Marriage Scam: ଆମେରିକାରେ ଗ୍ରୀନ୍ କାର୍ଡ ପାଇବା ପାଇଁ ମିଥ୍ୟା ବିବାହ: କୋଟି କୋଟି ଟଙ୍କା ହଡପ ହୋଇଥିବା ଅଭିଯୋଗ
"ୱାସିଂଟନ: ଆମେରିକାରେ ବହୁ ସଂଖ୍ୟକ ଲୋକ ସ୍ଥାୟୀ ବାସସ୍ଥାନ ପାଇଁ ଗ୍ରୀନ୍ କାର୍ଡ ପାଇବାକୁ ଚାହିଁଥାନ୍ତି।
ସେମାନେ ଏହାକୁ ହାସଲ କରିବା ପାଇଁ ଚେଷ୍ଟା କରିଥାନ୍ତି।
ଏବେ, ଏକ ମାମଲା ସାମ୍ନାକୁ ଆସିଛି।
ଗ୍ରୀନ୍ କାର୍ଡ ପାଇବା ପାଇଁ ଆମେରିକୀୟମାନଙ୍କ ସହିତ ମିଥ୍ୟା ବିବାହ କରି ଶହ ଶହ ଚୀନ୍ ନାଗରିକଙ୍କଠାରୁ କୋଟି କୋଟି ଡଲାର ହଡପ କରାଯାଇଛି।Advertisment ୧୦ ବିଲିୟନ ଡଲାରୁ ଅଧିକ ରୋଜଗାର କୋର୍ଟରେ ଦାଖଲ ହୋଇଥିବା ଦଲିଲ ଅନୁଯାୟୀ, ନ୍ୟୁୟର୍କରୁ ପରିଚାଳିତ ଏହି ଯୋଜନାରେ ଆମେରିକୀୟ ନାଗରିକମାନଙ୍କୁ ଆଇନଗତ ସ୍ଥାୟୀ ବାସିନ୍ଦା ମାନ୍ୟତା ପାଇବା ପାଇଁ ପ୍ରବାସୀମାନଙ୍କ ସହିତ ନକଲି ବିବାହ କରିବା କରାଯାଇଛି।
ମିଥ୍ୟା ବିବାହ କରୁଥିବା ଆମେରିକା ନାଗରିକଙ୍କୁ ଏଥିପାଇଁ ୩୦ ହଜାର ଡଲାର ପର୍ଯ୍ୟନ୍ତ ଦିଆଯାଉଥିଲା।
ଅଧିକାରୀମାନେ କହିଛନ୍ତି ଯେ, ପ୍ରତି ଗ୍ରୀନ୍ କାର୍ଡ ପାଇଁ ଏକ ଲକ୍ଷ ଡଲାର ପର୍ଯ୍ୟନ୍ତ ଆଦାୟ କରାଯାଉଥିଲା।
ପ୍ରାୟ ୧୦ ବର୍ଷ ଧରି ଚାଲିଥିବା ଏହି ଦୁର୍ନୀତିରେ ଦଲାଲମାନେ ୧୦ ବିଲିୟନ ଡଲାରୁ ଅଧିକ ରୋଜଗାର କରିଥିଲେ।
ଏଭଳି ହଜାରରୁ ଅଧିକ ମିଥ୍ୟା ବିବାହ କରାଯାଇଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି।
UN Staff: ଜାତିସଂଘର ଦୁଇ ସଦସ୍ୟଙ୍କୁ ଅଟକ ରଖିଛନ୍ତି ତାଲିବାନ ସରକାର: ଶୀଘ୍ର ମୁକ୍ତ କରିବାକୁ ଦାବି ଏହି ଠକେଇକୁ ଆମେରିକା ଇତିହାସର ସବୁଠାରୁ ବଡ଼ ବିବାହ ଠକେଇ ମାମଲା ମଧ୍ୟରୁ ଗୋଟିଏ ବୋଲି ଆଟର୍ଣ୍ଣି ଜେନେରାଲ ଟଡ୍ ବ୍ଲାଞ୍ଚ୍ ସାମ୍ବାଦିକମାନଙ୍କୁ କହିଛନ୍ତି।
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ବେଆଇନ ପ୍ରବାସୀଙ୍କ ଉପରେ କଟକଣା ଲଗାଇବା ଯୋଗୁଁ ଏଭଳି ବିବାହ ଅଧିକ ହେଉଥିବା ଅଭିଯୋଗ ହୋଇଛି।ବିବାହ ଯେପରି ପ୍ରକୃତ ଦେଖାଯିବ ସେଥିପାଇଁ ରେଷ୍ଟୁରାଣ୍ଟ ଭଳି ସ୍ଥାନରେ ପାରିବାରିକ ଫଟୋ ମଧ୍ୟ ଉଠାଯାଉଥିଲା।
ନ୍ୟୁୟର୍କରେ ଦାଖଲ ହୋଇଥିବା ଚାର୍ଜସିଟରେ ୧୧ ଜଣ ଅଭିଯୁକ୍ତଙ୍କ ନାମ ରହିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
