Sundargarh: ମାଡ଼ି ଆସିଲା ପାଣି: ନଦୀ ମଝି ଟାପୁରେ ୭ ଘଣ୍ଟା ଫସିଥିଲେ ଯୁବକ, ଅଗ୍ନିଶମ ବାହିନୀ କଲେ ଉଦ୍ଧାର
"ସୁନ୍ଦରଗଡ଼: ଅଚାନକ ମାଡ଼ି ଆସିଲା ବଢ଼ିପାଣି।
ମାଛ ଧରିବାକୁ ନଦୀ ଭିତରେ ପଶିଥିବା ଯୁବକ ଫସିଗଲେ।
କୌଣସି ମତେ ନଦୀ ମଝିରେ ଥିବା ବୁଦୁବୁଦୁକିଆ ଟାପୁ ଗଛରେ ଚଢ଼ି ଉଦ୍ଧାର ପାଇଁ ଚିତ୍କାର କରିଥିଲେ।
ପ୍ରାୟ ୭ ଘଣ୍ଟା ଗଛରେ ଆସନ୍ନ ମରଣ ସହ ଯୁଝି ଚାଲିଥିଲେ।
ଶେଷକୁ ଅଗ୍ନିଶମ ବାହିନୀର ୨ ଘଣ୍ଟାର କସରତ ପରେ ସେ ସୁରକ୍ଷିତ ଉଦ୍ଧାର ହୋଇଥିଲେ।
Advertisment ଘଟଣାଟି ଘଟିଥିଲା ତଳସରା ଥାନା ସବଡେଗା ମଝାପଡ଼ା ରଣପୁର ବଣ୍ଡା ନଦୀରେ।
ମୃତ୍ଯୁମୁଖରୁ ଉଦ୍ଧାର ହୋଇଥିବା ଯୁବକ ଜଣକ ହେଲେ ରଣପୁର ଗାଁର ଆଶିଷ ଡୁଙ୍ଗଡୁଙ୍ଗ (୨୬)।
ସେ ସକାଳ ୫ଟାରେ ମାଛ ଧରିବାକୁ ବଣ୍ଡାନଦୀକୁ ଯାଇଥିଲେ।
ବର୍ଷା ସତ୍ତ୍ବେ ନଦୀରେ ପାଣି କମ୍ ଥିଲା।
କିନ୍ତୁ ସେ ନଦୀ ଭିତରେ ପଶିଥିବାବେଳେ ହଠାତ ଉପର ମୁଣ୍ଡରୁ ବଢ଼ିପାଣି ହଠାତ ମାଡ଼ି ଆସିଥିଲା ।
ଆହୁରି ପଢନ୍ତୁ: AI Minister: କନିଷ୍କ ନାରାୟଣ ବ୍ରିଟେନର ପ୍ରଥମ ଏଆଇ ମନ୍ତ୍ରୀ ସେ ପ୍ରାଣ ବିକଳରେ କୌଣସି ମତେ ନଦୀ ମଝିରେ ଥିବା ଛୋଟ ଟାପୁକୁ ଉଠିଯାଇ ଛୋଟ ଗଛ ଉପରେ ଚଢ଼ି ଯାଇ ଚିତ୍କାର କରିଥିଲେ।
ଗାଁ ଲୋକେ ଜାଣିବା ପରେ ନଦୀକୂଳକୁ ଧାଇଁଥିଲେ।
କିନ୍ତୁ ନଦୀରେ ପ୍ରଖର ସ୍ରୋତ ଥିବାରୁ କେହି ସାହସ କରି ନଥିଲେ।
ଯୁବକ ସେମିତି ଫସି ରହିଥିଲେ।
ଶେଷକୁ ଅଗ୍ନିଶମ ବାହିନୀକୁ ସୂଚନା ଦିଆ ଯାଇଥିଲା।
ଖବର ପାଇବା କ୍ଷଣି ସବଡେଗା ଅଗ୍ନିଶମ ବାହିନୀ ଭାରପ୍ରାପ୍ତ ଅଧିକାରୀ ଡିଚେନ୍ଦ୍ର ଦଣ୍ଡସେନା, ସୁମନ୍ତ ବାଘ, ସଂଜିତ ବାଘ, ସୋମରା କୁଜୁର ପ୍ରମୁଖ ପହଞ୍ଚି ଦଉଡ଼ି ସାହାଯ୍ଯରେ ଉଦ୍ଧାର କରିଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।