Strong Warning to Pakistan: ପାକିସ୍ତାନକୁ କଡ଼ା ବାର୍ତ୍ତା ଦେଲେ ପ୍ରତିରକ୍ଷା ମନ୍ତ୍ରୀ, ଯଦି ଆଲୋଚନା ହେବ କେବଳ ପିଓକେକୁ ନେଇ

Jul 26, 2026 - 16:36
Strong Warning to Pakistan: ପାକିସ୍ତାନକୁ କଡ଼ା ବାର୍ତ୍ତା ଦେଲେ ପ୍ରତିରକ୍ଷା ମନ୍ତ୍ରୀ, ଯଦି ଆଲୋଚନା ହେବ କେବଳ ପିଓକେକୁ ନେଇ

କାର୍ଗିଲ ବିଜୟ ଦିବସ ଅବସରରେ ପାକିସ୍ତାନକୁ କଡ଼ା ବାର୍ତ୍ତା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। କହିଛନ୍ତି, ପାକିସ୍ତାନ ସହ କୌଣସି ଆଲୋଚନା ହେବ ନାହିଁ। ଯଦି କୌଣସି ଆଲୋଚନା ହୁଏ, ତାହା କେବଳ POKକୁ ନେଇ ହେବ। କାରଣ ପିଓକେ ଭାରତର ଅଭିନ୍ନ ଅଂଶ, ଯାହାକୁ ପାକିସ୍ତାନ ବେଆଇନ ଭାବେ ଦଖଲ କରି ରଖିଛି।

ସେହିପରି ପାକିସ୍ତାନର ଆତଙ୍କବାଦ ଇକୋ ସିଷ୍ଟମର ମୁଖା ଖୋଲି ରାଜନାଥ କହିଛନ୍ତି, ଭାରତ ନବସୃଜନ ଓ ଉଦ୍ଭାବନର ପଥରେ ଆଗେଇ ଚାଲିଛି। ଆଉ ପାକିସ୍ତାନ ଅନୁପ୍ରବେଶର ନୂଆ ନୂଆ ଉପାୟ ଖୋଜିବାରେ ବ୍ୟସ୍ତ ରହିଛି। ଭାରତ ଯେଉଁଠି ଯୁଦ୍ଧଜାହାଜ ନିର୍ମାଣ କରୁଛି, ସେଠି ପାକିସ୍ତାନ ଆତଙ୍କବାଦର ଷଡ଼ଯନ୍ତ୍ର ରଚନା କରୁଛି। ଭାରତ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ଗଢ଼ୁଥିବା ବେଳେ, ପାକିସ୍ତାନ ଆତଙ୍କବାଦର ଇକୋସିଷ୍ଟମ୍ ସୃଷ୍ଟି କରୁଛି।

ଭାରତ ସେମିକଣ୍ଡକ୍ଟର ଉତ୍ପାଦନ କରୁଥିବା ବେଳେ ପାକିସ୍ତାନ ଆତ୍ମଘାତୀ ଆତଙ୍କବାଦୀ ସୃଷ୍ଟି କରୁଛି। ଭାରତ ନିଜର ମହାକାଶ ଅଭିଯାନ ପାଇଁ ବିଶ୍ୱରେ ପରିଚିତ, ଯେଉଁଠାରେ ପାକିସ୍ତାନ ପ୍ରକ୍ସି ଯୁଦ୍ଧ ଓ ପ୍ରକ୍ସି ଆକ୍ରମଣରେ ଲିପ୍ତ ରହିଛି। ଭାରତ ମହାକାଶକୁ ଉପଗ୍ରହ ପଠାଉଥିବା ବେଳେ ପାକିସ୍ତାନ ସୀମା ପାର ଆତଙ୍କବାଦୀଙ୍କୁ ପଠାଇବାରେ ବ୍ୟସ୍ତ। ଭାରତ ବିଶ୍ୱକୁ ସଫ୍ଟୱେର ଯୋଗାଉଥିବା ବେଳେ ପାକିସ୍ତାନ ଆତଙ୍କବାଦ ଯୋଗାଉଛି।

ଆମର ଓ ପାକିସ୍ତାନର ରାସ୍ତା ସମ୍ପୂର୍ଣ୍ଣ ଭିନ୍ନ। ପାକିସ୍ତାନ ନିଜ ହୀନ ଷଡ଼ଯନ୍ତ୍ର ମାଧ୍ୟମରେ ଭାରତର ଅଗ୍ରଗତିକୁ ବାଧା ଦେବାକୁ ଚେଷ୍ଟା କଲେ, ଆମର ବୀର ସଶସ୍ତ୍ର ବାହିନୀ କଡ଼ା ଜବାବ ଦେବା ପାଇଁ ସମ୍ପୂର୍ଣ୍ଣ ତୟାର ବୋଲି କହିଛନ୍ତି ରାଜନାଥ ସିଂହ। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।