Subhendu:ପ୍ରଥମ ବଜେଟ୍‌ରେ ବଡ଼ ଘୋଷଣା କଲେ ଶୁଭେନ୍ଦୁ ସରକାର: ୧ ଲକ୍ଷ ନୂଆ ସରକାରୀ ଚାକିରି

Jun 22, 2026 - 23:09
Subhendu:ପ୍ରଥମ ବଜେଟ୍‌ରେ ବଡ଼ ଘୋଷଣା କଲେ ଶୁଭେନ୍ଦୁ ସରକାର: ୧ ଲକ୍ଷ ନୂଆ ସରକାରୀ ଚାକିରି

"କୋଲକାତା: ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ସ୍ବପନ ଦାସଗୁପ୍ତା ସୋମବାର ବିଧାନସଭାରେ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ବାଧୀନ ବିଜେପି ସରକାରର ପ୍ରଥମ ବଜେଟ୍‌ ଉପସ୍ଥାପନ କରିଛନ୍ତି।

ବଜେଟରେ ବିଭିନ୍ନ ସାମାଜିକ କଲ୍ୟାଣ ପଦକ୍ଷେପ, ଭିତ୍ତିଭୂମି ପ୍ରକଳ୍ପ ଓ ନିଯୁକ୍ତି ପ୍ରତିଶ୍ରୁତି ରହିଛି।

ଦାସଗୁପ୍ତା ୨୧ ବର୍ଷରୁ ୪୫ ବର୍ଷ ବୟସ ମଧ୍ୟରେ ବେରୋଜଗାର ବ୍ୟକ୍ତିଙ୍କ ପାଇଁ "ଭରୋସା" ଯୋଜନା ଘୋଷଣା କରିଛନ୍ତି।

ଏହି ଯୋଜନା ଅନୁସାରେ ଯେଉଁ ସ୍ନାତକଧାରୀଙ୍କ ପାଖରେ ଚାକିରି ନ ଥିବ ତାଙ୍କୁ ମାସିକ ୩୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ।

ଅନ୍ୟପକ୍ଷରେ ବେକାର ଅଣ-ସ୍ନାତକମାନେ ପ୍ରତି ମାସରେ ୨୦୦୦ ଟଙ୍କାର ଭତ୍ତା ପାଇବେ ବୋଲି ମନ୍ତ୍ରୀ କହିଛନ୍ତି।

ଏଥି ସହ ୧ ଲକ୍ଷ ନୂଆ ସରକାରୀ ଚାକିରି ସୃଷ୍ଟି କରାଯିବ ବୋଲି ସରକାର ଘୋଷଣା କରିଛନ୍ତି।Advertisment ଆହୁରି ପଢନ୍ତୁ: First Solar Village ପାହାଡ଼ପୁର ହେବ ଦେଶର ପ୍ରଥମ ସୌରଗ୍ରାମ, ଆରମ୍ଭ ହେଲା ସର୍ଭେ ମହିଳାମାନେ ସରକାରୀ ବସ୍‌ରେ ଯେପରି ମାଗଣା ଯାତ୍ରା କରିପାରିବେ ସେଥିପାଇଁ ଦାସଗୁପ୍ତା ବଜେଟରେ ୫୫୦ କୋଟି ଟଙ୍କା ଆବଣ୍ଟନ ଘୋଷଣା କରିଛନ୍ତି।

ମହିଳାଙ୍କୁ ଅନ୍ନପୂର୍ଣ୍ଣା ଯୋଜନାରେ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ୩୬,୦୦୦ କୋଟି ଟଙ୍କାର ପାଣ୍ଠି ଆବଣ୍ଟନ କରାଯାଇଛି।

ଅବିବାହିତ ମହିଳାଙ୍କୁ ଉଚ୍ଚଶିକ୍ଷା ପାଇଁ ରାଜ୍ୟ ସରକାର ଏକାଥରକେ ୫୦,୦୦୦ ଟଙ୍କା ଅନୁଦାନ ଦେବାକୁ ‌ଘୋଷଣା କରିଛନ୍ତି।

ଦାସଗୁପ୍ତା ସମଗ୍ର ବଙ୍ଗଳାରେ ୨୦,୦୦୦ ଖାଲି ପୁଲିସ ପଦବୀ ଓ ୫୦,୦୦୦ ଶିକ୍ଷକ ପଦବୀ ପୂରଣ ପାଇଁ ନିଯୁକ୍ତି ଅଭିଯାନ ଘୋଷଣା କରିଥିଲେ।

ମୋଟାମୋଟି ଭାବରେ, ରାଜ୍ୟ ସରକାରୀ ଚାକିରି ପାଇଁ ପ୍ରାୟ ୧ଲକ୍ଷ ନିଯୁକ୍ତି ସୃଷ୍ଟି କରାଯିବ, ଯେଉଁଥିରେ ୩୩ ପ୍ରତିଶତ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ରହିବ ବୋଲି କୁହାଯାଇଛି।

ଆହୁରି ପଢନ୍ତୁ:railway safety award ସୁରକ୍ଷା ପ୍ରତି ସତର୍କତା: ରେଳଧାରଣା ମେଣ୍ଟେନର ସମ୍ମାନିତ ରାଜ୍ୟ ଅର୍ଥମନ୍ତ୍ରୀ ଆହୁରି ଘୋଷଣା କରିଥିଲେ ଯେ, ଉତ୍ତର ପଶ୍ଚିମବଙ୍ଗରେ ଆଇଆଇଟି ଓ ଆଇଆଇଏମ୍‌ ଖୋଲାଯିବ।

କୋଲକାତା ବିମାନବନ୍ଦରରେ ଯାତ୍ରୀ ଚାପ କମ୍‌ କରିବାକୁ ଗ୍ରୀନ୍‌ଫିଲ୍ଡ ବିମାନବନ୍ଦର ନିର୍ମାଣ କରିବାକୁ କଲ୍ୟାଣୀରେ ୧୦୦୦ରୁ ୧୫୦୦ ଏକର ଜମି ଚିହ୍ନଟ କରାଯିବ।

ରାଜ୍ୟରେ ବିମାନ ଯାତ୍ରା ପାଇଁ ଏକ ପ୍ରମୁଖ ପ୍ରୋତ୍ସାହନ ଘୋଷଣା କରି ଦାସଗୁପ୍ତା ଆହୁରି କହିଛନ୍ତି ଯେ, କେନ୍ଦ୍ରର "ଉଡ଼ାଣ" ଯୋଜନା ଅଧୀନରେ ପୁରୁଲିଆ, ବାଲୁରଘାଟ ଓ ମାଲଦାରେ ନୂତନ ବିମାନବନ୍ଦର ନିର୍ମାଣ ହେବ।

ଏହାବ୍ୟତୀତ କୁଚବିହାର ବିମାନବନ୍ଦରକୁ ସମ୍ପ୍ରସାରିତ କରାଯିବ।

ଅବସରପ୍ରାପ୍ତ ସାମ୍ବାଦିକ ମାସିକ ୫୦୦୦ ଟଙ୍କାର ପେନସନ ପାଇବାକୁ ହକ୍‌ଦାର ହେବେ ବୋଲି କହିଛନ୍ତି।

ସେ ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା (ଡିଏ)ରେ ୨୦ ପ୍ରତିଶତ ବୃଦ୍ଧି ଘୋଷଣା କରିଛନ୍ତି।

ସଂଶୋଧିତ ଡିଏ ଚଳିତ ବର୍ଷ ଅକ୍ଟୋବରରୁ ଲାଗୁ ହେବ ବୋଲି ଦାସଗୁପ୍ତା କହିଛନ୍ତି।

"