Sundargarh: ଖାଲରେ ପଡ଼ିଲା ଛୁଆ, ଜଗିଛି ମା ହାତୀ

Aug 13, 2026 - 10:00
Sundargarh: ଖାଲରେ ପଡ଼ିଲା ଛୁଆ, ଜଗିଛି ମା ହାତୀ

"ସୁନ୍ଦରଗଡ଼: ସୁନ୍ଦରଗଡ଼ ବନଖଣ୍ଡ ସବଡେଗା ଵ୍ଳକ ହମିରପୁର ପଞ୍ଚାୟତ ଗୋପପୁର ଗ୍ରାମ ପାଖରେ ଥିବା ଜଙ୍ଗଲରେ ଏକ ଖାଲରେ ଏକ  ଛୁଆ ହାତୀ ପଡ଼ି ଯାଇଥିଵା ସୂଚନା ମିଳିଛି ।

ପାଖରେ ମା ହାତୀ ଜଗି ଛୁଆକୁ ଖାଲରୁ ବାହାର କରିବାକୁ ଚେଷ୍ଟା ଚଳାଇଛି।

ବନବିଭାଗ ଓ ସ୍ଥାନୀୟ ଲୋକ ପହଞ୍ଚିଥିଲେ ମଧ୍ଯ ମା ହାତୀ ପାଖରେ ପୂରାଇ ଦେଉ ନଥିବାରୁ ଛୁଆ ହାତୀକୁ ଉଦ୍ଧାର କରିବା ସମ୍ଭବ ହୋଇ ନାହିଁ।

ସମ୍ଭବତଃ ମହାବୀର ପାହାଡ଼ ଅଞ୍ଚଳରୁ ଘଉଡ଼ାଇ ଦେଉଥିବା ହାତୀପଲ ଏଠାକୁ ଆସିଥିବା ଓ ଛୁଆ ହାତୀ ଖାଲରେ ପଡ଼ି ଯାଇଥିବା ବନବିଭାଗ ଅନୁମାନ କରିଛି।Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media