Subodh's dialogue: ସୁବୋଧଙ୍କ ସଂଳାପ: ଜଣେ ନିର୍ଦ୍ଦେଶକ, ଗୋଟିଏ ସିନେମା

Sep 05, 2026 - 06:20
Subodh's dialogue: ସୁବୋଧଙ୍କ ସଂଳାପ: ଜଣେ ନିର୍ଦ୍ଦେଶକ, ଗୋଟିଏ ସିନେମା

"ଓଲିଉଡ୍‌ର ଜଣେ ସଫଳ ତଥା ଚର୍ଚ୍ଚିତ ସଂଳାପକାର ଥିଲେ ଡାକ୍ତର ସୁବୋଧ ପଟ୍ଟନାୟକ।

୧୯୮୪ରେ ମୁକ୍ତିଲାଭ କରିଥିବା ମହମ୍ମଦ ମହସୀନ୍‌ଙ୍କ ନିର୍ଦ୍ଦେଶିତ ବ୍ଲକ୍‌ବଷ୍ଟର ଛବି "ଦଣ୍ଡାବାଳୁଙ୍ଗା"ରୁ ସେ ସଂଳାପ ରଚନା ଆରମ୍ଭ କରିଥିଲେ।

ତେବେ ମହସୀନ୍‌ଙ୍କ ସମେତ କେତେକ ନିର୍ଦ୍ଦେଶକଙ୍କ ସହ ଏକାଧିକ ସିନେମାରେ କାମ କରିଥିବା ଏହି ସ୍ବନାମଧନ୍ୟ ଲେଖକ କିନ୍ତୁ କେତେକ ନିର୍ଦ୍ଦେଶକଙ୍କ ସହ ଥରେ ମାତ୍ର କାମ କରିଥିଲେ।Advertisment ଶିବଶଙ୍କର ଓଝା ଶିଶିର ମିଶ୍ର: ବଲିଉଡ୍‌ ଓ ଓଲିଉଡ୍‌ର ବର୍ଷୀୟାନ୍ ନିର୍ଦ୍ଦେଶକ ଶିଶିର ମିଶ୍ରଙ୍କ ନିର୍ଦ୍ଦେଶିତ କେବଳ ଗୋଟିଏ ଛବିରେ ସଂଳାପ ଲେଖିବାର ସୁଯୋଗ ପାଇଥିଲେ ଡାକ୍ତର ସୁବୋଧ ପଟ୍ଟନାୟକ।

୨୦୦୩ରେ ମୁକ୍ତିପ୍ରାପ୍ତ "ସାବତ ମା" ଚଳଚ୍ଚିତ୍ରର ସେ ଥିଲେ ସଂଳାପକାର।

ଅମୀୟ ପଟ୍ଟନାୟକ: ପ୍ରଯୋଜକରୁ ନିର୍ଦ୍ଦେଶକ ସାଜି ଅମୀୟ ପଟ୍ଟନାୟକ ପ୍ରଥମେ ନିର୍ମାଣ କରିଥିଲେ "ମମତା ମାଗେ ମୂଲ" (୧୯୮୫)।

ଏହାର ସଂଳାପ ଲେଖିବାର ଦାୟିତ୍ବ ନିର୍ବାହ କରିଥିଲେ ସୁବୋଧ ପଟ୍ଟନାୟକ।

ଏହା ପରେ ଅମୀୟଙ୍କ ପ୍ରଯୋଜିତ ଏକାଧିକ ଛବିରେ ସେ ସଂଳାପ ରଚନା କରିଥିଲେ ବି ନିର୍ଦ୍ଦେଶକ ଭାବେ ଅମୀୟଙ୍କ ସହ ଆଉ କାମ କରି ନଥିଲେ।

Flood in Bihar: ବିହାରରେ ବନ୍ୟା; ୮ ଜିଲ୍ଲାରେ ହାଇଆଲର୍ଟ, ଗଙ୍ଗା-କୋଶୀ ନଦୀ ବିପଦ ସଙ୍କେତ ଟପିଲା ସବ୍ୟସାଚୀ ମହାପାତ୍ର: ଓଡ଼ିଆ ସିନେଜଗତର ବରିଷ୍ଠ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ପ୍ରଥମ ସିନେମା "ସବୁ ମାୟାରେ ବାୟା"ର ସଂଳାପକାର ଥିଲେ ସୁବୋଧ।

କିନ୍ତୁ ପରବର୍ତ୍ତୀ କୌଣସି ଛବିରେ ସବ୍ୟସାଚୀ ଓ ସୁବୋଧ ଏକାଠି ହୋଇ ନଥିଲେ।

ଜ୍ୟୋ‌ତିପ୍ରକାଶ: ନିର୍ଦ୍ଦେଶକ ଭାବେ ଜ୍ୟୋତିପ୍ରକାଶଙ୍କ ପ୍ରଥମ ଓଡ଼ିଆ ସିନେମା ହେଲା "ଜୀବନସାଥୀ" (୧୯୯୭)।

ଏହାର ସଂଳାପକାର ଥିଲେ ଡାକ୍ତର ସୁବୋଧ ପଟ୍ଟନାୟକ।

ଏହାପରେ ଜ୍ୟୋତିଙ୍କ ଅନ୍ୟ କୌଣସି ଛବିରେ ସୁବୋଧ ସଂଳାପ ଲେଖି ନଥିଲେ।

ହିମାଂଶୁ ପରିଜା: ଓଲିଉଡ୍‌ର ଜଣାଶୁଣା ନିର୍ଦ୍ଦେଶକ ହିମାଂଶୁ ପରିଜା ଓରଫ ଚଣ୍ଡୀଙ୍କ ପ୍ରଥମ ଛବି "ସୁନାହରିଣୀ"ର ସଂଳାପ ରଚନା କରିଥିଲେ ସୁବୋଧ।

କିନ୍ତୁ ଏହାପରେ ଚଣ୍ଡୀ ୧୦ରୁ ଅଧିକ ଛବିର ନିର୍ଦ୍ଦେଶନା ଦେଇଥିଲେ ବି ସେଥିରେ ସୁବୋଧଙ୍କ ସଂଳାପ ଶୁଣିବାକୁ ମିଳି ନଥିଲା।

ଶିଶିର ମୋହନ ପତି: "ପଞ୍ଚୁପାଣ୍ଡବ", "ମା" ପରି କିଏ ହେବ", "ଏଇଠି ସ୍ବର୍ଗ ଏଇଠି ନର୍କ" ଆଦି ଛବିର ନିର୍ଦ୍ଦେଶକ ଶିଶିର ମୋହନ ପତି (ବୁଟୁ) ବି ଡାକ୍ତର ସୁବୋଧ ପଟ୍ଟନାୟକଙ୍କ ସହ କେବଳ ଗୋଟିଏ ଓଡ଼ିଆ ଛବି "ମା ପରି କିଏ ହେବ"ରେ କାମ କରିଥିଲେ।

ସଞ୍ଜୟ ନାୟକ: ୩୦ରୁ ଅଧିକ ଓଡ଼ିଆ ସିନେମା ଭେଟି ଦେଇ ସାରିଥିବା ନିର୍ଦ୍ଦେଶକ ସଞ୍ଜୟ ନାୟକ ସଂଳାପକାର ଡାକ୍ତର ସୁବୋଧ ପଟ୍ଟନାୟକଙ୍କ ସହ କେବଳ ଗୋଟିଏ ଛବିରେ କାମ କରିଥିଲେ।

ସେହି ସିନେମା ଥିଲା ୨୦୦୪ରେ ମୁକ୍ତିପ୍ରାପ୍ତ ଜ୍ଞାନ ପଟ୍ଟନାୟକଙ୍କ ପ୍ରଯୋଜିତ "ଧର୍ମର ହେବ ଜୟ"।

Baitarani river: ଧାମରାରେ କୂଳ ଲଂଘିଲା ବୈତରଣୀ; ନଦୀ ଆଁରେ ଗଲାଣି ୨୧ ପରିବାର ଅରୁଣ ମହାନ୍ତି:  ଓଲିଉଡର ଅନ୍ୟତମ ଅଲ୍‌ରାଉଣ୍ଡର୍ ଅରୁଣ ମହାନ୍ତି ବି ଡାକ୍ତର ସୁବୋଧ ପଟ୍ଟନାୟକଙ୍କ ସହ ଥରେ କାମ କରିଛନ୍ତି।

ସେ କନ୍ୟାଦାନ, ଘର ମୋର ସ୍ବର୍ଗ, ସାକ୍ଷୀରହିଲା ମୋ ଶଙ୍ଖାସିନ୍ଦୂର, କଥା କହିବ ମୋ ମଥାସିନ୍ଦୂର, ପୁଅ ଭାଙ୍ଗିଦେଲା ସୁନାସଂସାର ଓ ପ୍ରେମ ସବୁଠୁ ବଳବାନ୍ ଆଦି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି।

ଏଥିମଧ୍ୟରୁ କେବଳ ଘର ମୋର ସ୍ବର୍ଗର ସଂଳାପ ରଚନା କରିଥିଲେ ସୁବୋଧ।

ଠିକ୍ ସେହିପରି ନିର୍ଦ୍ଦେଶକ ଆପୁ କାନୁନ୍‌ଗୋଙ୍କ "ସାତ ସୁରେ ବନ୍ଧା ଏ ଜୀବନ",  ଶକ୍ତି ବରାଳଙ୍କ "ତୁ ଏକା ଆମ ସାହାଭରସା", ତୃପ୍ତି ବିଶ୍ବାଳଙ୍କ "ଜୟଶ୍ରୀରାମ", ରିତେଶ ନାୟକଙ୍କ "ରଖିବ ଯଦି ସେ ମାରିବ କିଏ", ରଜତ ପାଇକରାୟଙ୍କ "କାଳଚକ୍ର" ଓ ହିମାଂଶୁ ଦାସଙ୍କ "ମୁକ୍ତିତୀର୍ଥ" ଛବିରେ ସଂଳାପକାର ଥିଲେ ସୁବୋଧ ପଟ୍ଟନାୟକ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)