେବେ ସେ ମଧ୍ୟ ନିଜ ମତ ଆଧାରରେ ଚଳଚ୍ଚିତ୍ର ତିଆରି କରିପାରିବେ।

ଏଥିପାଇଁ ଅଦାଲତଙ୍କ ସମୟ ନଷ୍ଟ କରିବା ଉଚିତ ନୁହେଁ।

ଆବେଦନକାରୀଙ୍କ ଓକିଲ ଶୀଘ୍ର ଶୁଣାଣି ପାଇଁ ଅନୁରୋଧ କରିଥିଲେ।

ତେବେ ଖଣ୍ଡପୀଠ କହିଥିଲେ ଯେ, ମାମଲାଟି ନିୟମ ଅନୁସାରେ ଶୁଣାଣି ପାଇଁ ତାଲିକାଭୁକ୍ତ ହେବ।

ନିତେଶ ତିୱାରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ରଣବୀର କପୁର ରାମ, ସାଇ ପଲ୍ଲବୀ ସୀତା ଓ ୟଶ ରାବଣ ଭୂମିକାରେ ଅଭିନୟ କରିଛନ୍ତି।

ଚଳଚ୍ଚିତ୍ରଟି ନଭେମ୍ବର ୫, ୨୦୨୬ରେ ମୁକ୍ତିଲାଭ କରିଥିଲା।

Judgement: ହାଇକୋର୍ଟରେ ହାଜର ହେବେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ ଅଧିକାରୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)